-tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 17px;">କଟକ:
କଟକରେ ଚାଲିଥିଲା ବେଆଇନ ବନ୍ଧୁକ କାରଖାନା । ବନ୍ଧୁକ ତିଆରି ପାଇଁ ବିହାରରୁ ଆସୁଥିଲା କଞ୍ଚାମାଲ । ଏନେଇ ସୂଚନା ପାଇବା ପରେ ଆଜି ବେଆଇନ ବନ୍ଧୁକ କାରଖାନା ଉପରେ ଚଢାଉ କରିଛି ଏସଟିଏଫ । 3ଜଣ ବିହାରୀ ମିସ୍ତ୍ରୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ । 30ରୁ ଅଧିକ ବନ୍ଧୁକ ଓ ଅନେକ ମେସିନ ଜବତ କରାଯାଇଥିବା କ୍ରାଇମବ୍ରାଞ୍ଚ ଏସଟିଏଫ ପକ୍ଷରୁ ସୂଚନା ଦିଆଯାଇଛି ।
କଟକ 42 ମଉଜାର ଧୁଳେଶ୍ବର ଗ୍ରାମରେ ଚାଲିଥିଲା ଏହି ବେଆଇଅନ ବନ୍ଧୁକ ତିଆରି କାରଖାନା । ଶରତ ଚନ୍ଦ୍ର ଯାଦବ ଘରେ ଦୀର୍ଘ ଦିନ ଚାଲିଥିଲା ଏହି କାରଖାନା । କାରଖାନାରେ ରହିଛି ବନ୍ଧୁକ ତିଆରି ମେସିନ ସହିତ ଅନେକ ଯନ୍ତ୍ରପାତି । ବନ୍ଧୁକ ତିଆରି ପାଇଁ ବିହାରରୁ ଆସୁଥିଲା କଞ୍ଚାମାଲ ଓ ବନ୍ଧୁକ ତିଆରିରେ ଲାଗିଥିଲେ ବିହାରର ମିସ୍ତ୍ରୀ ।