ରାୟପୁର: 

;">ଛତିଶଗଡ଼ ନାରାୟଣପୁର ଓ ଦାନ୍ତେୱାଡା ସୀମାରେ ସୁରକ୍ଷା ବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ । ଡିଆରଜି ଯବାନମାନେ ନକ୍ସଲଙ୍କ ବିରୋଧରେ ଏକ ବଡ଼ ଅପରେସନ୍ ଆରମ୍ଭ କରିଛନ୍ତି । ନାରାୟଣପୁର ପୋଲିସ ଅଧିକ୍ଷକ ପ୍ରଭାତ କୁମାର ଏନକାଉଣ୍ଟର ନେଇ ସୂଚନା ଦେଇଛନ୍ତି । ବସ୍ତର ଆଇଜି ସୁନ୍ଦରରାଜ ପି କହିଛନ୍ତି ଯେ, ୨୭ ଜଣ ନକ୍ସଲଙ୍କ ମୃତଦେହ ଏବଂ ବହୁ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି ।

ଆଜି ସକାଳୁ ଆବୁଝମାଡର ଜଙ୍ଗଲରେ ଡିଆରଜି (ଜିଲ୍ଲା ରିଜର୍ଭ ଗାର୍ଡ) ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ନାରାୟଣପୁର, ଦାନ୍ତେୱାଡା, ବିଜାପୁର ଏବଂ କୋଣ୍ଡାଗାଓଁ ଜିଲ୍ଲାର DRG ୟୁନିଟ୍ ମିଳିତ ଭାବରେ ଏହି ଅପରେସନରେ ସାମିଲ ହୋଇଥିଲେ । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଡିଆରଜିର ମିଳିତ ଦଳ ନକ୍ସଲଙ୍କ ଶୀର୍ଷ କମାଣ୍ଡରମାନଙ୍କୁ ଘେରି ଯାଇଥିଲେ । ଏନକାଉଣ୍ଟରରେ ୨୬ରୁ ଅଧିକ ନକ୍ସଲ ନିହତ ହୋଇଛନ୍ତି । ଏହାସହ ଜଣେ ବଡ ନକ୍ସଲ ନେତା ନାମ୍ବଲା କେଶବ ରାଓ ଛଦ୍ମନାମ ବସାଭା ରାଜୁର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ଏହି ଏନକାଉଣ୍ଟରରେ ଜଣେ ଯବାନ ଶହୀଦ ହୋଇଛନ୍ତି ।

ଏହି ଏନକାଉଣ୍ଟରରେ ବଡ ନକ୍ସଲ ନେତା ନାମ୍ବଲା କେଶବ ରାଓ ଛଦ୍ମନାମ ବାସାଭା ରାଜୁର ମୃତ୍ୟୁ ହୋଇଛି । ନାରାୟଣପୁର ପୋଲିସ ଏହାକୁ ସ୍ପଷ୍ଟ କରାଯାଇଛି । ଏନକାଉଣ୍ଟର ନାରାୟଣପୁରର ଓରଛାର ବୋଟର ଅଞ୍ଚଳରେ ଘଟିଥିଲା । ଗତ ୧୯ ମେ' (ମଙ୍ଗଳବାର) ସନ୍ଧ୍ୟାରୁ ଏହି ଅପରେସନ ଆରମ୍ଭ ହୋଇଥିଲା ।


0 Comments