କଳା ସଂସ୍କୃତିରେ ପରିପୂର୍ଣ୍ଣ ଭାରତ। ଭାରତର ବିଭିନ୍ନ କୋଣ ଅନୁକୋଣରେ ଏହି କଳା ସଂସ୍କୃତିର ନିଛକ ପ୍ରତିଛବି ଦେଖିବାକୁ ମିଳିଥାଏ। ବିଶେଷ କରି ଭାରତୀୟଙ୍କ ଏହି କଳା ପୁରାତନ ମନ୍ଦିର ଓ ପୁରାତନ ସ୍ଥଳ ମାନଙ୍କରେ ଦେଖିବାକୁ ମିଳିଥାଏ। କୋଣାର୍କ ହେଉକି ଖଣ୍ଡଗିିର ସବୁଠି ଏହି କଳାର ପ୍ରଦର୍ଶନ ଦେଖିବାକୁ ମିଳିଥାଏ।ଏହି ପାରମ୍ପାରିକ କଳାର ଏବେ ବହୁ ସ୍ଥାନରେ ବିଲୁପ୍ତ ହେବାକୁ ବସିଥିବା ବେଳେ ଏହାର ପୁନଃରୁଧାର କରିବାକୁ ମଙ୍ଗ ଧରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ । ଏହି ବିଭାଗ ଅଧୀନରେ ଥିବା ଲଳିତ କଳା ଏକାଡେମୀ ପକ୍ଷରୁ ପୁରାତନ କଳା ସହ ନୂତନ ଚିତ୍ରକଳାକୁ ଏବେ ପ୍ରାଧାନ୍ୟ ଦିଆଯାଉଛି। ନୂତନ ପ୍ରଣାଳୀରେ ଚିତ୍ରକଳା କେବଳ ଭୁବନେଶ୍ଵର ମଧ୍ୟରେ ସୀମିତ ନରହି ରାଜ୍ୟର ବିଭିନ୍ନ ଜିଲ୍ଲା ମୁଖ୍ୟାଳୟରେ ପହଞ୍ଚାଇବାକୁ ପ୍ରଚେଷ୍ଟା କରିଛି ଓଡ଼ିଶା ଲଲିତ କଳା ଏକାଡ
ମୀ। ଏଥିପାଇଁ ଏକ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ପ୍ରତି ଜିଲ୍ଲା ମୁଖ୍ୟାଳୟ ଠାରେ ଏକାଡେମି ପକ୍ଷରୁ ଆୟୋଜନ କରାଯାଉଛି। ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଏହି ପଦର୍ଶନୀର ଉଦଘାଟନ ହୋଇଯାଇଛି। ତିନି ଦିନ ଧରି ହେବାକୁ ଥିବା ଏହି ପଦର୍ଶନୀକୁ ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମହଲା ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ସଞ୍ଜୀବ ବାରିକ ଉପସ୍ଥିତ ଥିଲେ। ନୂତନ ଚିତ୍ରକଳା ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ସହ ସେମାନଙ୍କ ମଧ୍ୟରେ ସୃଜଶୀଳତା ବୃଦ୍ଧି କରିବା ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି ସ୍ଥାନୀୟ ସଂଯୋଜକ ଭୁବନ ମୋହନ ତ୍ରିପାଠୀ। ପ୍ରଥମ ଦିନରେ ଏହି ଚିତ୍ରକଳା ପ୍ରଦର୍ଶନୀ ଦେଖିବାକୁ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା।