କେନ୍ଦୁଝର : କେନ୍ଦୁଝର ସହରର କାଳୀପଡିଆ ନିକଟସ୍ଥ  ନଗରଭବନ ଠାରେ ବୁଧୁବାର ଦିନ ଭାରତୀୟ ଜନତା ପାର୍ଟି କେନ୍ଦୁଝର ଜିଲ୍ଲା ପକ୍ଷରୁ ୨୦୨୫-୨୬ ର କେନ୍ଦ୍ର ଏବଂ ରାଜ୍ୟ ସରକାର ଙ୍କ ବଜେଟ କୁ ନେଇ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ଶୁକଦେବ ନାହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ସମ୍ମାନିତ ଅତିଥି ଭାବେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ପାଟଣା ବିଧାୟକ ଅଖିଳଚନ୍ଦ୍ର ନାଏକ, ତେଲକୋଇ ବିଧାୟକ ଡ଼ଃ ଫିକର ମୋହନ ନାଏକ, କେନ୍ଦୁଝରଗଡ଼ ନଗରପାଳ ନିକୁ ସାହୁ,ବିଜେପି ସାଧାରଣ ସମ୍ପାଦକ ଅନୁବ୍ରତ ବେହ

ରା ଯୋଗଦେଇଥିଲେ। ପ୍ରଧାନମନ୍ତ୍ରୀ ଙ୍କ ବିକଶିତ ଭାରତ ର ପରିକଳ୍ପନା ସମ୍ପର୍କରେ ଉପସ୍ଥିତ ବୁଦ୍ଧିଜୀବୀ ମାନଙ୍କୁ ସାଂସଦ ଅନନ୍ତ ନାୟକ ଅବଗତ କରିଥିଲେ। ସେହିପରି ମୁଖ୍ୟ ଅତିଥି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରାଜ୍ୟ ର ମୋହନ ସରକାର ଙ୍କ ଲୋକାଭିମୁଖୀ ବଜେଟ ର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିଥିଲେ। ଉପସ୍ଥିତ ବୁଦ୍ଧିଜୀବୀ ମାନେ ମଧ୍ୟ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ। ଏହି ବୁଦ୍ଧିଜୀବୀ ସମ୍ମିଳନୀ ରେ ଜିଲ୍ଲାର ବିଭିନ୍ନ ସାମାଜିକ ଏବଂ ସଂସ୍କୃତିକ ତଥା ଅନୁଷ୍ଠାନ ର ପ୍ରତିନିଧି ତଥା ଶିକ୍ଷାବିତ, ଡାକ୍ତର,ଆଇନଜୀବି,ଇଞ୍ଜିନିଅର ତଥା ବିଭିନ୍ନ ପ୍ରତିଷ୍ଠାନ ର ନେତୃତ୍ୱ ମାନେ ଯୋଗଦେଇଥିଲେ।

0 Comments