ରାଉରକେଲା: ସ୍ପଷ୍ଟ ହେଲା ରାଉରକେଲାରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା । ପ୍ରେସମିଟ କରି ସ୍ପଷ୍ଟୀକରଣ ଦେଲେ ରାଉରକେଲା ମହାନଗର ନିଗମ କମିଶନର ତଥା ରାଉରକେଲା ଅତିରିକ୍ତ ଜିଲ୍ଲାପାଳ । ତେବେ ଦିନକୁ ଦିନ ଯେଉଁଭଳି ଭାବରେ ଗ୍ରୀଷ୍ମପ୍ରବାହ କିଛି ଦିନ ହେବ ଜାରି ରହିଛି । ତାହା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି । ତେବେ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ରାଉରକେଲା ସହରରେ ମୋଟ ଅସ୍ୱାଭାବିକ ଭାବରେ 35 ଜଣଙ୍କ ଜୀବନ ଯାଇଛି । ତେବେ ଏହା ମଧ୍ୟରେ 6 ଜଣଙ୍କ ମୃତ୍ୟୁ କେବଳ ଅଂଶୁଘାତ ଯୋଗୁଁ ହୋଇଥିବା ନେଇ ସୂଚନା ମିଳିଛି ।

-family: __Noto_Sans_4cce57, __Noto_Sans_Fallback_4cce57; font-size: 17px;">ରାଉରକେଲା ସରକାରୀ ହସ୍ପିଟାଲରେ ଏବଂ ହାଇଟେକରେ ଚିକିତ୍ସା ହେଉଥିବା ରୋଗୀଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଛଅ ଜଣ ଅଂଶୁଘାତରୁ ମୃତ୍ୟୁବରଣ କରିଛନ୍ତି ବୋଲି ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି । ସମସ୍ତ ଲୋକେ ପ୍ରାୟ ଶ୍ରମିକ ଶ୍ରେଣୀର ଲୋକେ । ତେବେ ସମସ୍ତ ଅମୂଲ୍ୟ ଜୀବନ ଏହି ଭୟଙ୍କର ଗ୍ରୀଷ୍ମପ୍ରବାହ ଯୋଗୁଁ ଯାଇଛି ବୋଲି ସୂଚନା ମିଳିଛି । ତେବେ ବର୍ତ୍ତମାନ ରାଉରକେଲାରେ ଗତକାଲି ଠାରୁ ବର୍ଷା ହେବା ସାଙ୍ଗକୁ ମେଘୁଆ ପାଗ ରହିଥିବାରୁ ଲୋକେ ଖରାରୁ ତ୍ରାହି ପାଇଛନ୍ତି । ଅଂଶୁଘାତରେ ପୀଡିତ ଥିବା ରୋଗୀଙ୍କ ମଧ୍ୟରେ ସୁସ୍ଥ ହେବାରେ ଲାଗିଛନ୍ତି ।

ତେବେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି ଯେ, ଗତ 30 ତାରିଖରୁ ବର୍ତ୍ତମାନ ଯାଏଁ ମୋଟ ଅସ୍ୱାଭାବିକ ଭାବରେ 35 ଜଣ ମୃତ୍ୟୁବରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା 24 ଜଣଙ୍କ ପୋଷ୍ଟମର୍ଟମ ହୋଇଛି । ଏହାରି ମଧ୍ୟରୁ ୬ ଜଣଙ୍କ ଅଂଶୁଘାତରୁ ଜୀବନ ଯାଇଛି ବୋଲି ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ବାକି ରହିଥିବା ୧୮ ଜଣଙ୍କ ପୋଷ୍ଟମର୍ଟମ ହୋଇଛି ତେବେ ସେମାନଙ୍କ ମୃତ୍ୟୁ କାରଣ ସ୍ପଷ୍ଟ ହେଉନଥିବାରୁ ସେମାନଙ୍କୁ ଭିସେରା ପାଇଁ ପଠାଯାଇଛି । ଭିସେରା ରିପୋର୍ଟ ପାଇଁ ଦୁଇ ଜଣିଆ ଏକ୍ସପର୍ଟ ଟିମ ଗଠନ କରାଯାଇଛି । ସେମାନେ ଭିସେରା ରିପୋର୍ଟ ତଦନ୍ତ କରିବେ । ଅନ୍ୟପକ୍ଷରେ ମୋଟ 35 ଜଣ ମୃତକଙ୍କ ମଧ୍ୟରୁ ଚାରି ଜଣଙ୍କ ପରିବାର ବ୍ୟବଚ୍ଛେଦ ଲାଗି ମନା କରିଥିଲେ । ତେଣୁ ତାଙ୍କୁ ଫେରାଇ ଦିଆଯାଇଛି ଏବଂ 7 ଜଣଙ୍କ ପୋଷ୍ଟମର୍ଟମ ରିପୋର୍ଟ ବର୍ତ୍ତମାନ ସୁଦ୍ଧା ଆସିନାହିଁ ।

ଗତକାଲି ଠାରୁ ରାଉରକେଲାରେ ବର୍ଷା ହେବା ସାଙ୍ଗକୁ ମେଘୁଆ ପାଗ ରହିଥିବାରୁ ଲୋକେ ଖରାରୁ ତ୍ରାହି ପାଇଛନ୍ତି । ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଯେ, ଅଂଶୁଘାତରେ ପୀଡିତ ଥିବା ରୋଗୀଙ୍କ ମଧ୍ୟରେ ସୁସ୍ଥ ହେବାରେ ଲାଗିଛନ୍ତି । ଆଜି ଗୋଟିଏ ମଧ୍ୟ ଅଂଶୁଘାତଜନିତ ରୋଗୀ ଚିକିତ୍ସା ପାଇଁ ଆସି ନାହାନ୍ତି । ଆଗକୁ ଖୁବଶୀଘ୍ର ସମସ୍ତ ରିପୋର୍ଟ ଆସିବା ପରେ ଅଂଶୁଘାତର ମୃତ୍ୟୁ ସଂଖ୍ୟା ସମ୍ପୂର୍ଣ୍ଣ ଜଣାପଡିବ । ଆଗାମୀ ଦିନରେ ଆହୁରି ଗ୍ରୀଷ୍ମପ୍ରବାହ ହେଲେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ବଢିବ ଆଶଙ୍କା କରି ଆର୍‌ଜିଏଚ୍‌ର ସ୍ବତନ୍ତ୍ର ୱାର୍ଡ ସଂଖ୍ୟା ୪କୁ ବୃଦ୍ଧି କରାଯାଇଛି । ଆଗାମୀ ସମୟରେ ଦରକାର ପଡ଼ିଲେ ଏହା ଆହୁରି ବଢ଼ାଯିବ ।

0 Comments