ନୂଆଦିଲ୍ଲୀ: ମହାକୁମ୍ଭ ୨୦୨୫ ଆରମ୍ଭ ହୋଇଯାଇଛି । ଆସ୍ଥା ଓ ସଂସ୍କୃତିର ମହୋତ୍ସବରେ କେବଳ ହିନ୍ଦୁ ନୁହଁନ୍ତି ବରଂ ବିଦେଶୀ ମଧ୍ୟ ସାମିଲ ହୋଇଛନ୍ତି । ଆମେରିକା ବ୍ୟବସାୟୀ ତଥା ଆପଲର ସହ-ପ୍ରତିଷ୍ଠାତା ସ୍ୱଗର୍ତଃ ଷ୍ଟିଭ ଜବ୍ସଙ୍କ ପତ୍ନୀ ଲରେନ୍ ପାଓ୍ବେଲ ଜବ୍ସ ମଧ୍ୟ ମହାକୁମ୍ଭ ମହୋତ୍ସବରେ ସାମିଲ ହୋଇଛନ୍ତି । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

span style="font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 17px;">ସ୍ୱାମୀ ଷ୍ଟିଭ ଜବ୍ସଙ୍କ ପରି ଲରେନ୍ସ ପାଓ୍ବେଲଙ୍କ ମଧ୍ୟ ହିନ୍ଦୁ ଧର୍ମ ପ୍ରତି ବିଶେଷ ଆସ୍ଥା ରହିଛି । ଷ୍ଟିଭ ଜବ୍ସ ବାବା ନିମ କରୋଲିଙ୍କୁ ନିଜ ଗୁରୁ ମାନିଥିଲେ । ସେ ଅନେକ ଥର ଗୁରୁ ନିମ କରୋଲିଙ୍କ ଧାମ ଆସିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ସେହିଠାରେ ବାବା ନିମ କରୋଲି ଷ୍ଟିଭଙ୍କୁ ଆଶୀର୍ବାଦ ସ୍ୱରୂପ ଏକ କଟା ସେଓ ଦେଇଥିଲେ । ପରବର୍ତ୍ତୀ ସମୟରେ କଟା ସେଓ ଆକାରକୁ ହିଁ ଷ୍ଟିଭ ନିଜ କମ୍ପାନୀର ଲୋଗୋ ଭାବେ ବ୍ୟବହାର କରିଥିଲେ ।

ଷ୍ଟିଭ ଜବ୍ସଙ୍କ ପତ୍ନୀ ଲରେନ୍ ପାଓ୍ବେଲଙ୍କ ମଧ୍ୟ ହିନ୍ଦୁ ଧର୍ମ ପ୍ରତି ଅଗାଢ ଆସ୍ଥା ରହିଛି । ସେ ମଧ୍ୟ ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ସ୍ୱାମୀ କୈଳାସାନନ୍ଦ ଗିରିଙ୍କ ଠାରୁ ଦୀକ୍ଷା ଗ୍ରହଣ କରିଛନ୍ତି । ପ୍ରୟାଗରାଜ ମହାକୁମ୍ଭରେ ସେ ୧୦ ଦିନ ପର୍ଯ୍ୟନ୍ତ କଳ୍ପବାସ କରିବେ । ତାଙ୍କ ଗୁରୁ ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ସ୍ୱାମୀ କୈଳାସାନନ୍ଦ ଗିରିଙ୍କ ଶିବିରରେ ତାଙ୍କୁ ଭାରତୀୟ ଆଧ୍ୟାତ୍ମିକତା ଓ ସନାତନ ସଂସ୍କୃତିକୁ ଆହୁରୀ ଗଭୀର ଭାବେ ଜାଣିବାର ସୁଯୋଗ ମିଳିବ । ଲରେନ୍ ପାଓ୍ବେଲ ମହାକୁମ୍ଭ ମାଧ୍ୟମରେ ଭାରତୀୟ ସଂସ୍କୃତି ଓ ସନାତନ ଧର୍ମର ନିକଟତର ହୋଇପାରିବେ । ୧୦ ଦିନ ପର୍ଯ୍ୟନ୍ତ ଶିବିରରେ ରହିବା ସହ ସେ ଅନେକ ଧାର୍ମିକ କାର୍ଯ୍ୟରେ ମଧ୍ୟ ନିଜକୁ ସାମିଲ କରିବେ । ଏହା ବିଶ୍ୱକୁ ଭାରତୀୟ ସଂସ୍କୃତି ଓ ସନାତନ ଧର୍ମ ସହ ଯୋଡିବାକୁ ଏକ ସରକାତ୍ମକ ବାର୍ତ୍ତା ଦେଉଛି ।

ଆପଲର ସହ-ପ୍ରତିଷ୍ଠାତା ସ୍ୱଗର୍ତଃ ଷ୍ଟିଭ ଜବ୍ସଙ୍କ ପତ୍ନୀ ଲରେନ୍ ପାଓ୍ବେଲ, କେବଳ ତାଙ୍କ ଦିବ୍ୟଙ୍ଗତ ସ୍ୱାମୀଙ୍କ ପାଇଁ ପରିଚିତ ନାହାନ୍ତି । ବରଂ ତାଙ୍କର ନିଜର ମଧ୍ୟ ଏକ ସ୍ୱତନ୍ତ୍ର ପରିଚୟ ରହିଛି । ସେ ଜଣେ ସଫଳ ଉଦ୍ୟୋଗୀ, ଗରୀବଙ୍କୁ ସାହାଯ୍ୟ କରିବାରେ ମଧ୍ୟ ବେଶ ନାଁ ରହିଛି । ସମାଜ ଓ ପରିବେଶ ପାଇଁ ତାଙ୍କର ଅନେକ ଅବଦାନ ରହିଛି । ପ୍ରସିଦ୍ଧ ଫୋବସ୍ ମାଗାଜିନ ଅନୁଯାୟୀ, ୨୦୨୩ ମସିହାରେ ବିଶ୍ୱର ଶକ୍ତିଶାଳୀ ମହିଳାମାନଙ୍କ ମଧ୍ୟରେ ତାଙ୍କ ସ୍ଥାନ ୨୫ ଥିଲା

0 Comments