କେନ୍ଦୁଝର- ନୂଆ ଇଂରାଜୀ ନୂଆ ବର୍ଷ ୨୦୨୫ ଆସିଛି , ସବୁ ପୁରୁଣା ଦୁଃଖ କଷ୍ଟ ଭୁଲି ନୂଆ ବର୍ଷକୁ ଉପଭୋଗ କରିବା ବେଳ ଆସିଛି ଅନୁଚିନ୍ତା ୨୦୨୫ ରେ କିପରି ଆହୁରି ଭଲ କାମ କରାଯିବ ସଂଗଠନକୁ ଦୃଢ଼ କରାଯିବ। ବର୍ତ୍ତମାନ ରାଜ୍ୟ ରାଜନୀତିକୁ ଦେଖି କେନ୍ଦୁଝର କଂଗ୍ରେସ ମଧ୍ୟ ଖୁବ୍ ଉତ୍ସାହିତ ହୋଇଛି ରାଜ୍ୟର ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲାରୁ ଯାଇଥିବାରୁ ଗୋଟେ ଦୃଢ଼ ବିରୋଧ ଦଳ ଭାବେ କେନ୍ଦୁଝର କଂଗ୍ରେସର ଦାୟୀତ୍ବ ବଢ଼ି ଯାଇଛି। ତେଣୁ ଆଜି ଯୁବ ନେତା ଐତିହ୍ୟ ଦିବ୍ୟ ସିଂହଙ୍କ ଅନୁରୋଧ କ୍ରମେ ଜିଲ୍ଲାର କଂଗ୍ରେସ ସଦସ୍ୟମାନେ ଜିଲ୍ଲା କଂଗ୍ରେସ ଭବନରେ ଏକାଠି ହୋଇ ବନ୍ଧୁ ମିଳନ କରିଥିଲେ। ପରସ୍ପର ଭିତରେ କଥାବାର୍ତ୍ତା ଭାବ ବିନିମୟ କରି ଖୁସି ହୋଇଥ
ିଲେ। ଆଗାମୀ ଦିନରେ କିପରି ଲୋକଙ୍କ ପାଖେ ପହଞ୍ଚି ପାରିବେ ଆଲୋଚନା କରିଥିଲେ। ଭୋଜିଭାତ ମଧ୍ୟରେ ଏହି ବନ୍ଧୁ ମିଳନ ଜିଲ୍ଲା କଂଗ୍ରେସକୁ ମଜବୁତ୍ କରିବ ବୋଲି ଆଲୋଚନା ହୋଇଥିଲା। ଏହି ବନ୍ଧୁ ମିଳନରେ ପୂର୍ବତନ ପିସିସି ସଭାପତି ଶ୍ରୀ ନିରଂଜନ ପଟ୍ଟନାୟକ, ଶ୍ରୀ ଜୟଦେବ ଜେନା,ପୂର୍ବତନ ସାଂସଦ ଶ୍ରୀ ଯଶୋବନ୍ତ ସିଂହ ଲାଗୁରି,ପୂର୍ବତନ ସଦର ବିଧାୟକ ଶ୍ରୀ ସୁବର୍ଣ୍ଣ ନାୟକ,ପୂର୍ବତନ ସଦର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପ୍ରତିଭା ମଞ୍ଜରୀ ନାୟକ,ବରିଷ୍ଠ କଂଗ୍ରେସ ନେତା ଆଲୋକ ମିଶ୍ର,ମୋହନ ଚରଣ ପରିଡ଼ା,ବସନ୍ତ ଦାସ, ନିର୍ମଳ ନାୟକ,ଐତିହ୍ୟ ଦିବ୍ୟ ସିଂହ, ସୁଢ଼ଳ କୁମାର ସେଠୀ,ଉତ୍ତମ କୁମାର ସାହୁ,ଅଶୋକ ଠକ୍କର,ମନୋରଞ୍ଜନ ରାଉତ, ଆର୍ତ୍ତତ୍ରାଣ ଦାସ ଆଦି ଅନେକ ଯୋଗ ଦେଇଥିଲେ।