ଚାମ୍ପିଅନ୍ସ ଟ୍ରଫି 2025 ପାଇଁ ଭାରତୀୟ ଦଳ ଘୋଷଣା । ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ- ବିସିସିଆଇ । ରୋହିତ ଶର୍ମାଙ୍କ ନେତୃତ୍ବରେ ଚାମ୍ପିଅନ୍ସ ଟ୍ରଫି ଖେଳିବ ଟିମ୍ ଇଣ୍ଡିଆ । ଉପଅଧିନାୟକ ଭାର ସମ୍ଭାଳିବେ ଶୁଭମନ ଗିଲ୍ । ଦଳକୁ ଫେରିଲେ ଅଭିଜ୍ଞ ବୋଲର ମହମ୍ମଦ ସାମି ଓ ଶ୍ରେୟସ ଆୟର । ଅନ୍ୟ ଅଭିଜ୍ଞ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି, ବିରାଟ କୋହଲି, ଯଶପ୍ରୀତ ବୁମ୍ରା, କେଏଲ ରାହୁଲ । ଆସନ୍ତା ଫେବୃଆରୀ 19 ତାରିଖରୁ ଆରମ୍ଭ ହେବ ଚାମ୍ପିଅନ୍ସ ଟ୍ରଫି । ପାକିସ୍ତାନ ଏବଂ ଦୁବାଇରେ ଖେଳାଯିବ ମ୍ୟାଚ ।
saturate: ; --tw-backdrop-sepia: ; font-weight: bolder; font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 17px;">ଚାମ୍ପିଅନ୍ସ ଟ୍ରଫି ପାଇଁ ୧୫ ଜଣିଆ ଭାରତୀୟ ଦଳ:
ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍ (ଉପଅଧିନାୟକ), ବିରାଟ କୋହଲି, ଶ୍ରେୟସ ଅୟର, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ସର ପଟେଲ, କେଏଲ ରାହୁଲ, ଓ୍ବାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ମହମ୍ମଦ ସାମି, ଅର୍ଶଦୀପ, ଯଶସ୍ବୀ ଜୟସ୍ବାଲ, ଋଷଭ ପନ୍ଥ, ରବୀନ୍ଦ୍ର ଜାଡେଜା ।
ଭାରତୀୟ କ୍ରିକେଟର ଷ୍ଟାର ବୋଲର ମହମ୍ମଦ ସାମି, ଆଇସିସି ବିଶ୍ବକପ ୨୦୨୩ ପରେ ଆଘାତ ଯୋଗୁଁ କୌଣସି ମ୍ୟାଚ ଖେଳୁନଥିଲେ । ଗୋଡ଼ରେ ଆଘାତ ଯୋଗୁଁ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା । ଫଳରେ ତା ପରଠୁ ଆୟୋଜିତ ହୋଇଥିବା କୌଣସି ଟୁର୍ଣ୍ଣାମେଣ୍ଟ ଖେଳିନଥିଲେ ସାମି । ସୁସ୍ଥ ହେବା ପାଇଁ ତାଙ୍କୁ ଏକ ବର୍ଷରୁ ଅଧିକ ସମୟ ଲାଗିଥିଲା । ବର୍ଷେ ପରେ ସେ ପୁଣି ଭାରତୀୟ ଦଳରେ ସାମିଲ ହୋଇ ଟାମ୍ପିଅନ୍ସ ଟ୍ରଫି ଖେଳିବାକୁ ଯାଉଛନ୍ତି । ଦିନିକିଆ ବିଶ୍ବକପରେ ସାମିଙ୍କ ଘାତଙ୍କ ବୋଲିଂ ଦେଖିବାକୁ ମିଲିଥିଲା । ବିଶ୍ବକପରେ ଶ୍ରେଷ୍ଠ ପ୍ରଦର୍ଶନ ଯୋଗୁଁ ତାଙ୍କୁ ଅର୍ଜୁନ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା ।
ଚାମ୍ପିଅନ୍ସ ଟ୍ରଫିରେ ଭାରତ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ । ଏଠାକାର ପିଚ୍ଗୁଡ଼ିକ ସ୍ପିନ ବୋଲରମାନଙ୍କୁ ସୁହାଇବା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି, ଦଳରେ ୩ ଜଣ ସ୍ପିନରଙ୍କୁ ସ୍ଥାନ ମିଳିଛି । କୁଳଦୀପ ଯାଦବ ରବୀନ୍ଦ୍ର ଜାଡେଜା ଏବଂ ଅକ୍ଷର ପଟେଲଙ୍କୁ ସାମିଲ କରାଯାଇଛି । ସେହିପରି ଦଳରେ ୩ ଜଣ ଫାଷ୍ଟ ବୋଲର ମଧ୍ୟ ରହିଛନ୍ତି । ମହମ୍ମଦ ସାମି, ଯଶପ୍ରୀତ ବୁମରା ଓ ଅର୍ଶଦୀପ । ବର୍ଡର ଗାଭାସ୍କର ଟ୍ରଫିର ଶେଷ ମ୍ୟାଚରେ ବୁମରା ଆହତ ହୋଇଥିବା କାରଣରୁ ଖେଳି ପାରିନଥିଲେ । ସେହିପରି ଋଷଭ ପନ୍ତ ଓ କେଏଲ ରାହୁଲ ଓ୍ବିକେଟ କିପର ରହିବେ ।