କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ମା ତାରିଣୀ ପୀଠ ସାରା ଦେଶରେ ବେଶ ପରିଚିତ। ଏହି ମନ୍ଦିରକୁ ପ୍ରତିଦିନ ସାରା ଦେଶରୁ ବହୁ ଭକ୍ତଙ୍କ ଭିଡ ଜମିଥାଏ। ଏହି ମନ୍ଦିରକୁ ଆସୁଥିବା ଭକ୍ତ ମାନେ ମା ଙ୍କ ହୁଣ୍ଡିରେ ସୁନା,ରୂପା ଓ ଟଙ୍କା ଦାନ କରିଥାନ୍ତି। ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରତି ମାସରେ ଏହି ହୁଣ୍ଡି ଖୋଲି ଗହଣା ଓ ଟଙ୍କା ଗଣା ଯାଇଥାଏ। ଡିସେମ୍ବର ମାସ ଓ ଇଂରାଜୀ ନୂ
ତନ ବର୍ଷ ପ୍ରଥମ ସପ୍ତାହ ପରେ ଆଜି ମନ୍ଦିର ଟ୍ରଷ୍ଟ ପକ୍ଷରୁ ମୋଟ ୧୪ଟି ହୁଣ୍ଡି ଖୋଲି ଗଣା ଯାଇଥିଲା। ଆଜିର ହୁଣ୍ଡି ଗଣତିରେ ଚାଳିଶ ଲକ୍ଷ ସତ ଚାଳିଶ ହଜାର ଦୁଇ ସହ ସାଇନ୍ତିରିଶ ଟଙ୍କା ଓ ବତିଶ ଗ୍ରାମ ସାତ ସହ କୋଡ଼ିଏ ମିଲି ଗ୍ରାମ ସୁନା ଓ ଦୁଇ କିଗ୍ରାରୁ ଉର୍ଦ୍ଧ ରୂପା ସଂଗ୍ରହ କରାଯାଇଛି। ଆଜିର ଏହି ଟଙ୍କା ଆଦାୟ ସର୍ବକାଳୀନ ରେକର୍ଡ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।