ଲକ୍ଷ୍ନୌ: ଆରମ୍ଭ ହେଲା ଭାରତୀୟ ସଂସ୍କୃତି, ଚେତନା ଓ ବିଶ୍ବାସର ମହାପର୍ବ ତଥା ବିଶ୍ବର ସର୍ବବୃହତ୍ତ ଆଧ୍ୟାତ୍ମିକ ମେଳା ‘ମହାକୁମ୍ଭ-2025’ । ଆଜି ପବିତ୍ର ପୌଷ ପୂର୍ଣ୍ଣିମାଠୁ ଏହି ଭବ୍ୟ,ଦିବ୍ୟ ସଙ୍ଗମ ତୀର୍ଥନଗରୀ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଛି । ଆଜି ଭୋର ପ୍ରାୟ 3.30 ମିନିଟ୍‌ରୁ ସ୍ନାନ ବା ବୁଡ ପକାଯିବା ଆରମ୍ଭ ହୋଇଛି । ପ୍ରଥମ ଦିନରେ ଲକ୍ଷ ଲକ୍ଷ ସାଧୁ,ସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଦେଶ ତଥା ବିଶ୍ବର କୋଣ ଅନୁକୋଣରୁ ସନାତନ ଧର୍ମାବଲମ୍ବୀ ସାଧୁ,ସନ୍ଥମାନେ ପ୍ରୟାଗ ପହଞ୍ଚିବାରେ ଲାଗିଛନ୍ତି ।

a0, __Noto_Sans_Fallback_fba9a0; font-size: 18px;">ଆଜିଠାରୁ ଆରମ୍ଭ ହୋଇଥିବା ଏହି ଦିବ୍ୟ ମେଳା ଆସନ୍ତାମାସ (ଫେବୃଆରୀ) 26 ତାରିଖରେ ଶେଷ ହେବ । ଏଥର ଦୀର୍ଘ 144 ବର୍ଷ ପରେ ପୂର୍ଣ୍ଣ ମହାକୁମ୍ଭ ପାଳନ ହେଉଥିବାରୁ ପୂର୍ବାପେକ୍ଷା ଅଧିକ ସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଯାଉଛି । ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ସବୁସ୍ତରରେ ବ୍ୟବସ୍ଥା କରାଯାଇଛି । ଭୋର ପ୍ରାୟ 4ଟାରୁ ସ୍ନାନ ଆରମ୍ଭ ହୋଇଥିବା ବେଳେ ସକାଳ 8ଟା ସୁଦ୍ଧା ପ୍ରାୟ 40 ଲକ୍ଷ ଶ୍ରଦ୍ଧାଳୁ ବୁଡ ପକାଇସାରିଥିବା ସୂଚନା ମିଳିଛି ।

ପ୍ରତ୍ୟକ 12 ବର୍ଷରେ ମହାକୁମ୍ଭ ଆୟୋଜନ ହୋଇଥାଏ । ସେହିପରି 144 ବର୍ଷରେ ଥରେ ପୂର୍ଣ୍ଣ ମହାକୁମ୍ଭ ଆୟୋଜନ କରାଯାଇଥାଏ । ଗତ ଥର 2019 ରେ ପ୍ରୟାଗରାଜରେ ଅର୍ଦ୍ଧକୁମ୍ଭ ଆୟୋଜିତ ହୋଇଥିଲା । ଚଳିତଥର 144 ବର୍ଷ ପରେ ପୂର୍ଣ୍ଣ ମହାକୁମ୍ଭ ଆୟୋଜିତ ହେଉଛି । ଏହା ଆଧ୍ୟାତ୍ମିକତା ଦୃଷ୍ଟିରୁ ଏକ ମାହାର୍ଘ୍ୟ ବେଳା । କାରଣ ଏହା ଶତାବ୍ଦୀର ପ୍ରଥମ ପୂର୍ଣ୍ଣ ମହାକୁମ୍ଭ ମଧ୍ୟ ।

ଏହି ମେଳାକୁ ମୁକ୍ତି ତଥା ମୋକ୍ଷ ପ୍ରାପ୍ତିର ମାର୍ଗ ବୋଲି ବିଶ୍ବାସ କରାଯାଏ । ଏହି ମେଳାର ମୁଖ୍ୟ ବିନ୍ଦୁ ହେଉଛି ସାହି ସ୍ନାନ । ପବିତ୍ର ଗଙ୍ଗା, ଯମୁନା ଓ ସରସ୍ବତୀ ନୀଦର ପବିତ୍ର ତ୍ରିବେଣୀ ସଙ୍ଗମ ପ୍ରୟାଗରାଜର ଏହି ମେଳାରେ ବୁଡ ପକାଇଲେ ମୋକ୍ଷ ପ୍ରାପ୍ତି ହେବାର ବିଶ୍ବାସ ରହିଛି । ବିଶ୍ବବ୍ୟାପୀ ସନାତନ ଧର୍ମାବଲମ୍ବୀଙ୍କର ଏହି ମେଳାରେ ସାଧୁ ସନ୍ଥଙ୍କ ସାନିଧ୍ୟ ଲାଭ କରିବା ସହ ବୁଡ ପକାଇବା ପାଇଁ ଇଚ୍ଛା ଥାଏ । ଆସନ୍ତାକାଲି (14 ଜାନୁଆରୀ) ମକର ସଂକ୍ରାନ୍ତି ଅବସରରେ ପ୍ରଥମ ସାହି ସ୍ନାନ ହେବ । ସେହିପରି ମୌନୀ ଅମାବାସ୍ୟା (29 ତାରିଖ)ରେ ଦ୍ବିତୀୟ ଓ ବସନ୍ତ ପଞ୍ଚମୀ ତଥା ସରସ୍ବତୀ ପୂଜାରେ ଅନ୍ତିମ ସାହି ସ୍ନାନ ପାଇଁ ତିଥି ରହିଛି ।

ଏଥର ପୂର୍ଣ୍ଣ ମହାକୁମ୍ଭ ଆୟୋଜନ ହେଉଥିବାରୁ ପୂର୍ବାପେକ୍ଷା ଅଧିକ ସନ୍ଥ ଓ ଶ୍ରଦ୍ଧାଳୁଙ୍କ ସଙ୍ଗମ ଦେଖିବାକୁ ମିଳିପାରେ । ପ୍ରାୟ 40 କୋଟିରୁ ଅଧିକ ଲୋକଙ୍କ ସମାଗମ ହେବା ନେଇ ଆକଳନ କରାଯାଇଛି । ଉତ୍ତର ପ୍ରଦେଶ ସରକାର ସେହି ଅନୁସାରେ, ସମସ୍ତ ପ୍ରସ୍ତୁତି ମଧ୍ୟ କରିଛନ୍ତି । ପ୍ରାଶାସନିକ ଓ ସୁରକ୍ଷା ସମେତ ସମସ୍ତ କ୍ଷେତ୍ରରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

0 Comments