ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ପାଇଁ ନାହିଁ ଗରମ କି ଗୁଳୁଗୁଳି । ବର୍ଷାର ପ୍ରଭାବରେ ତାପମାତ୍ରାରେ କିଛି ପରିମାଣର ହ୍ରାସ ହେବ । ହେଲେ ଆଗାମୀ ସାତ ଦିନ ପାଇଁ ଯେପରି ବର୍ଷା ହେଉଛି ସେଭଳି ବର୍ଷା ହେବାର ପୁର୍ବାନୁମାନ କରିଛି ଆଞ୍ଚଳିକ ପାଣାପାଗ କେନ୍ଦ୍ର । ଏପରିକି ୨୪ ଘଣ୍ଟା ପାଇଁ ମଧ୍ୟ ହାଲକାରୁ ମଧ୍ୟମ ଧରଣର ବର୍ଷା କିଛି କିଛି ସ୍ଥାନରେ ଜରି ରହିବ । ତା ସହିତ ବର୍ଷା ସହିତ ବିଜୁଳି ସହ ଘଡଘଡି ଓ ୩୦ରୁ ୪୦କିମି ବେଗରେ ପବନ ସହିତ କାଳବୈଶାଖୀ ଜନିତ ବର୍ଷା ମଧ୍ୟ ଜାରି ରହିବ । ଏନେଇ ଓ୍ବାର୍ଣ୍ଣିଂ ମଧ୍ୟ ଦିଆଯାଇଛି । କେବଳ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ କାଳବୈଶାଖୀ ଜନିତ ବର୍ଷା ପାଇଁ ସତର୍କତା ଜାରି ହୋଇଥିବା ବେଳେ ବାକି ଅନ୍ୟ କେତୋଟି ସ୍ଥାନରେ ଏହା ସମ୍ଭାବନା ରହିଛି ।
ଆସନ୍ତାକାଲି ପାଇଁ ଯେତେକ ଉପକୂଳବର୍ତ୍ତୀ ଜିଲ୍ଲା ରହିଛି ତା ସହିତ ମୟୂରଭଞ୍ଜ, କେଉଁଝର, ମାଲକାନଗିରି, ରାୟଗଡ଼ା ଓ
କୋରାପୁଟ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟା ସ୍ଥାନରେ ବର୍ଷା ସହ ବିଜୁଳି ଘଡଘଡି ସହ କାଳବୈଶାଖି ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି । ସାତ ତରିଖ ପରଠୁ କୌଣସି ଓ୍ବାର୍ଣିଂ ନାହିଁ । ବର୍ଷା କିନ୍ତୁ କିଛି କିଛି ସ୍ଥାନରେ ଜାରି ରହିବ ।
ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, "ଆଜି ପାଇଁ କୌଣସି ଗରମ୍ ଗୁଳୁଗୁଳିର ସେଭଳି ଓ୍ବାର୍ଣ୍ଣିଂ ନାହିଁ । କିନ୍ତୁ ଆସନ୍ତା ୫ରୁ ୯ ତାରିଖ ଯାଏଁ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୁତ ହେବ ଉପକୁଳ ଜିଲ୍ଲା ମାନଙ୍କରେ । ବିଶେଷ କରି ଗଞ୍ଜାମ ଗଜପତି, ଖୋର୍ଦ୍ଧା ନୟାଗଡ, ପୁରି , ଜଗତସିଂହପୁର, କଟକ, କେଦ୍ରାପଡା, ବାଲେଶ୍ବର, ବିଶେଷ କରି ଉପକୂଳ ଜିଲ୍ଲାମାନଙ୍କରେ ଗରମ୍ ଓ ଗୁଳୁଗୁଳି ବଢିବାର ସମ୍ଭାବନା ରହିଛି । ଏଥିପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।"