କେନ୍ଦୁଝର ଜିଲ୍ଲା ପାଟଣା ବୈତରଣୀ ନଦୀରେ ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପାଟଣା ବୈତରଣୀ ନଦୀର ଅନୁସୟା ଘାଟରେ ମକର ସ୍ନାନ କରି ଦେବ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ । ପବିତ୍ର ମକର ସଂକ୍ରାନ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ମୁଖ୍ୟାଳୟ ଦେଇ ପ୍ରବାହିତ ପୁଣ୍ୟତୋୟା ବୈତରଣୀ ନଦୀରେ ମକର ସ୍ନାନ କରିଛନ୍ତି । ସ୍ନାନ ପରେ ପ୍ରଥମେ ପାଟଣା ବୈତରଣୀ ନଦୀ ସନ୍ନିକଟ ପରମେଶ୍ୱର ମହାଦେବଙ୍କ ଦର୍ଶନ ପରେ ପୁରାତନ ଆନନ୍ଦେଶ୍ୱର ମହାଦେବ ଦର୍ଶନ କରି ବ୍ରାହ୍ମଣଙ୍କ ଦ୍ଵାରା ରାଜ୍ୟବାସୀଙ୍କ କଲ୍ୟାଣ ନିମନ୍ତେ ଜଳାଭିଷେକ କରିଛନ୍ତି ।
ଏହି ଗ୍ରସ୍ତ ନେଇ ଦିଲ୍ଲୀରୁ ଫେରି ପାଟଣା ଆସି ବୁଡ ପକେଇ ରାଜ୍ୟ ବାସିଙ୍କ ଖୁସି ମନାସି ଥିବା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହ ଆୟୁଷ୍ମାନ ଯୋଜନାରେ ଏମୋୟୁ ପରେ ରାଜ୍ୟର ବହୁ ହିତାଧିକାରୀ ଏହାର ଲାଭ ପାଇବେ ବୋଲି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେଠାରୁ ମୁଖ
ୟମନ୍ତ୍ରୀ ସଡ଼କ ପଥରେ ଯାଇ ଚାକୁଣ୍ଡାପାଳ ପଞ୍ଚାୟତ ଶ୍ୟାମ ସୁନ୍ଦରପୁର ଗ୍ରାମର ବିଜେପି କାର୍ଯ୍ୟକର୍ତ୍ତା ହରିହର ମହାନ୍ତଙ୍କ ଘରେମକର ପିଠା ଖାଇଥିଲେ । ସେଠାରେ ସପତ୍ନିକ ମହାନ୍ତ ଘରେ ମକର ପାଇଁ ହେଇଥିବା ବିଭିନ୍ନ ପ୍ରକାରର ପିଠା ମିଠା ଆଦି ଖାଇଥିଲେ ମୁଖ୍ୟମନ୍ତ୍ରୀ। ପ୍ରକାଶ ଯେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ୨୦୨୨ମସିହାରେ ସଦର ବିଧାୟକ ଥିବା ବେଳେ ପାଟଣା ମୁଖ୍ୟାଳୟ ବୈତରଣୀ ନଦୀର ଅନୁସୟା ଘାଟରେ ମକର ବୁଡ ପକାଇଥିଲେ। ପ୍ରତିବର୍ଷ ସେ ମକର ସଂକ୍ରାନ୍ତିରେ ଦ୍ଵିତୀୟ ଗଙ୍ଗା ପାଟଣା ବୈତରଣୀ ନଦୀରେ ବୁଡ ପକାନ୍ତି। ଚଳିତ ବର୍ଷ ସେ ମୁଖ୍ୟମନ୍ତ୍ରୀ ହେବା ପରେ ବି ନିଜ ସଂସ୍କୃତିକୁ ନ ଭୂଲି ବୈତରଣୀରେ ବୁଡ ପକାଇବା ନିଷ୍ପତିକୁ ପାଟଣା ଅଞ୍ଚଳର ବୁଦ୍ଧିଜିଵୀ ମାନେ ସ୍ୱାଗତ କରିଛନ୍ତି। ଆଜି ସନ୍ଧ୍ୟାରେ ଝୁମ୍ପୁରା ଠାରେ ଓ ନିଜ ଗ୍ରାମ ରାଇକଳା ରେ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରକାଶ ଯେ ତିନି ଦିନିଆ ଜିଲ୍ଲା ଗ୍ରସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ।