କେନ୍ଦୁଝର - ଏକକ ବ୍ୟବହାର ପ୍ଲାଷ୍ଟିକ୍ ର ବିପଦକୁ ମୁକାବିଲା କରିବା ପାଇଁ, ରାଜ୍ୟ ପ୍ରଦୂଷଣ ବୋର୍ଡ, କେନ୍ଦୁଝର, ରୋଟାରୀ କ୍ଲବ୍ କେନ୍ଦୁଝର ସହିତ ମିଳିତ ଭାବରେ ସହରର ଲାବଣ୍ୟ ଛକ ଠାରୁ ଧରଣୀଧର ବିଶ୍ୱବିଦ୍ୟାଳୟ ଅଭିମୁଖେ "ଆମ ଦାୟିତ୍ୱ, ଆମର ଭବିଷ୍ୟତ" ଶୀର୍ଷକ ଏକ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲା।
ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ଛାତ୍ର, ସ୍ଥାନୀୟ ବାସିନ୍ଦା ଏବଂ ବ୍ୟବସାୟୀମାନଙ୍କୁ ପରିବେଶ ଉପରେ ଏକକ ବ୍ୟବହାର ପ୍ଲାଷ୍ଟିକ୍ ର କ୍ଷତିକାରକ ପ୍ରଭାବ ଏବଂ ପରିବେଶ ଅନୁକୂଳ ବିକଳ୍ପ ଗ୍ରହଣ କରିବାର ଗୁରୁତ୍ୱ ବିଷୟରେ ସଚେତନତା କରାଇବା। ଏହି କାର୍ଯ୍ୟକ୍ରମରେ ଛାତ୍ର, ସମସ୍ତ ସମ୍ପ୍ରଦାୟ ଏବଂ ସ୍ଥାନୀୟ ସରକାରୀ ଉଚ୍ଚପଦସ୍ଥ ଅଧିକାରୀମାନେ ଉତ୍ସାହଜନକ ଭାବେ ସ୍ବତଃ ପ୍ରବୃତ୍ତ ଭାବେ ଅଂଶଗ୍ରହଣ କରୁଥିବା ଦେଖିବାକୁ ମିଳିଥିଲା।
- ସ୍ଥାୟୀ ଅଭ୍ୟାସକୁ ପ୍ରୋତ୍ସାହିତ କରିବା, ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ହ୍ରାସ କରିବା ଉପରେ ନିଜର ଅଭିମତ ରଖିଥିଲେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଏଚ୍.ଡି. ଧନରାଜ୍ (D.F.O) ଓ S.P.C.B ର R.O ଶ୍ରୀଯୁକ୍ତ କର ମହାଶୟ।
ପୁନଃ ବ୍ୟବହାରଯୋଗ୍ୟ କପଡ଼ା ବ
ୟାଗ ଉପରେ ନିର୍ଭରଶୀଳ ହେବାକୁ ପରାମର୍ଶ ଦେଲେ ଉପସ୍ଥିତ ବୁଦ୍ଧିଜୀବୀ। ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ କେଉଁଝରର ବାର୍ତ୍ତା ପ୍ରସାର କରି ରାସ୍ତାରେ ଏକ ସାଇକେଲ ଶୋଭାଯାତ୍ରା ରେ ସାମିଲ୍ ଥିଲେ ୬୦ ରୁ ୭୦ ଜଣ ଛାତ୍ରଛାତ୍ରୀ, ଅଭିଭାବକ ଓ ବିଶିଷ୍ଟ ସମାଜସେବୀ।
ପରିବେଶ ସୁରକ୍ଷା ପାଇଁ ସାମୂହିକ ପଦକ୍ଷେପର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଧନ୍ୟବାଦ ଅର୍ପଣ ସହିତ କାର୍ଯ୍ୟକ୍ରମ ଶେଷ ହୋଇଥିଲା। ଏହି କାର୍ଯ୍ୟକ୍ରମ ଏକ ସ୍ୱଚ୍ଛ, ସବୁଜ କେନ୍ଦୁଝର ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ଚିହ୍ନିତ ହୋଇଥିଲା ଏବଂ ଆଶା କରାଯାଉଛି ଯେ ଏହି ପ୍ରକାରର ପଦକ୍ଷେପ ସମ୍ପ୍ରଦାୟରେ ସ୍ଥାୟୀ ପରିବର୍ତ୍ତନକୁ ପ୍ରେରଣା ଦେବ। ଶେଷରେ ରୋଟାରୀ କ୍ଲବ କେନ୍ଦୁଝର ଶାଖାର ସଂପାଦକ ଶ୍ରୀମାନ ଦୀପକ ନାୟକ,ଇଂ ଦେବବ୍ରତ ସ୍ବାଇଁ, ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ଖଟ୍ଟୋଇ, ବିଜୟନାଥ କପୁର, ପ୍ରଶାନ୍ତ ସ୍ବାଇଁ, ଗଜେନ୍ଦ୍ର ବେହେରା, ଅମୀୟ କୁମାର ବେହେରା ଙ୍କ ସମେତ ସମସ୍ତ ରୋଟାରିଆନ୍,S.P.C.Bର କର୍ମଚାରୀ।ଏହି ଶୋଭାଯାତ୍ରା କୁ ଶାନ୍ତି ଶୃଙ୍ଖଳା ର ସହିତ ସହର ପରିକ୍ରମା କରାଇବାର ମୁଖ୍ୟ ଦାୟିତ୍ୱ ନିର୍ବାହ କରୁଥିଲେ କେନ୍ଦୁଝର ଟାଉନ ଥାନା ଅଧିକାରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ ।