ଭୁବନେଶ୍ୱର: ଶଙ୍ଖ ଭବନରେ କ୍ୟାଣ୍ଟିନକୁ ନେଇ ତେଜିଲା ରାଜନୀତି । ଦଳୀୟ କାର୍ଯ୍ୟାଳୟ ନା ହୋଟେଲ କହି ବିଜେପି ସମାଲୋଚନା କରିଥିବା ବେଳେ ଶସ୍ତା ରାଜନୀତି କହିଛି ବିଜେଡି ।

ବିଜେଡିର କାର୍ଯ୍ଯାଳୟ ତଥା ଶଙ୍ଖ ଭବନରେ ହୋଟେଲ ଚଳାଇବାକୁ ନେଇ ବିଜେଡିକୁ ଟାର୍ଗେଟ କରିଛି ବିଜେପି । ବିଏମସି ପାଖରୁ କାର୍ଯ୍ୟାଳୟ ପାଇଁ ଅନୁମତି ନେଇ ସେଠାରେ ବିଜେଡ଼ି କେମିତି ହୋଟେଲ ଚଳାଉଛି ବୋଲି ବିଜେପି ପ୍ରଶ୍ନ କରିଛି ।

ବିଜେପି ନେତା 

bolder; font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 17px;">ଜଗନ୍ନାଥ ପ୍ରଧାନ କହିଛନ୍ତି, "ଶଙ୍ଖ ଭବନ ଦଳୀୟ କାର୍ଯ୍ଯାଳୟ ନା ହୋଟେଲ । ବିଏମସି ପାଖରୁ କାର୍ଯ୍ୟାଳୟ ପାଇଁ ଅନୁମତି ନେଇ ସେଠାରେ ବିଜେଡ଼ି କେମିତି ହୋଟେଲ ଚଳାଉଛି । ଯଦି ହୋଟେଲ କରିବେ ସେ ଜାଗା ପାଇଁ ଅନୁମତି ବାର୍ଯ୍ୟାପ୍ତି କରାଯାଉ । ଏହା ଉପରେ ସରକାର କାର୍ଯ୍ୟାନୁଷ୍ଠାନ ନନେଲେ ଆଗକୁ ଷ୍ଟାର ହୋଟେଲରେ ପରିଣତ ହୋଇପାରେ ବିଜେଡ଼ି କାର୍ଯ୍ୟାଳୟ । ଅନ୍ୟ ରାଜନୈତିକ ଦଳ ଏଭଳି କରିବାକୁ ସାହାସ ପାଇବେ । ଏହା ଉପରେ ସରକାର ଦୃଢ଼ କାର୍ଯ୍ୟନୁଷ୍ଠାନ ନିଅନ୍ତୁ ।

ସେପଟେ ବିଜେପିର ପ୍ରଶ୍ନର ଜବାବ ରଖିଛି ବିଜେଡି । ଶସ୍ତା ରାଜନୀତି କରାଯାଉଥିବା କହିିବା ସହ ଶଙ୍ଖ ଭବନ କ୍ୟାଣ୍ଟିନରେ ଖାଇବାକୁ ବିଜେପିକୁ ଆମନ୍ତ୍ରଣ କରିଛି ବିଜେଡି । ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, "ବିଜେପି ଶସ୍ତା ରାଜନୀତି କରୁଛି । ସରକାର କେମିତି ଚଳେଇବେ ସେ କଥା ନଦେଖି ବିଜେଡି କେଉଁଠି କଣ କଲା ଦେଖୁଛନ୍ତି । ଶଙ୍ଖ ଭବନ ଯେତେବେଳେ ତିଆରି ହୋଇଥିଲା, ସେତେବେଳେ ଗୋଟିଏ କଥା କୁହାଯାଇଥିଲା । ଶଙ୍ଖ ଭବନ ଲୋକଙ୍କର କାର୍ଯ୍ୟାଳୟ । ଶଙ୍ଖ ଭବନରେ ବିଜେଡିର ନିତିଦିନିଆ କାର୍ଯ୍ୟକ୍ରମ ରହିଛି । ସଦସ୍ୟ ଗ୍ରହଣ ଅଭିଯାନ, ଆନ୍ଦୋଳନ କରିବା ଲାଗି ପ୍ରସ୍ତୁତି ବୈଠକ ହୁଏ । ପ୍ରତିଦିନ ଶଙ୍ଖ ଭବନ ଚଳଚଞ୍ଚଳ ହୁଏ । ଶଙ୍ଖ ଭବନରେ ଗୋଟେ କ୍ୟାଣ୍ଟିନ ଅଛି । ଶହ ଶହ, ହଜାର ହଜାର ବିଜେଡି ନେତା ଓ କର୍ମୀ ଆସୁଛନ୍ତି । ସେମାନେ ଖାଉଛନ୍ତି । ତାଙ୍କ ସହିତ ସାଧାରଣ ଲୋକ ଆସୁଛନ୍ତି, ସେମାନେ ମଧ୍ୟ ଖାଉଛନ୍ତି । କ୍ୟାଣ୍ଟିନରେ ଖାଇବା କଣ ଖରାପ ? ରେଳବିଭାଗ, ସଂସଦ, ରାଜ୍ୟ ସରକାରଙ୍କ ପ୍ରତି ବିଭାଗର କ୍ୟାଣ୍ଟିନ ରହିଛି । ସେଠାରେ କଣ ଲୋକ ଖାଉ ନାହାନ୍ତି । ବିଜେପି ନେତାଙ୍କୁ ଶଙ୍ଖ ଭବନ କ୍ୟାଣ୍ଟିନକୁ ନିମନ୍ତ୍ରଣ କରୁଛି । ତାଙ୍କର ଯେତେବେଳେ ଖାଇବାକୁ ଇଛା ହେଉଛି, ସେମାନେ ଶଙ୍ଖ ଭବନ କ୍ୟାଣ୍ଟିନରେ ବସି ଖାଆନ୍ତୁ ।"


0 Comments