ହରିଚନ୍ଦନପୁର ବ୍ଲକ ବକ୍ସିବାରିଗାଁ ଗ୍ରାମ ପଞ୍ଚାୟତ ର ଧାନବେଣୀ ଠାରେ ଆଞ୍ଚଳିକ ବିକାଶ ମଞ୍ଚ ଜୁଙ୍ଗା ଗ୍ରାମ ପଞ୍ଚୟାତ ତରଫରୁ ମକର ମହୋତ୍ସବ ଓ ଟୁସୁ ସମ୍ମିଳନୀ ପାଳିତ ହୋଇଯାଇଛି ।ଏହି ଅବସରର ମୁଖ୍ଯ ଅତିଥି ଡା ଫକୀରମୋହନ ନାଏକ ଯୋଗ ଦେଇ କେନ୍ଦୁଝର ଜିଲ୍ଲାର ଗଣପର୍ବ ମକର ସଂକ୍ରାନ୍ତିର ଅନୁଭୂତିର ଅନେକ କଥା ଅଭିଭାଷଣ ପ୍ରଦାନ କରିଥିଲେ ।ମୁଖ୍ଯ ବକ୍ତା ଶିକ୍ଷାବିତ ତଥା ଲେଖକ ଶ୍ରୀଯୁକ୍ତ ରତ୍ନାକର ମହାନ୍ତ କୁଡୁମୀଜାତିର ପ୍ରତିକ ଟୁସୁ ମୋନୀର ଗୁଣଗାନ କରିଥିଲେ ଓ ତାଙ୍କର ଜାତି ଓ ସତୀତ୍ୱର ରକ୍ଷା ପାଇଁ ମକର ସଂକ୍ରାନ୍ତି ଦିନ ନଦୀରେ ଝାସଦେଇ ଉସ୍ଚଗୀକୃତ କରିଥିଲେ । କୁଡୁମୀଜାତିର କୃଷିଭିତ୍ତିକ ପର୍ବ ମକର ଓ ଟୁସୁ ପର୍ବ ପାଳନ ବିଷୟଗୁଡ଼ିକ ଆଲୋକପାତ କରିଥିଲେ ।ସମ୍ମାନିତ ଅତିଥି ଭାବରେ ସାଂସଦ ପ୍ରତିନିଧି ଶ୍ରୀମତୀ ଯଶୋସ୍ବନୀ ବଳ ,ମହିଳା ଓ ଶିଶୁ ବିକାଶ ବିଭାଗ, କେନ୍ଦୁଝର ।ଶ୍ରୀଯୁକ୍ତ ଅଶୋକ କୁମାର ବେହେରା,ସାଂସଦ ପ୍ରତିନିଧି ହରିଚନ୍ଦନପୁର ବ୍ଲକ ମକର ମହୋତ୍ସବ କୁ ଆହୁରି ସରସ ସୁନ୍ଦର କରି ପ୍ରଭୁ ଧନେଶ୍ବର ମହାଦେବ ମନ୍ଦିର ଉନ୍ନତ ରୂପାୟନ ନିମିତ୍ତ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ନିଜର ବକ୍ତବ୍ଯ ରଖିଥିଲେ । ସମ୍ମାନିତ ଅତିଥି ଯୁବ ସାହିତ୍ୟିକ ଶ୍ରୀମାନ ଝସକେତନ ମହାନ୍ତ ବର୍ତ୍ତମାନ ର ଗାଁ ଓ ପୂର୍ବ ର ଗାଁ କବିତା " ଗାଁ ମାଟିର ଧୂଳି "ମାଧ୍ୟମ ରେ ଅଭିଭାଷଣ ପ୍ରଦାନ କରିଥିଲେ ।ସମ୍ମାନିତ ଅତିଥି ଯୁବ ସଫ୍ଟଓୟାର ଡେଭେଲପର ଶ୍ରୀଯୁକ୍ତ ଶୁଭ୍ରାଂଶୁ ଶେଖର ମହାନ୍ତ ବିଭିନ୍ନ ପ୍ରାନ୍ତର ଲୋକ ସଂସ୍କୃତି ଓ ଭାଷାର ବ୍ୟବ
ାର ତଥା ମକର ସଂକ୍ରାନ୍ତିର ପରମ୍ପରା ବିଷୟଗୁଡ଼ିକ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ତଥା ହାଣ୍ଡିଭଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଶ୍ରୀମତୀ ନମିନା ହାଁସଦା ଯୁବ ସମାଜ ପଥଭ୍ରଷ୍ଟ ହୋଇ ନିଶାସେବନ କରି ନିଜ ଜୀବନ ଓ ପରିବାର ନଷ୍ଟଭ୍ରଷ୍ଟ ହେଉଥିବାରୁ ସେଥିରୁ ନିବୃତ୍ତ ହେବାପାଇଁ ପରାମର୍ଶ ଦେଇଥିଲେ। ଆଞ୍ଚଳିକ ବିକାଶ ମଞ୍ଚ ର ଉପଦେଷ୍ଟା ଶ୍ରୀଯୁକ୍ତ ରୁଦ୍ର ସେନ ଜିତ ସଭାପତିତ୍ବ ରେ ସଭାକାଯ୍ଯ ହୋଇ ଥିଲା। ଆଞ୍ଚଳିକ ବିକାଶ ମଞ୍ଚ ର ସଂପାଦକ ମନୋଜ କୁମାର ପଟେଲ ଓ ବରିଷ୍ଠ ସଦସ୍ଯ ଲକ୍ଷ୍ମୀଧର ମହାନ୍ତ କାଯ୍ୟକ୍ରମ ସଂଯୋଜନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଶେଷ ରେ ବିଭିନ୍ନ ଗ୍ରାମ ରୁ ଆସିଥିବା ଟୁସଦଳ ଓ ସାସ୍କୃତିକ ଦଳ ପ୍ରତିଯୋଗିତା ମାଧ୍ୟମ ରେ ନିଜର କଳାପ୍ରଦର୍ଶନ କରିଥିଲେ। ଟୁସଦଳ ବିଜେତା 1 ମ ସାନନୂଆଗାଁ କୁ 5000/‐ 2ୟ କୁଣ୍ଢେଇ ଦଳକୁ 3000/‐ ଓ 3ୟ ବଲାଣୀ ପଶି ଚାପୁଲିଆ ସାହିଦଳ କୁ 2000/‐ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ସାସ୍କୃତିକ ଦଳ ତାଳଡିହ ଓ ଶିରିଷପାଳ ଦଳକୁ ଯୁଗ୍ମ ବିଜେତା ଭାବରେ 5000/‐ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇ ଥିଲା। ଅନ୍ଯ ସମସ୍ତ ଟୁସଦଳ ଓ ସାସ୍କୃତିକ ଦଳମାନଙ୍କୁ ସାନ୍ତନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ସାସ୍କୃତିକ କାଯ୍ୟକ୍ରମ କୁ ଅନୁଷ୍ଠାନ ର ସୁରେଶ କୁମାର ବେହେରା,ସରୋଜକାନ୍ତ ମହାନ୍ତ, ହୀରାଲାଲ ମହାନ୍ତ, ଗଣେଶ୍ବର ମହାନ୍ତ, ହାଡ଼ିବନ୍ଧୁ ମହାନ୍ତ, ଅଜିତ କୁମାର ବାରିକ, ଅଯୋଧ୍ୟା ଘଣା,ମନୋଜ ମହାନ୍ତ, ବିନାୟକ ମହାନ୍ତ, ଭରତ ମହାନ୍ତ, କିଶୋର ମାଝୀ ପ୍ରମୁଖ ପରିଚାଳନା କରିଥିଲେ ।