ପାନାଜୀ: ଆରବସାଗରରେ ନିୟୋଜିତ ଆଇଏନଏସ ବିକ୍ରାନ୍ତରେ ଶୁକ୍ରବାର ପହଞ୍ଚି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ପାକିସ୍ତାନକୁ କଡା ଚେତାବନୀ ଦେଇଛନ୍ତି । ଭାରତୀୟ ନୌସେନାର ପରାକ୍ରମ ବିଷୟରେ ବଖାଣି ରାଜନାଥ ସିଂହ କହିଥିଲେ,'ଯଦି ଅପରେସନ ସିନ୍ଦୂରରେ ନୌସେନା ନିୟୋଜିତ ହୋଇଥାନ୍ତା, ତେବେ ପାକିସ୍ତାନକୁ 1971 ମସିହାରୁ ଅଧିକ କରୁଣ ପରିଣତି ଦେଖିବାକୁ ପଡିଥାନ୍ତା । ପାକିସ୍ତାନ ଭାଙ୍ଗି ଚାରି ଖଣ୍ଡ ହୋଇଯାଇଥାନ୍ତା ।'

t-size: 20px;">ପଡୋଶୀ ରାଷ୍ଟ୍ର ଉପରେ ଭାରତୀୟ ବାୟୁସେନାର ଅପରେସନ୍ ଉପରେ ମତ ଦେଇ କହିଥିଲେ, 'ଏଥର ଯଦି ପଡୋଶୀ ଭୁଲରେ ବି ଭୁଲ କରେ, ତେବେ ତା'ର କଳ୍ପନାତୀତ ଉପାୟରେ ଜବାବ୍ ଦିଆଯିବ । ଯଦି ଏଥର ପାକିସ୍ତାନ ପକ୍ଷରୁ ଘୃଣ୍ୟ ଅପରାଧ ଦେଖିବାକୁ ମିଳେ, ଏହାର ଉତ୍ତର ଭାରତୀୟ ନୌସେନା ଦେବା ଆରମ୍ଭ କରିବ ।'

ଗୋଆରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନ ପ୍ରତି କଡା ଆଭିମୁଖ୍ୟ ରଖି କହିଥିଲେ, ‘ଅପରେସନ ସିନ୍ଦୂର ସରିଗଲା ବୋଲି ପଡୋଶୀ ନ ଭାବୁ । ଏହାକୁ କେବଳ ଅଟକ ରଖାଯାଇଛି । ଭାରତୀୟ ନୌସେନା ସମୁଦ୍ର ଭଳି ଶାନ୍ତ ଏବଂ ଅନ୍ୟ ପକ୍ଷେ ସୁନାମି ଭଳି ତାଣ୍ଡବ ରଚିବାରେ ସକ୍ଷମ । ତେବେ ଆଇଏନଏସ ବିକ୍ରାନ୍ତ ବର୍ତ୍ତମାନ ଆରବସାଗରରେ ନିୟୋଜିତ । ପ୍ରତିରକ୍ଷା ମନ୍ତ୍ରୀ ଏଠାରେ ପହଞ୍ଚି ଯୁଦ୍ଧ ସମୟର ପ୍ରସ୍ତୁତି ଓ ପରିଚାଳନାର ସମୀକ୍ଷା କରିଥିଲେ ।

ରାଜନାଥ ସିଂହ ଭାରତୀୟ ନୌସେନାର ପ୍ରଶଂସା କରି କହିଥିଲେ, 'ସମୁଦ୍ରରେ ପ୍ରଭୁତ୍ୱ, ଉଚ୍ଚସ୍ତରର ଯୁଦ୍ଧ ମୁକାବିଲା ପାଇଁ ପ୍ରସ୍ତୁତି ଏବଂ ଆରବସାଗରରେ ଆକ୍ରମଣାତ୍ମକ ଭାବେ ନିୟୋଜିତ ହୋଇ ଶତ୍ରୁର ଆକ୍ରମଣ ଯୋଜନାକୁ ପଣ୍ଡ କରିଥିଲା । ଅପରେସନ ସିନ୍ଦୂର ସମୟରେ ଭାରତୀୟ ନୌସେନାର ନୀରବତା ପ୍ରତ୍ୟେକ ଭାରତୀୟଙ୍କୁ ପ୍ରଭାବିତ କରିଥିଲା । ଭାରତୀୟ ନୌସେନା ନୀରବ ରହିବା ସତ୍ତ୍ୱେ ପାକିସ୍ତାନୀ ସେନାକୁ ରୋକିବାରେ ସଫଳ ହୋଇଥିଲା ।

ରକ୍ଷାମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଭାରତୀୟ ନୌସେନାର ଭୂମିକା ଗୌରବଶାଳୀ ଅଟେ । ଅପରେସନ ସିନ୍ଦୂରରେ ଯେବେ ଭାରତୀୟ ବାୟୁସେନା ଆତଙ୍କବାଦୀଙ୍କ ଆଡ୍ଡା ନଷ୍ଟ କରିଥିଲା ସେହି ସମୟରେ ଆରବସାଗରରେ ଆକ୍ରମଣାତ୍ମକ ଭାବେ ଆଇଏନଏସ ବିକ୍ରାନ୍ତର ନିୟୋଜନ ପାକିସ୍ତାନୀ ସେନାକୁ ନିଜ ତଟରେ ହିଁ ନିୟୋଜିତ ହୋଇ ରହିବାକୁ ବାଧ୍ୟ କରିଥିଲା । ସେମାନେ ସମୁଦ୍ରକୁ ଓହ୍ଲାଇବାକୁ ମଧ୍ୟ ସାହାସ କରିପାରିନଥିଲେ ।

ସୂଚନା ଥାଉକି, ଆଇଏନଏସ ବିକ୍ରାନ୍ତ 2022 ମସିହାରେ ଭାରତୀୟ ନୌସେନାରେ ସାମିଲ ହୋଇଥିଲା ।

0 Comments