_Sans_8df048, __Noto_Sans_Fallback_8df048;">ଭୁବନେଶ୍ୱର: ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଆଗାମୀ ନଭେମ୍ବର ୨୦ ତାରିଖରେ ଝାରସୁଗୁଡ଼ା ଦେଇ ଛତିଶଗଡ଼ ଯିବାର କାର୍ଯ୍ୟକ୍ରମ ରହିଛି । ସେହିପରି ନଭେମ୍ବର ୨୭ରେ ରାଷ୍ଟ୍ରପତି ଓଡ଼ିଶା ଆସି ରାଜଭବନରେ ନୂଆ କଳିଙ୍ଗ ଅତିଥି ନିବାସର ଶୁଭ ଉଦଘାଟନ କରିବେ । ଏହା ସହିତ ଓଡ଼ିଶା ବିଧାନସଭାକୁ ସମ୍ଭୋଧିତ କରିବେ । ରାଷ୍ଟ୍ରପତିଙ୍କ ଏହି ଗସ୍ତ ପରିପ୍ରେକ୍ଷୀରେ ପ୍ରସ୍ତୁତି ଜୋରଦାର । ଓଡ଼ିଶା ସରକାରଙ୍କ ତରଫରୁ ପ୍ରସ୍ତୁତି ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ପରେ ପରେ ଓଡ଼ିଶା ବିଧାନସଭାରେ ସ୍ୱତନ୍ତ୍ର ପ୍ରକୋଷ୍ଠରେ ମଧ୍ୟ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ମଧ୍ୟ ଏକ ବୈଠକ ଅନୁଷ୍ଠିତ ହୋଇଛି ।

ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ, ସ୍ୱରାଷ୍ଟ୍ର ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ ଡିଜି ଓ୍ୱାଇ.ବି.ଖୁରାନିଆ, ଅଗ୍ନିସେବା ଡିଜି ଡଃ. ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ରାଜ୍ୟ ସରକାରଙ୍କ ସଂପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ, ରାଜ୍ୟପାଳଙ୍କ କମିଶନର ତଥା ଶାସନ ସଚିବ, ବିଧାନସଭା ସଚିବ, ଭୁବନେଶ୍ୱର-କଟକ ପୋଲିସ୍ କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ସଂପୃକ୍ତ ବିଭିନ୍ନ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଛନ୍ତି ।

0 Comments