ହାଇଦ୍ରାବାଦ: ଓଡ଼ିଶା ବସ୍ ତେଲେଙ୍ଗାନାରେ ଦୁର୍ଘଟଣାଗ୍ରସ୍ତ । ସିନାପାଲିରୁ ହାଇଦ୍ରାବାଦ ଯାଉଥିବା ଗୁପ୍ତା ନାମକ ଏକ ଘରୋଇ ବସ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ । ସମସ୍ତ ମୃତକ ଓଡିଶାର । ସେଥିମଧ୍ୟରୁ ବସ ଡ୍ରାଇଭର ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁମ୍ବାରଲା ପଞ୍ଚାୟତ ଲୋହରାକାନି ଗାଁର ୩୭ ବର୍ଷୀୟ ସୁନୀଲ ଗରଡ଼ା ଓ ଅନ୍ୟଜଣେ ହେଲେ ଖାତିଗୁଡା ଥାନା ଇନ୍ଦ୍ରାବତୀ କଲୋନୀ ଖୁଣ୍ଟିଗୁଡା ରବୀନ୍ଦ୍ର ହରିଜନଙ୍କ ପୁଅ ପ୍ରତ୍ୟୁଷ ପ୍ରଭାତ ହରିଜନ ବୋଲି ସୂଚନା ମିଳିଛି । ଆନ୍ଧ୍ରପ୍ରଦେଶର ସୂରିୟାପେଟ୍-ଖମମ ରାଜପଥ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାା ।

llback_fba9a0; font-size: 17px;">ସୂଚନା ଅନୁସାରେ ଗୁପ୍ତା ନାମକ ଏକ ଘରୋଇ ବସ ସିନାପାଲିରୁ ହାଇଦ୍ରାବାଦ ଯାଉଥିଲା । ଆନ୍ଧ୍ରପ୍ରଦେଶର ସୂରିୟାପେଟ୍-ଖମମ ରାଜପଥ ନିକଟ ଚିଭେନଲା ମଣ୍ଡଳର ଅଇଲାପୁରରେ ବସ୍ ଦୁର୍ଘଟଣା ଘଟିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଘରୋଇ ଯାତ୍ରୀବାହୀ ବସ ସହ ଏକ ଟ୍ରକ ଧକ୍କା ହେବାରୁ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ମର୍ମନ୍ତୁଦ ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ୫ ଜଣଙ୍କ ଜୀବନ ଦୀପ ଲିଭି ଯାଇଛି । ମୃତକଙ୍କ ମଧ୍ୟରେ ୨ ମହିଳା ଏବଂ ୩ ଜଣ ପୁରୁଷ ରହିଥିବା ଜଣାପଡ଼ିଛି ।

ତେବେ ବସ ଡ୍ରାଇଭର ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁମ୍ବାରଲା ପଞ୍ଚାୟତ ଲୋହରାକାନି ଗାଁର ୩୭ ବର୍ଷୀୟ ସୁନୀଲ ଗରଡ଼ା ବୋଲି ଜଣାପଡ଼ିଛି । ଅନ୍ୟଜଣେ ମୃତକ ହେଲେ ଖାତିଗୁଡା ଥାନା ଇନ୍ଦ୍ରାବତୀ କଲୋନୀ ଖୁଣ୍ଟିଗୁଡା ରବୀନ୍ଦ୍ର ହରିଜନଙ୍କ ପୁଅ ପ୍ରତ୍ୟୁଷ ପ୍ରଭାତ ହରିଜନ । ମୃତକ ଡ୍ରାଇଭର ସୁନୀଲଙ୍କ ୩ଟି ପୁଅ ଏବଂ ଗୋଟିଏ ଝିଅ ରହିଥିବା ବେଳେ ପରିବାରରେ ସେ ହିଁ ଏକ ମାତ୍ର ରୋଜଗରକ୍ଷମ ବ୍ୟକ୍ତି ଥିଲେ । ତେଣୁ ସୁନୀଲଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେଲେ ପରିବାର ଉପକୃତ ହୋଇଥାନ୍ତେ ବୋଲି ସୁନୀଲଙ୍କ ପରିବାର ଲୋକ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ସାକ୍ଷାତ କରି ସହାୟତା ପାଇଁ ନିବେଦନ କରିଛନ୍ତି । ସେପଟେ ନବରଙ୍ଗପୁର ଜିଲ୍ଲାର ୨ ମୃତକଙ୍କ ମୃତଦେହ ଆସିବା ପରେ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ ।

ବସଟି ନୂଆପଡା ସିନାପାଲିରୁ ବାହାରିଥିଲା । ଗତକାଲି (ଗୁରୁବାର) ୨ଟା ୩୦ରୁ ବସଟି ସେଠାରୁ ବାହାରି ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିଥିଲା । ସୂରିୟାପେଟ୍-ଖମମ ରାଜପଥ ନିକଟରେ ଏକ ବାଲି ବୋଝେଇ ଟ୍ରକ ସହ ଧକ୍କା ହେବାରୁ ଦୁର୍ଘଟଣାରେ ପ୍ରବାସୀ ଓଡ଼ିଆଙ୍କ ଜୀବନ ଯାଇଛି । ତେବେ ଟ୍ରକଟି କୋଭୁରରୁ କୋହିର ଅଭିମୁଖେ ଆସୁଥିବାବେଳେ ଟାୟାର ଫାଟିବାରୁ ଏପରି ଅଘଟଣ ଘଟିଯାଇଥିବା କୁହାଯାଉଛି । ବିପରୀତ ଦିଗରେ ଏହି ଯାତ୍ରୀବାହୀ ବସଟି ଆସୁଥିବାରୁ ବସ୍-ଟ୍ରକ ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ୫ ଜଣଙ୍କ ଜୀବନ ଚାଲିଯାଇଛି । ମୃତଦେହକୁ ସୂରିୟାପେଟ୍ ମେଡିକାଲରେ ଭର୍ତ୍ତି କରାଯାଇଛି । ସେହିପରି ୪ ଜଣ ଆହତ ହୋଇଥିବା ବେଳେ ଅଧିକ ଚିକିତ୍ସା ପାଇଁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ବସରେ ମୋଟ କେତେ ଜଣ ଯାତ୍ରୀ ଥିଲେ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

0 Comments