allback_fba9a0; font-size: 20px;">ଆସନ୍ତାକାଲି(ମାର୍ଚ୍ଚ 24)ଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁଇ ଦିନିଆ ଗସ୍ତରେ ରାଷ୍ଟ୍ରପତି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ପ୍ରଥମ ଦିନ ରାଷ୍ଟ୍ରପତି ନୟାଗଡ ଗସ୍ତ କରିବେ ସେଠାରେ ପ୍ରଭୁ ନୀଳମାଧବଙ୍କ ଆଶୀର୍ବାଦ ନେବେ । ଏହା ସହ କାଳିଆପଲ୍ଲୀରେ ଭାରତୀୟ ବିଶ୍ବାବସୁ ସମାଜ ଫାଉଣ୍ଡେସନର ପ୍ରତିଷ୍ଠା ଦିବସରେ ଯୋଗ ଦେବେ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ନୟାଗଡ ଜିଲ୍ଲାପାଳ, ଏସପି, ଏଡିଜି, କେନ୍ଦ୍ରାଞ୍ଚଳ ଆଇଜି ଓ ଖଣ୍ଡପଡା ବିଧାୟକ ମହାମହିମଙ୍କ ଗସ୍ତ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ।
ରାଷ୍ଟ୍ରପତିଙ୍କ ଗସ୍ତ ଥିବାରୁ ସୁରକ୍ଷା ଦୃଷ୍ଟିରୁ 30 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଜି ନୟାଗଡ ଜିଲ୍ଲାପାଳ, ନୟାଗଡ SP, ADG, କେନ୍ଦ୍ରାଞ୍ଚଳ IG, ଖଣ୍ଡପଡା ବିଧାୟକ ପ୍ରମୁଖ ଉପସ୍ଥିତ ରହି ମହାମହିମଙ୍କ ଗସ୍ତର ପ୍ରସ୍ତୁତ ଉପରେ ଯାଞ୍ଚ କରିଥିଲେ ।
ନୀଳମାଧଵଙ୍କ ମନ୍ଦିର ପାହାଡ଼ ଉପରେ ଥିବାରୁ ଗୋଟେ ଅତ୍ୟାଧୁନିକ ଲିଫ୍ଟର ସୁବିଧା କରାଯାଇଥିଲା । ଯାହାର ଆଜି ଟ୍ରାଏଲ ରନ ସରିଛି ଏବଂ ସମସ୍ତ ଉପରିସ୍ଥ ଅଧିକାରୀ ରହି ଏହି ଟ୍ରାଏଲ ରନକୁ ସମ୍ପୂର୍ଣ୍ଣ ଭାବରେ ତଦାରଖ କରିଥିଲେ l ଏହି ଲିଫ୍ଟ ଓଡ଼ିଶାରେ ଦ୍ବିତୀୟ ଏହା 60ଫୁଟ ଉଚ୍ଚ ବିଶିଷ୍ଟ ରହିଛି l ଯେଉଁଥିରେ ମହାମହିମ ମନ୍ଦିରକୁ ଯିବେ ଏବଂ ଦର୍ଶନ କରିବେ । ଏହି ଲିଫ୍ଟ ଆଗାମୀ ଦିନରେ ବହୁତ ସାହାଯ୍ୟ ହେବ ବୋଲି ସେବାୟତ କହିଛନ୍ତି ।