ଭୁବନେଶ୍ୱର: ସଫଳତାର ସହ ଶେଷ ହୋଇଛି ଭୁବନେଶ୍ଵରରେ ଆୟୋଜିତ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ । ରାଷ୍ଟ୍ରପତି, ପ୍ରଧାନମନ୍ତ୍
ୀଙ୍କ ସମେତ ୭ହଜାରରୁ ଊର୍ଦ୍ଧ୍ବ ପ୍ରବାସୀ ଭାରତୀୟ ଏହି ସମ୍ମିଳନୀରେ ସାମିଲ ହୋଇ ଓଡ଼ିଶାର ଆତିଥ୍ୟ, ସଂସ୍କୃତିର ସ୍ବାଦ ଚାଖିଥିଲେ । ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଓଡ଼ିଶାରେ ଥିବା ପୁଞ୍ଜିନିବେଶ ସମ୍ଭାବନା ଓ ସୁଯୋଗକୁ ପ୍ରଦର୍ଶିତ କରାଯାଇଛି ।
ଏହି ଅବସରରେ ବୈଦେଶିକ ସଚିବ ଅରୁଣ ଚାଟାର୍ଜୀ କହିଛନ୍ତି, "ଏହା ଓଡ଼ିଶାର କଳା, ସଂସ୍କୃତିକୁ ପ୍ରବାସୀ ଭାରତୀୟଙ୍କୁ ପ୍ରଦର୍ଶିତ କରିବାର ସୁଯୋଗ ଦେଇଥିଲା । ପ୍ରବାସୀ ଭାରତୀୟମାନେ ପୁରୀ, କୋଣାର୍କ ଓ ଚିଲିକା ସମେତ ୩୧ଟି ପର୍ଯ୍ୟଟନ ସ୍ଥଳୀ ବୁଲିଥିଲେ । ଓଡ଼ିଶାରେ ନିବେଶ ପାଇଁ ଚାହୁଁଥିବା ପ୍ରବାସୀ ଭାରତୀୟଙ୍କ ସହ ଯୋଗାଯୋଗରେ ରହିବାକୁ ସଂସ୍କୃତି ବିଭାଗ ପକ୍ଷରୁ ଜଣେ ନୋଡାଲ ଅଫିସର ନିୟୋଜିତ ହେବେ । ୩ ଦିନିଆ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିବା ବେଳେ ରାଷ୍ଟ୍ରପତି ଉଦଯାପନ ଉତ୍ସବର ମୁଖ୍ୟ ଅତିଥି ଥିଲେ । ୩ ଦିନ ଭିତରେ ୭ଟି ଅଧିବେଶନରେ ବିଭିନ୍ନ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ଓଡ଼ିଶା ସରକାରଙ୍କ ତରଫରୁ ପୁଞ୍ଜିନିବେଶ, ପର୍ଯ୍ୟଟନ ଓ ବିକଶିତ ଓଡ଼ିଶା ଉପରେ ସ୍ୱତନ୍ତ୍ର ଅଧିବେଶନ ବସିଥିଲା । ପ୍ରବାସୀ ଭାରତୀୟ ଦିବସରେ ସାଢ଼େ ୭ ହଜାରରୁ ଅଧିକ ପଞ୍ଜିକରଣ କରିଥିଲେ ।"
ରାଜଧାନୀ ଭୁବନେଶ୍ବରରେ ଚାଲିଥିଲା 3 ଦିନିଆ ପ୍ରବାସୀ ଭାରତୀୟ ସମ୍ମିଳନୀ । ଯାହାକି ଆଜି ଉଦଯାପିତ ହୋଇଛି । ଗତ ଜାନୁଆରୁ 8ରୁ ଜାନୁଆରୀ 10 ପର୍ଯ୍ୟନ୍ତ ଚାଲିଥିବା ଏହି 18 ତମ ପ୍ରବାସୀ ଭାରତୀୟ ସମ୍ମିଳନୀରେ 7 ହଜାରରୁ ଅଧିକ ପ୍ରବାସୀ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦଘାଟନ କରିଥିବା ବେଳେ ଉଦଯାପନୀରେ ସାମିଲ ହୋଇଥିଲେ ମହାମହିମ ରାଷ୍ଟ୍ରପତି । ଏହି ଅବସରରେ 27 ଜଣ ପ୍ରବାସୀଙ୍କ ସମ୍ମାନିତ କରାଯାଇଥିଲା ।