ଆସନ୍ତା ୨୫ ତାରିଖରେ ହେବାକୁ ଯାଉଛି କଟକ ସଂସଦୀୟ କ୍ଷେତ୍ର ପାଇଁ ନିର୍ବାଚନ । ଏଥି ପାଇଁ ଏହି ଲୋକସଭା ଆସନ ଅନ୍ତର୍ଗତ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ କଣ୍ଟିଲୋ ଠାରେ ଆଜି ବିଜେଡି ତରଫରୁ ଏକ ବିରାଟ ସମାବେଶ କରାଯାଇଥିଲା । ଏହି ସଭାରେ ବିଜେଡିର ଷ୍ଟାର ପ୍ରଚାରକ ତଥା ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଯୋଗ ଦେଇଥିଲେ । ସେ ଜୟ ଜଗନ୍ନାଥ, ଜୟ ନୀଳମାଧବ କହି ଆରମ୍ଭ କରିଥିଲେ ବକ୍ତବ୍ୟ ଓ ଲୋକମାନଙ୍କ ପାଖକୁ ଯାଇ ସିଧାସଳଖ ଲୋକମାନଙ୍କ ସହ କଥା ହୋଇଥିଲେ ।

ଏହା ସହ ସେ ସମସ୍ତଙ୍କୁ କେତେ ଖୁସି ଅଛନ୍ତି ଜନତାଙ୍କୁ ପଚାରିଥିଲେ । ଜନସାଧାରଣଙ୍କୁ କିଛି ପ୍ରଶ୍ନ ପଚାରିବି କହି ଓଡ଼ିଶାରେ ମିଶନ ଶକ୍ତି , ମଧୁବାବୁ ଯୋଜନା, ଚାଷୀଙ୍କ କାଳିଆ ଯୋଜନା , ନୀଳମାଧବଙ୍କର ଉନ୍ନତି କରଣ , ବୃତଙ୍ଗ ଜଳ ସେଚନ, କୁସୁମୀ ଜଳ ସେଚନ ପ୍ରକଳ୍ପ ଓ ମେଗା ପାନୀୟ ପ୍ରକଳ୍ପ ଆଦି ଉ୍ନ୍ୟନ ମଊଳକ କାମ କିଏ କରିଛି ବୋଲି ଭି.କେ. ପାଣ୍ଡିଆନ ପ୍ରଶ୍ନ କରିଥିଲେ ।

ସଭାମଞ୍ଚରେ ବ

ିରୋଧୀଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ । ନିର୍ବାଚନ ପୂର୍ବରୁ ବିରୋଧୀ ଆସିବେ କୁମ୍ଭୀରକାନ୍ଦଣା କାନ୍ଦିବେ ନିର୍ବାଚନ ସାରିବା ପରେ ସେମାନଙ୍କୁ ଖୋଜିଲେ ଆଉ ପାଇବେ ନାହିଁ ବୋଲି କହଇଥିଲେ ପାଣ୍ଡିଆନ । ସେମାନେ ମାଗଣା ବିଜୁଳି ନାଁରେ କେବଳ ଦିନରେ ଲଣ୍ଠନ ଦେଖାଇବେ ବୋଲି କଟାକ୍ଷ କରିଥିଲେ । ପରେ ଯୋଡ଼ି ଶଙ୍ଖରେ ଭୋଟ ଦେବାପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ ପାଣ୍ଡିଆନ ଏବଂ ୫୦ପ୍ରତିଶତରେ ଭୋଟ ରେ ବିଧାୟକ ଏବଂ ଲୋକସଭା ପ୍ରାଥୀଙ୍କୁ ଜିତାଇବାପାଇଁ କହିଥଲେ ।

ଆଗାମୀ ଦିନରେ ସରକାର ଆସିଲେ ଶପଥ ଗ୍ରହଣ ପରେ ପ୍ରଥମେ ମୁଖ୍ୟମନ୍ତ୍ରୀ ମାଗଣା ବିଜୁଳି ପାଇଁ ଦସ୍ତଖତ କରିବେ ବୋଲି କହିଥିଲେ ୫ଟି ଅଧ୍ୟକ୍ଷ । ବିଧାୟିକା ପ୍ରାର୍ଥୀ ସାବିତ୍ରୀ ପ୍ରଧାନ ନିଜର ଅଭିଭାଷଣରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ ନାରୀମାନଙ୍କ ପାଇଁ ଓଡିଶାରେ କରାଯାଇଥିବା ସମସ୍ତ ଯୋଜନା ବିଷୟରେ କହିଥିଲେ । ନିଜକୁ ସାମନ୍ତ ମାଟିର ବୋହୂ କହିବା ସହିତ ଆଗାମୀ ଦିନରେ ଖଣ୍ଡପଡାକୁ ଓଡ଼ିଶାରେ ଶ୍ରେଷ୍ଠ ନିର୍ବାଚନ ମଣ୍ଡଳୀ କରିବା କହି ଯୋଡିଶଙ୍ଖ କୁ ଭୋଟ ଦେବାପାଇଁ ଅନୁରୋଧ କରିଥିଲେ । ଲୋକସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ ଓଡ଼ିଶାରେ ପୁନର୍ବାର ବିଜେଡିକୁ ଜିତେଇବାକୁ ଆହ୍ବାନ ଦେଇଥିଲେ ।

0 Comments