ଭୁବନେଶ୍ବର: ଗୁଳୁଗୁଳିରୁ ନାହିଁ ନିସ୍ତାର । ଆଗାମୀ 5 ଦିନ ପର୍ଯ୍ୟନ୍ତ ଗୁଳୁଗୁଳି ଜାରି ରହିବ । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଗରମ ଓ ଗୁଳିଗୁଳି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିପି ଆସନ୍ତା 24 ଘଣ୍ଟାରେ କାଳବୈଶାଖୀ, ବଜ୍ରପାତ ଓ ଝଟକା ପବନ ନେଇ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ ।
ଏନେଇ
w-slashed-zero: ; --tw-numeric-figure: ; --tw-numeric-spacing: ; --tw-numeric-fraction: ; --tw-ring-inset: ; --tw-ring-offset-width: 0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 17px;"> ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି
କହିଛନ୍ତି, ‘ଆସନ୍ତା ୨୪ ଘଣ୍ଟା ପାଇଁ ଗରମ ଓ ଗୁଳୁଗୁଳି ଜାରି ରହିବ । ବାଲେଶ୍ବର,ଭଦ୍ରକ, ଯାଜପୁର,କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ ଖୋର୍ଦ୍ଧା ନୟାଗଡ ଗଞ୍ଜାମ, ଗଜପତି ପାଇଁ ଜାରି କରାଯାଇଛି ୟେଲୋ ଓ୍ବାର୍ଣ୍ଣିଂ । ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ କେତୋଟି ଗୋଟିଏ ଆଉ ଦୁଇଟି ସ୍ଥାନରେ ଝଡବତାସ ଜନିତ ବର୍ଷା ଦେଖାଦେଇପାରେ ।’
ବାଲେଶ୍ବର ଓ ଜଗତସିଂହପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ହୋଇପାରେ । ଏହା ସହିତ ଅନ୍ୟ ଉପକୂଳବର୍ତ୍ତୀ ଜିଲ୍ଲାରେ ଗରମ ଓ ଗୁଳିଗୁଳି ଅନୁଭୂତ ହେବ ।
ଆସନ୍ତା 6 ତାରିଖରେ ହିଟୱେଭ ରହିବାର ସମ୍ଭାବନା ରହିଛି । ବାଲେଶ୍ବର, ଭଦ୍ରକ, ପୁରୀ, ଜଗତସିଂହପୁର ଜିଲ୍ଲା ସହିତ ଅନ୍ୟ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ହଟ୍ ଆଣ୍ଡ ହ୍ୟୁମିଡିଟି କଣ୍ଡିସନ ରହିବ ।
ତେବେ ଆସନ୍ତା 24 ଘଣ୍ଟା ପାଇଁ ଓଡ଼ିଶାର 15 ଜିଲ୍ଲାରେ ବିଜୁଳି ଘଡଘଡି ବର୍ଷା ନେଇ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ସେହି ଜିଲ୍ଲା ଗୁଡିକ ହେଉଛି- ଝାରୁସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ,ବାଲେଶ୍ବର,ନୂଆପଡା କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ, ସମ୍ବଲପୁର, ନୟାଗଡ଼, ରାୟଗଡା, ଖୋର୍ଦ୍ଧା । ଏସବୁ ଜିଲ୍ଲାରେ ୩୦ରୁ ୪୦କିମି ବେଗରେ ପବନ ବହିବା ସହ ବିଜୁଳି ଘଡଘଡି ବର୍ଷା ହେବାର ସମ୍ଭାବନା ରହିଛି ।