ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଭାରତ ମଣ୍ଡପରେ ନୀତି ଆୟୋଗର ଦଶମ ଗଭର୍ଣ୍ଣିଂ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବିକଶିତ ଭାରତକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ନୋଦି କହିଥିଲେ ଯେ,ବିକାଶିତ ଭାରତ ପ୍ରତ୍ୟେକ ଭାରତୀୟଙ୍କ ଲକ୍ଷ୍ୟ ଏବଂ ଯଦି କେନ୍ଦ୍ର ସରକାର ଏବଂ ରାଜ୍ୟଗୁଡ଼ିକ ଟିମ୍ ଇଣ୍ଡିଆ ପରି ଏକାଠି ହୋଇ କାମ କରନ୍ତି, ତେବେ "କୌଣସି ଲକ୍ଷ୍ୟ ଅସମ୍ଭବ ନୁହେଁ"।
ପ୍ରଧାନମନ୍ତ୍ରୀ କହିଥିଲେ, "ବିକଶିତ ଭାରତ ପ୍ରତ୍ୟେକ ଭାରତୀୟଙ୍କ ଲକ୍ଷ୍ୟ। ଯେତେବେଳେ ପ୍ରତ୍ୟେକ ରାଜ୍ୟ ବିକଶିତ ହେବ, ସେତେବେଳେ ଭା
ତ ବିକଶିତ ହେବ। ଏହା 140 କୋଟି ନାଗରିକଙ୍କ ଆକାଂକ୍ଷା," । ବିକାଶର ଗତି ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ, "ଯଦି କେନ୍ଦ୍ର ଏବଂ ସମସ୍ତ ରାଜ୍ୟ ଏକାଠି ହୋଇ ଟିମ୍ ଇଣ୍ଡିଆ ପରି କାମ କରନ୍ତି, ତେବେ କୌଣସି ଲକ୍ଷ୍ୟ ଅସମ୍ଭବ ନୁହେଁ।"
ଆମର ପ୍ରତ୍ୟେକ ରାଜ୍ୟକୁ ବିକଶିତ, ପ୍ରତ୍ୟେକ ସହରକୁ ବିକଶିତ, ପ୍ରତ୍ୟେକ ନଗର ପାଳିକାକୁ ବିକଶିତ ଏବଂ ପ୍ରତ୍ୟେକ ଗ୍ରାମକୁ ବିକଶିତକରିବା ଲକ୍ଷ୍ୟ ରଖିବା ଉଚିତ। ଯଦି ଆମେ ଏହି ଧାରାରେ କାମ କରିବା ତେବେ ଆମକୁ ବିକଶିତ ଭାରତ ହେବା ପାଇଁ 2047 ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ । "
ପ୍ରତ୍ୟେକ ରାଜ୍ୟଗୁଡ଼ିକୁ ବିଶ୍ୱ ମାନଦଣ୍ଡ ଅନୁଯାୟୀ ପ୍ରତି ରାଜ୍ୟରେ ଅତି କମରେ ଗୋଟିଏ ପର୍ଯ୍ୟଟନ ସ୍ଥଳ ବିକଶିତ କରିବାକୁ ଏବଂ ସମସ୍ତ ସୁବିଧା ଏବଂ ଭିତ୍ତିଭୂମି ଯୋଗାଇବାକୁ ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ। "ଗୋଟିଏ ରାଜ୍ୟ: ଗୋଟିଏ ବିଶ୍ୱ ଗନ୍ତବ୍ୟସ୍ଥଳ। ଏହା ପଡ଼ୋଶୀ ସହରଗୁଡ଼ିକୁ ପର୍ଯ୍ୟଟନ ସ୍ଥଳ ଭାବରେ ବିକଶିତ କରିବ," ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ "ଭାରତ ଦ୍ରୁତ ଗତିରେ ସହରୀକରଣ ହେଉଛି। ଆମକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ସହରଗୁଡ଼ିକ ଦିଗରେ କାମ କରିବା ଉଚିତ। ଅଭିବୃଦ୍ଧି, ନବସୃଜନ ଏବଂ ସ୍ଥିରତା ଆମ ସହରଗୁଡ଼ିକର ବିକାଶର ଇଞ୍ଜିନ ହେବା ଉଚିତ । ପ୍ରଧାନମନ୍ତ୍ରୀ ମହିଳାମାନଙ୍କୁ କର୍ମଶକ୍ତିରେ ସାମିଲ କରିବା ଦିଗରେ କାମ କରିବାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। "ଆମକୁ ଆଇନ ଏବଂ ନୀତି ପ୍ରସ୍ତୁତ କରିବାକୁ ପଡିବ ଯାହା ଦ୍ୱାରା ସେମାନେ କର୍ମଶକ୍ତିରେ ସମ୍ମାନର ସହିତ ସମ୍ମିଳିତ ହୋଇପାରିବେ । "
ଚଳିତ ବର୍ଷ ଗଭର୍ଣ୍ଣିଂ କାଉନସିଲ ବୈଠକର ବିଷୟବସ୍ତୁ ହେଉଛି ବିକଶିତ ଭାରତ@2047 ପାଇଁ ବିକଶିତ ରାଜ୍ୟ", ଯାହା ରାଜ୍ୟଗୁଡ଼ିକ ଉପରେ ଧ୍ୟାନ ଦେବ ଏବଂ ଏହାଦ୍ୱାରା ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବ। ନୀତି ଆୟୋଗ ବୈଠକରେ ସମସ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶାସିତ ଅଞ୍ଚଳର ଉପରାଜ୍ୟପାଳ ଏବଂ ଅନେକ କେନ୍ଦ୍ର ମନ୍ତ୍ରୀ ସାମିଲ ହୋଇଥିଲେ।