ଭଦ୍ରକ: ଚଳନ୍ତା ଟ୍ରେନ ଉପରକୁ ଦୁର୍ବୃତ୍ତଙ୍କ ଗୁଳିମାଡ ଘଟଣା ।

w-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_4cce57, __Noto_Sans_Fallback_4cce57; font-size: 17px;"> ପୁରୀରେ ସୁରକ୍ଷିତ ଭାବେ ପହଞ୍ଚିଲା ନନ୍ଦନକାନନ ଏକ୍ସପ୍ରେସ । ଟ୍ରେନକୁ ଗୁଳିମାଡ ହୋଇଛି କି ନାହିଁ ତାହା ତଦନ୍ତ କରୁଛି ଜିଆରପି ଓ ଆରପିଏଫ । ଗୁଳିମାଡ଼ରେ ଭାଙ୍ଗିଲା ଟ୍ରେନର କାଚ । ଭଦ୍ରକ-ବାଉଦପୁର ମଝିରେ ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳି ମାଡ଼ ହୋଇଥିବା ସୂଚନା ମିଳିଛି । ଟ୍ରେନଟି ନୂଆଦିଲ୍ଲୀରୁ ପୁରୀ ଅଭିମୁଖେ ଆସୁଥିବା ସମୟରେ ଗୁଳିମାଡ କରିଥିଲେ ଦୁର୍ବୃତ୍ତ ।

ପୁରୀ ଜିଆରପି ଥାନା ଅଧିକାରୀ ସନ୍ତୋଷ ବାହିନୀପତି କହିଛନ୍ତି,"ପୁରୀ ରେଳୱେ ଷ୍ଟେସନରେ ନନ୍ଦନ କାନନ ଏକ୍ସପ୍ରେସ ପହଞ୍ଚିବା ପରେ ଘଟଣାକୁ ନେଇ ତଦନ୍ତ ଚାଲିଛି । ତଦନ୍ତ ପରେ ହିଁ ଏହା ଗୁଳିମାଡ କି ନାହିଁ ତାହା ସ୍ପଷ୍ଟ ହେବ । ଘଟଣାର ତଦନ୍ତ 4 ଟିମ କରୁଛନ୍ତି । ସାଇଣ୍ଟିଫିକାଲ ଟିମ, ଜିଆରପି, ଆରପିଏଫ ଓ ରେଲୱେ ମେକାନିକାଲ ଟିମ୍ ମିଳିତ ଭାବରେ ତଦନ୍ତ କରୁଛନ୍ତି । ଟ୍ରେନ ଭିତରେ ଥିବା ଗାର୍ଡ ମାନଙ୍କ ବୟାନକୁ ରେକର୍ଡ କରାଯାଇ ତର୍ଜମା କରାଯାଉଛି । ତେବେ ତଦନ୍ତ ଚାଲିଥିବାରୁ ସବୁ କିଛି ସାର୍ବଜନୀନ କରିବା ଠିକ ନୁହେଁ ।"

ପ୍ରକାଶ ଯୋଗ୍ୟ, ଭଦ୍ରକ ଜିଲ୍ଲା ନିକଟସ୍ଥ କିଛି ଦୂରରେ ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳିମାଡ଼ ହେଇଥିବା କୁହାଯାଉଛି । ଭଦ୍ରକ ଅନ୍ତର୍ଗତ ଚରମ୍ପା ରେଳ ଷ୍ଟେସନର 119 ନମ୍ବର ଗେଟ ନିକଟରେ ହୋଇଛି ଗୁଳିମାଡ଼ । ଆଜି ସକାଳ 9ଟା 15 ମିନିଟ ସମୟରେ ନନ୍ଦନକାନନ ଏକ୍ସପ୍ରେସ ଭଦ୍ରକ ଷ୍ଟେସନରୁ ପୁରୀ ଅଭିମୁଖେ ଯାଉଥିଲା ।

ହଠାତ ଷ୍ଟେସନର କିଛି ଦୂରରେ କୌଣସି ଦୁର୍ବୃତ୍ତ ଟ୍ରେନ ଉପରକୁ ଗୁଳିମାଡ଼ କରିଥିଲା । ତେବେ ଏହି ଗୁଳିମାଡ଼ ଫଳରେ ଟ୍ରେନର ଗାର୍ଡ କୋଚର ଝରକା ଭାଙ୍ଗି ଯାଇଥିବାବେଳେ ଟ୍ରେନର ଗାର୍ଡ କିନ୍ତୁ ଅଳ୍ପକେ ବର୍ତ୍ତିଯାଇଥିଲେ । ଟ୍ରେନ ଉପରକୁ କିଏ ଏବଂ କାହିଁକି ଗୁଳିମାଡ଼ କଲା, ତାହା ଅସ୍ପଷ୍ଟ ରହିଛି । ଏନେଇ ଅଧିକ ତଦନ୍ତ କରୁଛି ଜିଆରପି । ତେବେ ଟ୍ରେନଟି ପୁରୀ ଷ୍ଟେସନରେ ପହଞ୍ଚିଛି ।

0 Comments