ଭଦ୍ରକ: ମଦ୍ରାସା ଜାଲ ନୋଟ କାରବାରରେ ଓଡ଼ିଶା ଲିଙ୍କ୍‌ । ଉତ୍ତରପ୍ରଦେଶ ପ୍ରୟାଗରାଜ ମଦ୍ରାସାରେ ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାସ ହୋଇଛି । ଏହି ରାକେଟରେ ମଦ୍ରାସାର ପ୍ରିନ୍ସିପାଲ ସମେତ 4 ଜଣଙ୍କୁ ଗିରଫ କରିଥିଲେ । ଗିରଫ 4 ଜଣଙ୍କ ମଧ୍ୟରେ 2 ଜଣ ଓଡ଼ିଶାର । ସେମାନେ ହେଲେ ଭଦ୍ରକର ତଫସିରୁଲ ଆରି

ଫିନ ଓ ଜାହିର ଖାନ । ଏମାନେ ଭଦ୍ରକର ମୂଳ ବାସିନ୍ଦା ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ପ୍ରୟାଗରାଜ ପୋଲିସ ଗତ ଗୁରୁବାର ନକଲି ନୋଟ କାରବାର ମାମଲାରେ ଚଢାଉ କରିଥିଲା । ଅତରୟୁଇୟା ଥାନା ଅଞ୍ଚଳରେ ରେଡ ବେଳେ ପୋଲିସ 4 ଜଣଙ୍କୁ ଗିରଫ କରିଥିଲା । ସେମାନେ ହେଲେ ମୌଲବୀ ମହମ୍ମଦ ତଫସିରୁଲ ଆରିଫିନ, ଜାହିର ଖାନ, ମହମ୍ମଦ ସାହିଦ ଓ ମହମ୍ମଦ ଅଫଜଲ । ଏମାନଙ୍କ ମଧ୍ୟରୁ ମୌଲବୀ ମହମ୍ମଦ ତଫସିରୁଲ ଆରିଫିନ, ଜାହିର ଖାନ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଶୁକଦେବପୁର ୱାର୍ଡ ନମ୍ବର 13ର ବୋଲି ଜଣାପଡିଛି । ଚଢାଉ ବେଳେ ପୋଲିସ ଏକ ଲକ୍ଷ 30 ହଜାରର ନକଲି ଶହେ ଟଙ୍କିଆ ନୋଟ, ନୋଟ ଛପା ମେସିନ୍, ପ୍ରିଣ୍ଟର, ଲାପଟପ, ପେପର କଟର ସହ ନୋଟ୍‌ ଛାପିବାରେ ବ୍ୟବହାର ହେଉଥିବା ସରଞ୍ଜାମ ମଧ୍ୟ ଜବତ କରିଛି ।

4 ଜଣଙ୍କ ମଧ୍ୟରେ ଧରାପଡିଥିବା ଜାହିର ହେଉଛି ଭଦ୍ରକର ମୂଳ ବାସିନ୍ଦା । ଜାହିର ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଶୁକଦେବପୁର ୱାର୍ଡ ନମ୍ବର 13ରେ । ସାଜିଦ ଖାନଙ୍କ ପୁଅ ହୋଇଥିବା ବେଳେ ଜାହିର ଗତ 7 ବର୍ଷ ହେବ ପ୍ରୟାଗରାଜ ଠାରେ ଥିବା ଏକ ମାଡ୍ରାସରେ ରହି ମୌଲାନା ପାଠ ପଢ଼ୁଥିବା ପରିବାର ଲୋକେ ସୂଚନା ଦେଇଛନ୍ତି । ହେଲେ ଗତ 8 ଦିନ ପୂର୍ବରୁ ପୁଅ ଜାହିରକୁ ଏପରି ଏକ ଘଟଣାରେ ପୋଲିସ ଗିରଫ କରିଥିବା ଫୋନ ଆସିଥିଲା ବୋଲି ପରିବାର ସୂତ୍ରରୁ ଜଣାପଡିଛି। ଏହି ଖବରକୁ ନେଇ ବାସୁଦେବପୁର ପୋଲିସ ସାଜିଦକୁ ଡାକି ପଚାରଉଚରା କରିଥିବା ସୂଚନା ମିଳିଛି ।

ମାଦ୍ରାସାରେ ଜାଲ ନୋଟ କାରବାର ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ଡିସିପରି ଦୀପକ ଭୁକର କହିଛନ୍ତି, ପୋଲିସ ଏବେ ସେମାନଙ୍କ ବିରୋଧରେ ତଦନ୍ତ କରୁଛି । ଗିରଫ 4 ଜଣ ଆତଙ୍କୀ ସଙ୍ଗଠନ ସହ ଲିଙ୍କରେ ଅଛନ୍ତି କି ? ଅବା ବିଦେଶୀ ସଙ୍ଗଠନ ସହ ମିଶି ଦେଶର ଅର୍ଥବ୍ୟବସ୍ଥାକୁ ନଷ୍ଟ କରିବାକୁ ଯୋଜନା କରୁଥିଲେ କି ? ଏନେଇ ତଦନ୍ତ ଚାଲିଛି ।

0 Comments