ରାଜ୍ୟର ବିତ୍ତଶାଳୀ ଟ୍ରକ ମାଲିକ ସଂଘ ଭାବେ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ବେଶ ପରିଚିତ। ବହୁ ବାଦ ବିବାଦ ପରେ ଜିଲ୍ଲା ଗତ ବର୍ଷ ଅକ୍ଟୋବର ମାସରେ ଜିଲ୍ଲା ଟ୍ରକ ମାଲିକ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ପ୍ରାୟତଃ ସମସ୍ତ ପୁରୁଣା କାର୍ଯ୍ୟକାରୀ କମିଟିର ସଦସ୍ୟ ପରାଜୟ ସ୍ବୀକାର କରିଥିବା ବେଳେ ନୂତନ କାର୍ଯ୍ୟକାରୀ କମିଟି ନିର୍ବାଚିତ ହୋଇଥିଲେ। ଏହି ନୂତନ କାର୍ଯ୍ୟକାରୀ କମିଟି ଗଠନ ପରେ ଜିଲ୍ଲା ଟ୍ରକ ମାଲିକ ସଂଘର ସାଧାରଣ ସଭା ବୈଠକ ଅନୁଷ୍ଠିତ ହେବା ନେଇ ଦାବି ହେଇ ଆସୁଥିଲା। ଏଥିପାଇଁ ନୂତନ

କାର୍ଯ୍ୟକାରୀ କମିଟି ଦ୍ବାରା ୧୨ ଜାନୁୟାରୀରେ ସ୍ଥାନୀୟ ଡିମ୍ବୋ ସ୍ଥିତ ସଂଘର ଅଧିକୃତ ସ୍ଥାନରେ ସାଧାରଣ ସଭା ବୈଠକ- ୨୦୨୫ ହେବାପାଇଁ ସ୍ଥିରୀକୃତ ହେଇଥିଲା। ଏନେଇ ସମ୍ପାଦକଙ୍କ ପକ୍ଷରୁ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଅନୁମତି ପାଇଁ ଆବେଦନ କରାଯାଇଥିଲା। କିନ୍ତୁ ୯ ଜାନୁୟାରୀରେ ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ପକ୍ଷରୁ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ନେଇ ଅନୁମତି ବାତିଲ କରାଯାଇଛି। ଏହି ଅନୁମତି ବାତିଲ ପରେ ଟ୍ରକ ମାଲିକ ସଂଘ ପକ୍ଷରୁ ୧୨ ଜାନୁୟାରୀ (ରବିବାର) ହେବାକୁ ଥିବା ବୈଠକ ସ୍ଥଗିତ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

0 Comments