ରାୟଗଡ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ଭିଡିଓ କନଫରେନସିଂ ଜରିଆରେ ସ୍ୱତନ୍ତ୍ର ସ୍ୱାମୀତ୍ୱ ଯୋଜନାର ଇ-ସମ୍ପତି କାର୍ଡ ବିତ୍ତରଣ ଶୁଭାରମ୍ଭ କରିଛନ୍ତି l ଏହି ଯୋଜନାରେ ଭାରତର ୫୦ହଜାର ଗ୍ରାମରୁ ୬୫ଲକ୍ଷ ହିତାଧିକାରୀଙ୍କୁ ସମ୍ପତି କାର୍ଡ ବିତରଣ କରାଯାଇଛି l ରାୟଗଡ ଜିଲ୍ଲାରେ ସ୍ୱାମୀତ୍ୱ ଯୋଜନା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବରେ ଉପସ୍ଥିତ ରହି ହିତାଧିକାରୀଙ୍କୁ କାର୍ଡ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଝାରୀ, ରାୟଗଡ଼ ବିଧାୟକ କାଡ୍ରାକା ଆପଲସ୍ୱାମୀ, ଵିଷମ କଟକ ବିଧାୟକ ନୀଳମାଧଵ ହିକକା ଓ ଜିଲ୍ଲାପାଳ ପାରୁଲ ପଟାୱରୀ ପ୍ରମୁଖ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତି ଥିଲେ ।

ରାୟଗଡ ଜିଲ୍ଲା ଅନ୍ତର୍ଗତ ରାୟଗଡ ତହସିଲ ଅ

ଧୀନରେ ୨୧୨ ଜଣ ଓ କୋଲନରl ତହସିଲରୁ ୩୦ଜଣ ମିଶି ଜିଲ୍ଲାର ସର୍ବମୋଟ ୨୪୨ ଜଣ ହିତାଧିକାରୀଙ୍କୁ ସମ୍ପତି ପତ୍ର ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜର ଭାଷଣରେ, ୨୦୨୦ ମସିହା ଏପ୍ରିଲ ୨୯ ତାରିଖ ଜାତୀୟ ପଞ୍ଚାୟତ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ଯୁଗାନ୍ତକାରୀ ‘ସ୍ୱାମୀତ୍ୱ ଯୋଜନା’ ବିଷୟରେ ବୁଝାଇଥିଲେ l ସ୍ୱାମୀତ୍ୱ ମାନେ ଜାଣୁ ଯେ କୌଣସି ସମ୍ପତ୍ତି କିମ୍ବା ସାଧନ ଉପରେ ଅଧିକାର ଜାହିର କରିବା, ଅର୍ଥାତ ସଂଶାଧନ ଉପରେ ଆଇନ ଅନୁଯାୟୀ ମାଲିକାନାସତ୍ତ୍ଵ । ଏହି ବୈପ୍ଳବିକ ପଦକ୍ଷେପ ହେଉଛି ସ୍ୱାମୀତ୍ୱ । ଜମିଜମା ରେକର୍ଡର ଡିଜିଟାଲାଇଜେସନ ମାଧ୍ୟମରେ ସ୍ପଷ୍ଟ ସମ୍ପତ୍ତି ଅଧିକାର ପ୍ରଦାନ ଏହାର ଆଭିମୁଖ୍ୟ । ଡ୍ରୋନ ସର୍ଭେ ଦ୍ୱାରା ଉଚ୍ଚମାନର ଫଟୋ ଉଠାଯାଇପାରୁଥିବା ଯୋଗୁଁ ଲୋକମାନଙ୍କର ଘରଦ୍ୱାର ବା ସମ୍ପତ୍ତିର ନିର୍ଭୁଲ ଏବଂ ଦୀର୍ଘସ୍ଥାୟୀ ସମ୍ପତ୍ତି ପତ୍ର ପ୍ରସ୍ତୁତ ହୋଇପାରୁଛି ।’’

ସମ୍ପତ୍ତି ପତ୍ର ଚୂଡାନ୍ତ ହେବା ପୂର୍ବରୁ ସମ୍ପତ୍ତିର ମାଲିକ, ଦାବିଦାର ଇତ୍ୟାଦିଙ୍କ ଆପତ୍ତି ଅଭିଯୋଗ ଗ୍ରହଣ କରିବା ବ୍ୟବସ୍ଥା ବି ରହିଥିବା ଯୋଗୁଁ ଏଥିରେ ସ୍ୱଚ୍ଛତା ଏବଂ ପାରଦର୍ଶୀତା ଆସିବା ନେଇ ଆଶା କରାଯାଉଛି । ଦେଶର ୧୦ ଗୋଟି ରାଜ୍ୟ ଓ ୨ ଗୋଟି କେନ୍ଦ୍ରଶାସିତ ଅଞ୍ଚଳର ୫୦ ହଜାରରୁ ଊର୍ଦ୍ଧ ରାଜସ୍ୱ ଗ୍ରାମରେ ପ୍ରାୟ ୬୫ ଲକ୍ଷ ହିତାଧିକାରୀଙ୍କୁ ଇ-ସମ୍ପତି କାର୍ଡ ବଣ୍ଟନ କରାଯିବା ପାଇଁ ସ୍ୱାମୀତ୍ୱ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି l

ଓଡିଶାରେ ୨୦୨୧ ମସିହା ଫେବୃଆରୀ ୫ ତାରିଖରେ ସ୍ୱାମିତ୍ୱ ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ ଭାରତୀୟ ସର୍ବେକ୍ଷଣ ବିଭାଗ ସହିତ ଚୁକ୍ତି ସ୍ୱାକ୍ଷର ହୋଇଥିଲା । ଏବେ ସ୍ୱାମୀତ୍ୱ ଯୋଜନାରେ ଓଡିଶାର ୫ଟି ଜିଲ୍ଲା ଯଥା ରାୟଗଡା, ଝାରସୁଗୁଡା, ଗଜପତି, ଢେଙ୍କାନାଳ ଏବଂ ନବରଙ୍ଗପୁରର ମୋଟ ୩,୦୩୯ ଗୋଟି ଗ୍ରାମରେ ସର୍ଭେ କାର୍ଯ୍ୟ ଚାଲୁଅଛି । ତନ୍ମଧ୍ୟରୁ ୨,୭୨୧ ଗୋଟି ଗ୍ରାମରେ ଭାରତୀୟ ସର୍ବେକ୍ଷଣ ବିଭାଗ ଦ୍ୱାରା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଭାରତୀୟ ସର୍ବେକ୍ଷଣ ବିଭାଗ ଉପରୋକ୍ତ ୫ଟି ଜିଲ୍ଲାର ଡ୍ରୋନ ସର୍ଭେ ସାରିବା ପରେ ୧୭୮୫ ଗୋଟି ଗ୍ରାମର ୩୯୭୪ ଗୋଟି ମ୍ୟାପ-୧ କୁ ଭୂମିର ସତ୍ୟତା ଏବଂ ଯାଞ୍ଚ ପାଇଁ ସମ୍ପୃକ୍ତ ଜିଲ୍ଲାମାନଙ୍କୁ ପ୍ରେରଣ କରିଛନ୍ତି l ବର୍ତ୍ତମାନ ସୁଦ୍ଧା, ରାୟଗଡା ଜିଲ୍ଲାର ୨ ହଜାର ୪୬୨ ଟି ମୌଜା ଏବଂ ୨୭୯ଟି ପଡାରେ ଡ୍ରୋନ ସର୍ଭେ ସରିଛି । ଜିଲ୍ଲାର ସମୁଦାୟ ୨ ହଜାର ୮୭୦ଜଣଙ୍କୁ ସମ୍ପତ୍ତି ପତ୍ର ମଧ୍ୟ ପ୍ରଦାନ କରାଯାଇ ସାରିଛି।


0 Comments