ଭବାନୀପାଟଣା: ଆସିଛି ନିର୍ବାଚନୀ ଋତୁ । ରାଜନୀତି ମୈଦାନରେ ଏବେ ତିନି ପ୍ରମୁଖ ଦଳର ପ୍ରାର୍ଥୀ । 2024 ସାଧାରଣ ନିର୍ବାଚନ ପାଇଁ ଜୋରଦାର ଚାଲିଛି ପ୍ରଚାର କାର୍ଯ୍ୟ । ବିଜେଡି ନିଜ ସରକାରର ବିକାଶର କାହାଣୀ କହୁଛି ତ, ସେପଟେ ବିରୋଧୀ କିନ୍ତୁ ଶାସକ ଦଳର ବିଫଳତାର ଲମ୍ବା ତାଲିକାକୁ ନେଇ ରାଜନୀତିର ଅଙ୍କ କଷୁଛନ୍ତି । ଏସବୁ ଭିତରେ ବିଜେଡି ନେତା ତଥା 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ କଳାହାଣ୍ଡିରେ ନିର୍ବାଚନୀ ପ୍ରଚାର କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ଏଥିସହ ବିଗତ ଦିନରେ କଳାହାଣ୍ଡି ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ହୋଇଥିବା ବିକାଶ ତାଲିକାକୁ ଜନସାଧାରଣଙ୍କ ଆଗରେ ରଖିଛନ୍ତି ।

କଳାହାଣ୍ଡି ଜିଲ୍ଲାର ଚାରୋଟି ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ବିଜେଡି ନେତା ତଥା 5T ଅଧ୍ୟକ୍ଷ ଭିକେ ପାଣ୍ଡିୟାନ୍ । କଳାହାଣ୍ଡି ଜିଲ୍ଲାର ପାଞ୍ଚୋଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଚାରୋଟି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରିବା ସହ ବିଗତ ଦିନରେ ହୋଇଥିବା ବିକାଶ ତାଲିକାକୁ ଲୋକଙ୍କ ଆଗରେ ରଖିଛନ୍ତି । ଶନିବାର ଦିନ କଳାହାଣ୍ଡି ଜିଲ୍ଲା ଜୁନାଗଡ଼, ଧର୍ମଗଡ, ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ପାଣ୍ଡିଆନ କରିଛନ୍ତି ମାରାଥନ ପ୍ରଚାର । ପ୍ରଥମେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋତମୁଣ୍ଡା ଠାରେ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ପାଇଁ ଭୋଟ ଭିକ୍ଷା କରିବା ସହ ପ୍ରଚାର କରିଥିଲେ ।

; --tw-scroll-snap-strictness: proximity; --tw-gradient-from-position: ; --tw-gradient-via-position: ; --tw-gradient-to-position: ; --tw-ordinal: ; --tw-slashed-zero: ; --tw-numeric-figure: ; --tw-numeric-spacing: ; --tw-numeric-fraction: ; --tw-ring-inset: ; --tw-ring-offset-width: 0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; margin: 0px 0px 10px; float: left; font-size: 17px; clear: both; line-height: 24px; width: 360px; font-family: ui-sans-serif, system-ui, sans-serif, "Apple Color Emoji", "Segoe UI Emoji", "Segoe UI Symbol", "Noto Color Emoji";">ଏହାପରେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀର ଜୟପାଟଣାଠାରେ ବିଧାୟକ ପ୍ରାର୍ଥୀ ପ୍ରଦୀପ ଦିଶାରୀଙ୍କ ପାଇଁ ଭୋଟ ଭିକ୍ଷା କରିବା ପରେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦଶପୁରଠାରେ ଜୁନାଗଡ଼ ବିଧାୟକ ପ୍ରାର୍ଥୀ ଦିବ୍ୟ ଶଙ୍କର ମିଶ୍ରଙ୍କ ପାଇଁ ଭୋଟ ମାଗିଥିଲେ । ଏହାସହ ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜୋରାଡୋବ୍ରାଠାରେ ବିଧାୟକ ପ୍ରାର୍ଥୀ ମନୋରମା ମହାନ୍ତିଙ୍କ ସମେତ ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ଯୋଡି ଶଙ୍ଖରେ ଭୋଟ ଦେବାକୁ ଅପିଲ କରିବା ସହ ଜିଲ୍ଲାରେ ହୋଇଥିବା ବିକାଶମୂଳକ କାର୍ଯ୍ୟର ହିସାବ ଦେଇଥିଲେ ପାଣ୍ଡିଆନ ।

ସେପେଟେ ଏଥର ବିଜେଡି ପ୍ରାର୍ଥୀ ନିର୍ବାଚନ ଜିତିବେ ଓ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ପୁଣି ମୁଖ୍ୟମନ୍ତ୍ରୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେଡି ପ୍ରାର୍ଥୀ

0 Comments