ନୂଆଦିଲ୍ଲୀ: ଦେଶରେ ପୁଣି ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହା ସହିତ ଦେଶରେ ମୌସୁମୀର ଆଗମନ ସହିତ ପାଗରେ ପରି

ବର୍ତ୍ତନ ଆସିଛି । ଯାହାଫଳରେ ସର୍ଦ୍ଦି, କାଶ, ଥଣ୍ଡା ଓ ଜ୍ୱରରେ ଲେକେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି । ଏନେଇ ଭାରତୀୟ ରେଳବାଇ ସାଧାରଣ ନାଗରିକଙ୍କ ସୁରକ୍ଷା ପାଇଁ ସତର୍କ ସୂଚନା ଜାରି କରିଛି । ଟ୍ରେନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କୁ ମାସ୍କ ପିନ୍ଧି ଯାତ୍ରା କରିବାକୁ ଅପିଲ୍ କରିଛି ଭାରତୀୟ ରେଳବାଇ ।

ଭାରତୀୟ ରେଳ ପ୍ରତି ଭାରତୀୟଙ୍କ ପାଇଁ ଜୀବନରେଖା ସଦୃଶ । ପାଖାପାଖି 2.3 କୋଟିରୁ ଅଧିକ ଲୋକ ଦୈନିକ ଟ୍ରେନରେ ଯିବା ଆସିବା କରିଥାନ୍ତି । ତେଣୁ ସଂକ୍ରମିତ ଯାତ୍ରୀଙ୍କ ଠାରୁ ସୁସ୍ଥ ଯାତ୍ରୀଙ୍କୁ ଭାଇରସ୍ ବ୍ୟାପିବାର ସମ୍ଭାବନା ଅଧିକ ରହିଛି । ତେଣୁ ଏହାର ଧ୍ୟାନ ରଖିବା ସହିତ ଯାତ୍ରୀ ମାନଙ୍କୁ ମାସ୍କ ପିନ୍ଧିବାକୁ ଅନୁରୋଧ କରିବା ସହିତ ଜରୁରୀ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛି ଭାରତୀୟ ରେଳବାଇ ।

ରେଳ ମନ୍ତ୍ରାଳୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଯେପରି ଟ୍ୱିଟର, ଫେସବୁକ ଏବଂ ଇନଷ୍ଟାଗ୍ରାମ ଭଳି ପ୍ଲାଟଫର୍ମରେ ଲଗାତାର ଭାବେ ଯାତ୍ରୀଙ୍କୁ ସତର୍କ ସୂଚନା ଦେଇଆସୁଛନ୍ତି । ଯାତ୍ରୀଙ୍କୁ ମାସ୍କର ବ୍ୟବହାର କରିବା, ହାତ ପରିଷ୍କାର ଭାବେ ସଫା କରିବା, ସାନିଟାଇଜରର ବ୍ୟବହାର କରିବା ତଥା ପରସ୍ପର ମଧ୍ୟରେ ଦୂରତା ବଜାୟ ରଖିବା ପାଇଁ ସତର୍କ ସୂଚନା ଦିଆଯାଉଛି ।

ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନ୍ୟାନ୍ୟ ଷ୍ଟେସନ ପରିସରକୁ ସଫା ରଖିବାକୁ ବିଶେଷ ପ୍ରୟାସ କରାଯାଉଛି । ପ୍ଲାଟଫର୍ମ, ପ୍ରତୀକ୍ଷାଳୟ ଓ ରେଳ ବଗି ଗୁଡିକରେ ନିୟମିତ ସଫା ସଫି କରାଯାଇ ସ୍ୱଚ୍ଛତା ରକ୍ଷା କରାଯାଉଛି । ଏହା ସହିତ ଡାକବାଜି ଯନ୍ତ୍ର ମାଧ୍ୟମରେ ସ୍ୱଚ୍ଛତା ରକ୍ଷା ନିମନ୍ତେ ନିର୍ଦ୍ଦେଶ ଦିଆଯାଉଛି ।

0 Comments