ଭୁବନେଶ୍ବର: ମାଓ ଇଲାକାରେ ଲୁଚାଇଥିଲେ ଲୁଟ ବିସ୍ଫୋରକ । ଘଞ୍ଚ ଜଙ୍ଗଲରୁ ଖୋଜି ବାହାର କରିଛି ପୋଲିସ । ପଥର ସନ୍ଧିରେ ଅଣ ଆଢୁଆଳରେ ଲୁଟିଥିବା ବିସ୍ଫୋରକ ଲୁଚାଇଥିଲେ ମାଓବାଦୀ । ଝାଡ଼ଖଣ୍ଡ ଓ ଓଡ଼ିଶା ବର୍ଡରରେ ପୋଲିସର ସର୍ଚ୍ଚ ଅପରେସନ ବେଳେ ମିଳିଛି ଟନ ଟନ୍ ଲୁଟ ବିସ୍ଫୋରକ ସାମଗ୍ରୀ । ଏଯାବତ ୨.୫ ଟନରୁ ଊର୍ଦ୍ଧ୍ବ ବିସ୍ଫୋରକ ଜବତ ହୋଇଥିବା ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ

n> । ‘ଜଙ୍ଗଲର ବିଭିନ୍ନ ସ୍ଥାନରୁ ଏସବୁ ବିସ୍ଫୋରକ ସାମଗ୍ରୀ ଜବତ କରାଯାଉଛି । ଓଡିଶା ଓ ଝାଡଖଣ୍ଡ ବର୍ଡର ଇଲାକାରେ ଏହି ଅପରେସନ ଜାରି ରହିଛି । ସୁରକ୍ଷା ଦୃଷ୍ଟିରୁ SOG, DVF, CRPF ଓ ଝାଡ଼ଖଣ୍ଡ ଜଗୁଆରର ମିଳିତ ଭାବେ ସର୍ଚ୍ଚ ଅପରେସନ ଜାରି ରହିଛି । କେବଳ ଆଜି ୨.୫ଟନରୁ ଊର୍ଦ୍ଧ୍ବ ବିସ୍ଫୋରକ ମିଳିଛି । ତେବେ ଯାହା ଏଫ୍ ଆଇଆର ହିସାବରେ ୪ଟନ ଲୁଟ ହୋଇଥିଲା । ଅପରେସନ ସରିଲା ପରେ ଜଣାପଡିବ ପୂରା କେତେ ରହିଛି ।

ଏନେଇ ରାଉରକେଲା ଏସପି ନିତେଶ ୱାଧୱାନି କହିଛନ୍ତି, ‘ଅପରେସନ ଗତ ୨୭ ତାରିଖରୁ ଜାରି ରହିଛି । ଆମର ପୂରା ଟିମ୍ ଅପରେସନ ଜାରି ରଖିଛନ୍ତି । ସବୁ ଦିନ ଏନେଇ ଆମର ଭିନ୍ନ ଭିନ୍ନ ଦିଗରେ ତଦନ୍ତ ଚାଲିଛି । ଅପରେସନ ସରିଲା ପରେ ସମ୍ପୂର୍ଣ୍ଣ ତଥ୍ୟ ଦିଆଯାଇପାରିବ । କିନ୍ତୁ ଏହି ଲୁଟ୍‌ ଘଟଣାରେ ଗିରଫଦାରି ଅପେକ୍ଷା ବିସ୍ଫୋରକ ରିକଭରି ଉପରେ ଫୋକସ ରହିଛି । କିନ୍ତୁ ଅନ୍ୟ ଏକ ବିସ୍ଫୋରକ ରଖିବା କେସ ଯେ କି ବ୍ୟବସାୟୀ ଶ୍ରବଣ ଅଗ୍ରୱାଲକୁ ଅନ୍ୟ ଏକ କେସରେ ତାର ଡକ୍ୟୁମେଣ୍ଟ ଠିକ ନଥିବା ନେଇ ଅଲଗା ତଦନ୍ତ ଜାରି ରହିଛି । ତାଙ୍କୁ ଅଟକ ରଖି ପଚରା କରାଯାଇଛି । କିଭଳି ଗୋଦାମରେ ବିସ୍ଫୋରକ ରଖିଥିଲା ସେ ସମ୍ପର୍କରେ ମଧ୍ୟ ତଦନ୍ତ ଅଲଗା ଚାଲିଛି ।’

ଗତ 27 ତାରିଖ ସୁନ୍ଦରଗଡ ବଡ଼ଗାଁ ରୁ ପ୍ରାୟ 4.5 ଟନ ବିସ୍ଫୋରକ ଏକ 407ରେ ଯାଇଥିଲା । ଡ୍ରାଇଭର ବାଙ୍କୋ ଖଣିକୁ ନେଇ ଯାଉଥିଲେ। ସେଠାରେ ସଶସ୍ତ୍ର ମାଓବାଦୀ ଏହି ବିସ୍ଫୋରକକୁ ଲୁଟି ନେଇ ପରେ ସରଣ୍ଡା ଜଙ୍ଗଲକୁ ପଳାଇଥିଲେ ବୋଲି ପରେ ପୋଲିସ ଖବର ପାଇଥିଲା।। ଲଗାତାର ଓଡ଼ିଶା, ଝାଡଖଣ୍ଡ ପୋଲିସ, ସିଆରପିଏଫର ଚାରି ଦିନ ଧରି ଅପରେସନ ଜାରି ରହିଛି ।

0 Comments