ତପନ ବେହେରା (ଘଟଗାଁ) ଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ ଜନସେବାରେ କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଭାବେ ନିଜର ପରିଚୟକୁ ଦୃଢ଼ୀଭୂତ କରିପାରିଛି । ବିଭିନ୍ନ ଧାରାର ପ୍ରାକୁତିକ ବିପଜୟ ଯଥା ବନ୍ୟା, ବାତ୍ୟା, ଘରପୋଡି ଏବଂ ଅବହେଳିତ ଜନଜୀବନକୁ ସାହାଯ୍ୟର ହାତ ବଢାଇବାରେ ଗରିବ ସେବାସଦନ ଶାଳପଡା ନିଜସ୍ଵ ଦାନରେ ସହାୟତାର ହାତ ବଢାଇଚାଲିଛି । ଚଳିତବର୍ଷ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦିବ୍ୟାଙ୍ଗ ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ୮୦୦ରୁ ଉର୍ଦ୍ଧ କମ୍ବଳ ବଣ୍ଟନ ପ୍ରକିୟା ଜାରିରଖିଛି ।ସେହି କ୍ରମରେ ଘଟଗାଁ ବ୍ଲକ ତୋରାଣି ପୋଖରୀ ପଞ୍ଚାୟତରେ ଏକସହ ରୁ ଅଧିକ ନିଷ୍ପେସିତ ପିରୁଷ ଓ ମହିଳା ମାନଙ୍କୁ କମ୍ବଳ ପ୍ରଦାନ ସହ ଶୁଖିଲା ଖାଦ୍ୟ ପ୍ରଦାନ କରିବାରେ ସମର୍
ଥ ହୋଇଛି । ଗରିବ ସେବାସଦନର ପ୍ରତିଷ୍ଠାତା ସଭାପତି ଡ଼ ଶମ୍ବୁନାଥ ରାଉତଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧନରେ ଓ ସଦନର ସଦସ୍ୟ ସଦସ୍ୟା ଯଥାକ୍ରମେ ରମେଶ ଚନ୍ଦ୍ର ସାହୁ , ମାନସ ଆଚାଯ୍ୟ, ଶୋଭାଗ୍ୟ କୁମାର ରାଉତ, ଦୀପକ ବେହେରାଙ୍କ ଉପସ୍ଥିତିରେ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆସିଥିବା ହିତାଧିକାରୀଙ୍କୁ କମ୍ବଳ ବଣ୍ଟନ କରିଛନ୍ତି ।ଏହି କାଯ୍ୟକ୍ରମରେ ପଞ୍ଚାୟତର ବହୁ ପ୍ରଦାନ୍ୟ ବ୍ୟକ୍ତି ଯଥା ଶଶୀଭୂଷଣ ମହାନ୍ତ,ନଟବର ମହାନ୍ତ, ନନ୍ଦିନୀ ନାଏକ, ବୈଖୁଣ୍ଠନାଥ ମହାନ୍ତ,ଅର୍ଜୁନ ମୁଣ୍ଡା, ପ୍ରଦୀପ ମହାନ୍ତ ପ୍ରମୁଖ ଉପସ୍ଥିତ ରହି କମ୍ବଳ ବଣ୍ଟନ ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।ଆଗାମୀ ପବିତ୍ର ମକର ସଂକ୍ରାନ୍ତି ପଯ୍ୟନ୍ତ ଏହି ପକ୍ରିୟାକୁ ଜାରି ରଖିବା ପାଇଁ ସମାଜସେବୀ ଡ଼ ରାଉତ ନିଜ ପତିକ୍ରିୟା ପ୍ରକାଶ କରିଛନ୍ତି ।