ଭୁବନେଶ୍ବର: ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଆଜି ଅନ୍ତିମ ଦିନ । ଏହି ତ୍ରିଦିବସୀୟ ସର୍ବଭାରତୀୟ କାର

୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ୨୭ ପ୍ରବାସୀ ଭାରତୀୟଙ୍କୁ 'ପ୍ରବାସୀ ଭାରତୀୟ ସମ୍ମାନ'ର ପୁରସ୍କାରରେ ପୁରସ୍କୃତ କରିଛନ୍ତି ରାଷ୍ଟ୍ରପତି ।

ଆଜି ପ୍ରବାସୀ ଭାରତୀୟ ଦିବସର ସମ୍ମିଳନୀର ଉଦଯାପନୀ ସମାରୋହରେ ସାମିଲ ହୋଇଥିଲେ ରାଷ୍ଟ୍ରପତି । ସମ୍ମାନୀୟ ଅତିଥିଭାବେ ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ର ପରିବେଶ ପରିବେଶ,ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ, ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, " ସମସ୍ତଙ୍କୁ ନମସ୍କାର, ଜୁହାର, ଜୟ ଜଗନ୍ନାଥ.. ଆପଣଙ୍କ ନିଜ ମାଟି, ଜନ୍ମଭୂମିକୁ ସ୍ୱାଗତ । ଆପଣମାନଙ୍କ ବୈଶ୍ୱିକ ଉପସ୍ଥିତି ଅନନ୍ୟ ସମ୍ଭାବନା ପ୍ରଦାନ କରିଥାଏ । ଆପଣମାନଙ୍କ ସଫଳତା ଭାରତର ସଫଳତା । ପ୍ରବାସୀ ଭାରତୀୟମାନେ ପ୍ରାଦ୍ୟୋଗିକ, ଚିକିତ୍ସା, କଳା ଏବଂ ଉଦ୍ୟମିତା କ୍ଷେତ୍ରରେ ଉଲ୍ଲେଖନୀୟ ସ୍ଥାନ ହାସଲ କରିଛନ୍ତି । ପ୍ରବାସୀ ଭାରତୀୟ ଏବଂ ଭାରତ ମଧ୍ୟରେ ଏହି ପ୍ରବାସୀ କାର୍ଯ୍ୟକ୍ରମ ଏକ ବଡ ସେତୁ । ଜ୍ଞାନ କୌଶଳ ଏବଂ ସହଯୋଗର ବଡ଼ ପ୍ଲାଟଫର୍ମରେ ପରିଣତ ହୋଇଛି ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ । ପ୍ରବାସୀ ଭାରତୀୟମାନଙ୍କର ଉଲ୍ଲେଖନୀୟ ଅବଦାନ ଭାରତକୁ ବିକାଶ ଦିଗରେ ପହଞ୍ଚାଇ ପାରିଛି । ରାଷ୍ଟ୍ର ଗଠନରେ ପ୍ରବାସୀ ଭାରତୀୟମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ନଜରରେ ରଖି NRIମାନଙ୍କ ପାଇଁ ଭାରତ ସରକାର ଏକାଧିକ ଯୋଜନା କରିଛନ୍ତି । ବିଦେଶରେ ଥିବା ଭାରତୀୟମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ବିଗତ କିଛି ବର୍ଷ ମଧ୍ୟରେ 'ଅପରେସନ କାବେରି', 'ଅପରେସନ ଗଙ୍ଗା', 'ଅପରେସନ ବନ୍ଦେ ଭାରତ' ଭଳି ଅନେକ ମିଶନ ଲଞ୍ଚ କରିଛି ଭାରତ । ମହିଳା, ଯୁବକ ତଥା ଛାତ୍ର ପ୍ରବାସୀ ଭାରତୀୟମାନଙ୍କର ମଧ୍ୟ ଉଲ୍ଲେଖନୀୟ ଅବଦାନ ରହିଛି ।" ଆଉମଧ୍ୟ ଓଡ଼ିଶା ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଛନ୍ତି ରାଷ୍ଟ୍ରପତି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି," ପ୍ରବାସୀ ଭାରତୀୟ ଦିବସ ଯୋଗୁ ଓଡ଼ିଶାର ସମ୍ଭାବନା ଆଜି ବିଶ୍ୱ ଦରବାରରେ ପହଞ୍ଚିଛି । ଭୁବନେଶ୍ୱର ପାଇଁ ଐତିହାସିକ ଦିନ । ହୃଦୟର ମିଳନ, ଭାବର ଆଦାନପ୍ରଦାନ ଭବିଷ୍ୟତ ପାଇଁ ସ୍ମରଣୀୟ ରହିବ । ଜଗନ୍ନାଥଙ୍କ ଆଶୀର୍ବାଦରେ ଓଡ଼ିଆ ଅସ୍ମିତା ସଫଳତାର ନୂଆ ଶିଖର ଛୁଇଁଛି । ଓଡ଼ିଆ ଭାଷା ବିଭାଗ ତରଫରୁ ପ୍ରବାସୀ ଭାରତୀୟଙ୍କ ପାଇଁ ଜଣେ ନୋଡାଲ ଅଫିସର ରଖିବାକୁ ଆଜି ଘୋଷଣା କରୁଛି ।"

ଏହି ଅବସରରେ ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି, "ବିଦେଶରେ ପ୍ରବାସୀ ଭାରତୀୟମାନେ ବୈଷୟିକ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଯେଉଁ ଉତ୍କର୍ଷତା ଦେଖାଇଛନ୍ତି ସେଥିପାଇଁ ଭାରତର ଟେକ ରହିଛି । ଭାରତୀୟ ସମୂହ ଏ କାର୍ଯ୍ୟକ୍ରମରେ ବଡ଼ ଭୂମିକା ନିର୍ବାହ କରୁଛନ୍ତି । ବିଶ୍ୱ ସମାଜରେ ଭାରତୀୟଙ୍କ ସଫଳତା ପାଇଁ ଆଜି ଭାରତ ଏକ ବଡ଼ ଶକ୍ତି । ପ୍ରବାସୀ ଭାରତୀୟ ସମ୍ମାନ ପ୍ରତିଭାଙ୍କ ଅବଦାନ ଅତୁଳନୀୟ । ଭାରତର ଦ୍ରୁତ ବିକାଶରେ ପ୍ରବାସୀ ଭାରତୀୟଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ

0 Comments