ହାଇଦ୍ରାବାଦ: ମିସ୍ ୱାର୍ଲ୍ଡ 2025 ବିଜୟ ମୁକୁଟ ପିନ୍ଧିଲେ ଥାଇଲାଣ୍ଡ ସୁନ୍ଦରୀ ଓପାଲ ସୁଚାତା ଚୁଆଙ୍ଗଶ୍ରୀ । 107 ଜଣ ପ୍ରତିଯୋଗିଙ୍କୁ ପଛରେ ପକାଇ ବିଶ୍ବ ସୁନ୍ଦରୀ ଟାଇଟଲ ହାତେଇଛନ୍ତି ଓପାଲ ସୁଚାତା । ହାଇଦ୍ରାବା

ରେ ଆୟୋଜିତ ମିସ୍‌ ୱାର୍ଲ୍ଡ ଗ୍ରାଣ୍ଡ ଫାଇନାଲରେ 2024ର ମିସ୍ ୱାର୍ଲ୍ଡ ବିଜୟିନୀ କ୍ରିଷ୍ଟିନା ପିଜକୋଭା ଓପାଲଙ୍କୁ କ୍ରାଉନ ପିନ୍ଧାଇଥିଲେ । ଏହା ଥାଇଲାଣ୍ଡ ପାଇଁ ଏକ ଐତିହାସିକ ଦିନ ଥିଲା । କାହିଁକିନା ପ୍ରଥମ ଥର ପାଇଁ ଥାଇଲାଣ୍ଡ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ବିଜୟ ହାସଲ କରିଛି । ଏହି ପ୍ରତିଯୋଗିତାର ଆୟୋଜନ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ହୋଇଥିଲା ।

20 ମାର୍ଚ୍ଚ 2003ରେ ଥାଇଲାଣ୍ଡର ଫୁକେଟରେ ଜନ୍ମିତ ଓପାଲ ସୁଚାତା ଚୁଆଙ୍ଗଶ୍ରୀ ପ୍ରଥମ ଥାଇ ମହିଳା ଯିଏ ମିସ୍ ୱାର୍ଲ୍ଡ ଟାଇଟଲ ଜିତିବାର ସଫଳତା ପାଇଛନ୍ତି । ମାତ୍ର 21 ବର୍ଷ ବୟସରେ, ସେ ତାଙ୍କର ବୁଦ୍ଧିମତା ଓ ଆକର୍ଷଣୀୟତା ଯୋଗୁଁ ବିଶ୍ୱ ମଞ୍ଚରେ ନିଜ ଦେଶକୁ ପ୍ରତିନିଧିତ୍ବ କରି ବିଜେତା ହୋଇଛନ୍ତି । ଓପାଲ ସୁଚାତା ବ୍ୟାଙ୍କକର ପ୍ରତିଷ୍ଠିତ ଟ୍ରାୟାମ୍ ଉଡୋମ୍ ସୁକ୍ସାରୁ ସ୍ନାତକ ହାସଲ କରିଛନ୍ତି। ବର୍ତ୍ତମାନ ଥାମ୍ମାସାଟ୍ ବିଶ୍ୱବିଦ୍ୟାଳୟରେ ଇଣ୍ଟରନ୍ୟାସନାଲ ରିଲେସନରେ ଡିଗ୍ରୀ ହାସଲ କରିଛନ୍ତି । ଯାହା ଆନ୍ତର୍ଜାତୀୟ ସ୍ତରରେ ତାଙ୍କର ଆକାଂକ୍ଷା ପାଇଁ ସମ୍ପୂର୍ଣ୍ଣ ଉପଯୁକ୍ତ।

ଓପାଲ ମିସ୍ ୟୁନିଭର୍ସ ଥାଇଲ୍ୟାଣ୍ଡ 2022 ରେ ଦ୍ୱିତୀୟ ରନର୍ସ ଅପ୍ ହୋଇଥିଲେ। 2024 ମସିହାରେ, ସେ ମେକ୍ସିକୋ ସିଟିରେ ଅନୁଷ୍ଠିତ ମିସ୍ ୟୁନିଭର୍ସରେ ଅଂଶଗ୍ରହଣ କରି ତୃତୀୟ ସ୍ଥାନ ଅଧିକାର କରିଥିଲେ।

ଚଳିତ ଥର ହାଇଦ୍ରାବାଦରେ 72 ତମ ମିସ୍ ୱାର୍ଲ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଦ୍ବିତୀୟ ଥର ପାଇଁ ଏହି ବିଶ୍ବସ୍ତରୀୟ ପ୍ରତିଯୋଗିତା ଭାରତରେ ଆୟୋଜନ ହୋଇଥିଲା । ଓପାଲ ସାରା ବିଶ୍ୱର 107 ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ତାଜ ହାସଲ କରିଥିଲେ। ସେହିପରି ପ୍ରଥମ ରନର୍ସ-ଅପ୍ ଇଥିଓପିଆର ହାସେଟ୍ ଡେରେଜେ ଆଡମାସୁ ହୋଇଥିଲେ ।

0 Comments