( ବ୍ୟୁରୋ)ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିରୁ ଦୁଇ ଥର ସାଂସଦ ହୋଇଥିବା ମହୁଆ ମୋଇତ୍ର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ବେଶ ଗୁପ୍ତ ଭାବେ ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କୁ ବିବାହ କରିଛନ୍ତି। ଜର୍ମାନୀରେ ଉଭୟ ପରସ୍ପରର ହାତ ଧରିଛନ୍ତି।

ପିନାକୀ ବିଜେଡି ଟିକେଟରୁ ଓଡ଼ିଶାର ପୁରୀରୁ କ୍ରମାଗତ ୩ ଥର ବିଜୟୀ ହୋଇଥିଲେ। ୨୦୨୪ରେ ବିଜେଡି ତାଙ୍କୁ ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇ ନଥିଲା। ଏହା ପୂର୍ବରୁ ଅର୍ଥାତ ୨୦୦୯ରୁ ସେ ପୁରୀରୁ ଜିତି ଆସୁଥିଲେ। ୧୯୯୬ରେ କଂଗ୍ରେସ ଟିକେଟରୁ ମଧ୍ୟ ପୁରୀ ଲୋକସଭା ଆସନରୁ ବିଜୟୀ ହୋଇଥିଲେ। 

୬୫ ବର୍ଷୀୟ ପିନାକୀ ମିଶ୍ରଙ୍କ ଏହା ଦ୍ୱିତୀୟ ବିବାହ। ପୂର୍ବରୁ ସେ ସଂଗୀତା ମିଶ୍ରଙ୍କୁ ବିବାହ କରିଥିଲେ। ତାଙ୍କର ଜଣେ ପୁଅ ଓ ଝିଅ ମଧ୍ୟ ରହିଛନ୍ତି। ଏବେ ସେ ଜର୍ମାନୀରେ ବେଶ ଗୁପ୍ତ ଭାବେ ୫୦ ବର୍ଷୀୟ ମହୁଆଙ୍କୁ ବିବାହ କରିଛନ୍ତି।

ମହୁଆ ମଧ୍ୟ ପୂର୍ବରୁ ବିବାହ କରିଥିଲେ। ପ୍ରଥମ ସ୍ୱାମୀଙ୍କୁ ଛାଡ଼ ପତ୍ର ଦେବା ପରେ ଜଣେ ଓକିଲଙ୍କ ସହ ମହୁଆଙ୍କ ୩ ବର୍ଷର ପ୍ରେମ ସମ୍ପର୍କ ଥିଲା। ତାଙ୍କ ଠାରୁ ବେଶ କିଛି ବର୍ଷ ହେଲେ ମହୁଆ ଅଲଗା ହୋଇ ଯାଇଥିଲେ। ୨୦୧୦ରୁ ଟିଏମସିରେ ଥିବା ମହୁଆ ଏବେ ପିନାକୀ ମିଶ୍ରକୁ ବିବାହ କରିଛନ୍ତି। ଏହାର ଫଟୋ ମଧ୍ୟ ଟେଲିଗ୍ରାଫ ଅନଲାଇନରେ ପ୍ରକାଶ ପାଇଛି।

family: Faustina, serif;">ସାମ୍ନାକୁ ଆସିଥିବା ଫଟୋରେ ପିନାକୀ ଓ ମହୁଆ ପରସ୍ପରର ହାତ ଧରିଛନ୍ତି। ନବବିବାହିତଙ୍କ ଭଳି ମହୁଆ ସୁନା ମଧ୍ୟ ପିନ୍ଧିଛନ୍ତି। ଏହାର ଫଟୋ ସାମ୍ନାକୁ ଆସିବା ପରେ ଉଭୟ ମେ’ ୩ରେ ବିବାହ କରିଥିବା ରିପୋର୍ଟ ପ୍ରକାଶ ପାଇଛି। ମହୁଆ ୨୦୧୯ ଓ ୨୦୨୪ ଲୋକସଭା ନିର୍ବାଚନ ପଶ୍ଚିମବଙ୍ଗର କ୍ରିଷ୍ଣାନଗର ଆସନରୁ ଜିତିଛନ୍ତି। 

୧୯୭୪ ମସିହା ଅକ୍ଟୋବର ୧୨ରେ ଆସାମରେ ଜନ୍ମ ଗ୍ରହଣ କରିଥିବା ମହୁଆ ତାଙ୍କ କ୍ୟାରିୟର ଇନଭେଷ୍ଟମେଣ୍ଟ ବ୍ୟାଙ୍କର ଭାବେ ଆରମ୍ଭ କରିଥିଲେ। ୨୦୧୦ରେ ସେ ମମତା ବାନାର୍ଜୀଙ୍କ ଟିଏମସିରେ ଯୋଗ ଦେଇ ରାଜନୀତିକ ମୈଦାନରେ ପାଦ ଦେଇଥିଲେ। 

୨୦୧୯ରେ ସେ ପ୍ରଥମଥର ଲୋକସଭା ନିର୍ବାଚନ ଜିତିବା ପରେ ନିଜର ବେଧଡ଼କ ଭାଷଣ ଜରିଆରେ ଜାତୀୟ ସ୍ତରରେ ବେଶ ଚର୍ଚ୍ଚିତ ହୋଇପାରିଥିଲେ। ତାଙ୍କ ଭାଷଣର ଭିଡିଓ ଅନେକ ସମୟରେ ବେଶ ଭାଇରାଲ ହୋଇଥାଏ। 

ଅନ୍ୟପକ୍ଷରେ ୧୯୫୯ ମସିହା ଅକ୍ଟୋବର ୨୩ରେ ଜନ୍ମ ଗ୍ରହଣ କରିଥିବା ପିନାକୀ ମିଶ୍ର ଜଣେ ଭେଟରାନ ରାଜନେତା ଓ ବରିଷ୍ଠ ଓକିଲ। ପିନାକୀ ସେଣ୍ଟ ଷ୍ଟେଫେନ କଲେଜରୁ ଇତିହାସ ଅନର୍ସରେ ବିଏ କରିଥିବା ବେଳେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ହାସଲ କରିଛନ୍ତି। ପିନାକୀଙ୍କ ରାଜନୀତିକ ଯାତ୍ରା କଂଗ୍ରେସରୁ ଆରମ୍ଭ ହୋଇଥିଲା। ସେ ୧୯୯୬ରେ ପ୍ରଥମଥର କଂଗ୍ରେସ ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ବିଜେଡିରେ ଯୋଗ ଦେଇଥିଲେ। ଏହାପରେ ୨୦୦୯, ୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରେ ନିର୍ବାଚନ ଲଢ଼ି ପୁରୀରୁ ଲୋକସଭାକୁ ଯାଇଥିଲେ। 

0 Comments