font-family: __Noto_Sans_fba9a0, __Noto_Sans_Fallback_fba9a0;">ଶ୍ରୀନଗର:
ଦିଲ୍ଲୀରୁ ଶ୍ରୀନଗର ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନ ଖରାପ ପାଗ ଯୋଗୁଁ ମଝି ଆକାଶରେ ଫସି ଯାଇଥିଲା। ଯାହା ଫଳରେ ପାଇଲଟ୍ ଶ୍ରୀନଗରରେ ବିମାନ ଟ୍ରାଫିକ୍ ନିୟନ୍ତ୍ରଣକୁ "ଜରୁରୀକାଳୀନ" ସୂଚନା ଦେଇଥିଲେ। ପରେ ବିମାନଟି ଏଠାରେ ସୁରକ୍ଷିତ ଭାବେ ଅବତରଣ କରିଥିଲା ବୋଲି ଅଧିକାରୀମାନେ କହିଛନ୍ତି। ଫଳରେ ସମସ୍ତ ବିମାନ କର୍ମଚାରୀଙ୍କ ସମେତ 227 ଯାତ୍ରୀ ସୁରକ୍ଷିତ ଅଛନ୍ତି।
ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଇଣ୍ଡିଗୋ ବିମାନ 6E2142 ବୁଧବାର ଖରାପ ପାଗ ଅର୍ଥାତ୍ କୁଆପଥର ଝଡ଼ର ସମ୍ମୁଖୀନ ହୋଇଥିଲା। ଯାହାକୁ ନେଇ ପାଇଲଟ୍ ATC SXR (ଶ୍ରୀନଗର)କୁ ଜରୁରୀକାଳୀନ ରିପୋର୍ଟ ଦେଇଥିଲେ," ବୋଲି ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଜଣେ ଅଧିକାରୀ ସୂଚନା ଦୋଇଛନ୍ତି।
ସେ କହିଛନ୍ତି ଯେ, ବିମାନ ସନ୍ଧ୍ୟା 6ଟା 30ରେ ଶ୍ରୀନଗରରେ ସୁରକ୍ଷିତ ଭାବେ ଅବତରଣ କରିଥିଲା। "ସମସ୍ତ ବିମାନ କର୍ମଚାରୀ ଏବଂ 227 ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ ବିମାନ ଦ୍ୱାରା ଉଡ଼ାଣକୁ AOG ଘୋଷଣା କରାଯାଇଛି," ବୋଲି ସେ ଆହୁରି କହିଛନ୍ତି। 'ସ୍ଥଳଭାଗରେ ବିମାନ' (AOG) ଏକ ବିମାନକୁ ବୁଝାଏ ଯାହାର ଯାନ୍ତ୍ରିକ ସମସ୍ୟା ଯୋଗୁଁ ଉଡ଼ାଣ ବନ୍ଦ କରିଦିଆଯାଇଛି ଏବଂ ଉଡ଼ାଣ କରିପାରୁନାହିଁ ବୋଲି ଦର୍ଶାଇଥାଏ।