ଜଗତସିଂହପୁର: ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ପାରାଦ୍ବୀପର କୁଜଙ୍ଗ ବ୍ଲକ ପଡ଼ିଆରେ ଆଜି ବିଜେପିର ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଛି । ଏହି ସଭାରେ ବିଜେପିର ବରିଷ୍ଠ ନେତ୍ରୀ ତଥା କେନ

୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଯୋଗ ଦେଇ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରର ବିକାଶମୁଖୀ ଯୋଜନା ଉପରେ ଆଲୋକପାତ କରିଥିଲେ । ଗୋଟିଏ ପଟେ କେନ୍ଦ୍ରର ମୋଦି ସରକାର ବିକାଶ ପାଇଁ ଅହରହ ଉଦ୍ୟମ କରୁଥିବାବେଳେ ଅନ୍ୟପଟେ ରାଜ୍ୟ ସରକାର ପାଣି, ଖଣି ଓ ଚିଟଫଣ୍ଡ ଟଙ୍କା ଲୁଟ୍‌ ପାଇଁ ଅହରହ ଉଦ୍ୟମ କରୁଥିବା କହି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ।

ଓଡ଼ିଶାରେ ତାମିଲନାଡ଼ୁର ରିମୋଟ କଣ୍ଟ୍ରୋଲ ସରକାର ଚାଲିଥିବା କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଥିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଡବଲ ଇଞ୍ଜିନ ସରକାର ଆସିଲେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ । ଏହି ସମାବେଶରେ ବିଜେପିର ଜଗତସିଂହପୁର ଲୋକସଭା ପ୍ରାର୍ଥୀ ବିଭୁପ୍ରସାଦ ତରାଇ, ପାରାଦ୍ବୀପ ବିଜେପି ବିଧାୟକ ପ୍ରାର୍ଥୀ ସମ୍ପଦ ସ୍ବାଇଁ ଜଗତସିଂହପୁର ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି । ଏହାରି ଭିତରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ହୋଇଛି । ବିଶେଷ କରି ବିଜେପି ପକ୍ଷରୁ ଓଡ଼ିଶାକୁ କେନ୍ଦ୍ରୀୟ ଶୀର୍ଷ ନେତୃତ୍ବଙ୍କ ଘନ ଘନ ଗସ୍ତ ଜାରି ରହିଛି । ଏହି କ୍ରମରେ ଆଜି ଓଡ଼ିଶା ଗସ୍ତରେ ଆସି ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ପାରାଦ୍ବୀପ କୁଜଙ୍ଗ ସମେତ କେନ୍ଦ୍ରାପଡ଼ାର ଆଳି ଓ ବାଲେଶ୍ବରର ରେମୁଣାଠାରେ ଦଳର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ସେ । କେନ୍ଦ୍ରରେ ଯେଉଁଭଳି ଭାବରେ କଂଗ୍ରେସ ସରକାର ପତନ ହୋଇଛି ଠିକ ସେହିଭଳି ଏଥର ନିର୍ବାଚନରେ ରାଜ୍ୟରେ ଦୀର୍ଘ ୨୪ ବର୍ଷ ଧରି ଶାସନ କରୁଥିବା ବିଜେଡି ସରକାରର ପତନ ହେବ ଓ ବିଜେପି ଓଡ଼ିଶାର ଶାସନ ଭାର ନେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

0 Comments