ଭଦ୍ରକ: ସାମାଜିକ ଗଣମାଧ୍ୟମରେ ବିବାଦୀୟ ପୋଷ୍ଟକୁ ଅଶାନ୍ତ ଭଦ୍ରକ । ବିବାଦୀୟ ପୋଷ୍ଟକୁ ତୁମୁଳକାଣ୍ଡ । ଗୋଟିଏ ସମ୍ପ୍ରଦାୟ ପକ୍ଷରୁ ବଡ଼ ଧରଣର ମେଳି । ତହସିଲଦାରଙ୍କ ଗାଡି ଭଙ୍ଗାରୁଜା କରିବା ସହ ପୋଲିସ ଉପରକୁ ଟେକାପଥର ମାଡ଼ ।

="font-family: __Noto_Sans_4cce57, __Noto_Sans_Fallback_4cce57; font-size: 17px;">ସାମାଜିକ ଗଣମାଧ୍ୟମରେ ବିବାଦୀୟ ପୋଷ୍ଟକୁ ଭଦ୍ରକ ସୃଷ୍ଟି ହୋଇଛି ଅଶାନ୍ତି । ଗୋଟିଏ ସମ୍ପ୍ରଦାୟ ପକ୍ଷରୁ ବଡ଼ ଧରଣର ମେଳି । ଖବର ପାଇ ପୋଲିସ ଘଟଣା ସ୍ଥଳକୁ ଯାଉଥିବା ବେଳେ ସନ୍ଥିଆ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରି ପୋଲିସକୁ ଅଟକାଇ ଥିଲେ ସମ୍ପୃକ୍ତ ଗୋଷ୍ଠୀର ଲୋକେ । ଏଥିସହ ତହସିଲଦାରଙ୍କ ଗାଡି ଭଙ୍ଗାରୁଜା କରିବା ସହ ପୋଲିସ ଉପରକୁ ଟେକାପଥର ମାଡ଼ କରିଥିଲେ । ଫଳରେ 2 ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସେପଟେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ଲାଠି ଚାଳନା କରାଯାଇଥିଲା ।

ଘଟଣା ସ୍ଥଳରେ ଏବେ 10 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ପୁରୁଣା ବଜାର ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ BNSS ଧାରା 163 ଜାରି ହୋଇଛି । ପୋଲିସକୁ ଆକ୍ରମଣ କରିବା ଘଟଣାରେ ଜଣେ ଯୁବକକୁ ଥାନାରେ ଅଟକ ରଖାଯାଇଛି । ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରାଣାଧୀନ ରହିଛି । ଅନ୍ୟପକ୍ଷରେ ବିବାଦୀୟ ପୋଷ୍ଟ କରିଥିବା ଯୁବକକୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଉଦ୍ୟମ କରାଯାଉଛି ।

ପ୍ରକାଶ ଥାଉ କି, ଗତକାଲି ଜଣେ ଯୁବକ ସୋସିଆଲ ମିଡ଼ିଆରେ ବିବାଦୀୟ ପୋଷ୍ଟ କରିଥିଲେ । ଏହାକୁ ପ୍ରତିବାଦ କରି ଅନ୍ୟ ଏକ ସମ୍ପ୍ରଦାୟର ଲୋକମାନେ ଥାନାରେ ଏତଲା ଦେଇଥିଲେ । ପୋଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଆଜି ନଙ୍ଗାମହଲା ଠାରେ ହଠାତ୍ ସେହି ସମ୍ପ୍ରଦାୟର ଲୋକମାନେ ଏକତ୍ରିତ ହୋଇ ମେଳି ବାନ୍ଧିଥିଲେ । ଏହି ବେଆଇନ ମେଳି ସନ୍ଥିଆ ପୋଲ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିବା ଖବର ପାଇ ପୋଲିସ ଏବଂ ମାଜିଷ୍ଟ୍ରେଟ ଘଟଣା ସ୍ଥଳକୁ ଆସୁଥିବା ବେଳେ ଉକ୍ତ୍ୟକ ଯୁବକମାନେ ପୋଲିସ ଉପରକୁ ଟେକା ପଥର ମାଡ଼ କରିଥିଲେ । ତେବେ ଏନେଇ ପୋଲିସ କି ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରିବା ପାଇଁ ମନା କରାଯାଇଛି ।

0 Comments