ଭୁବନେଶ୍ୱର.)- ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଗୁରୁବାର ଦିନ ଓଡ଼ିଶାର ପଦ୍ମପୁର ଏବଂ ସୁନ୍ଦରଗଡରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇଛନ୍ତି । ସେ ଦୁର୍ନୀତି ଏବଂ ସ୍କାମ ପାଇଁ ବିଜେଡିକୁ କଡ଼ା ଟାର୍ଗେଟ କରିବା ସହ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପିକୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରାଇବାକୁ ଆହ୍ୱାନ କରିଛନ୍ତି ।

ନବୀନ ପଟ୍ଟନାୟକ ଜନତାଙ୍କ ମଧ୍ୟରେ ରୁହନ୍ତି ନାହିଁ ଓ ନା ସେମାନଙ୍କର ସମସ୍ୟାର ସମାଧାନ ଖୋଜନ୍ତି । ଏବେ ସମୟ ଆସି ଯାଇଛି ଯେ ଓଡିଶାର ଜନତା ଜଣେ ଯୁବ ମୁଖ୍ୟମନ୍ତ୍ରୀ ଖୋଜୁଛନ୍ତି ଯିଏ ଓଡିଶାର ରହିବା ବାଲା ହୋଇଥିବା , ଯିଏ ମାଟି ସହିତ ଜଡିତ ଥିବା , ଏଠାକାର ସଂସ୍କୃତିକୁ ଜାଣିଥିବ ଓ ବୁଝୁଥିବ, ଭାଜପା ଏଭଳି ହିଁ ମୁଖ୍ୟମନ୍ତ୍ରୀ ଓଡିଶାକୁ ଦେବ , ଏଥିପାଇଁ ଏହି ନିର୍ବାଚନ ଓଡିଶାର ସ୍ୱାଭିମାନର ନିର୍ବାଚନ ଅଟେ । ବିଜୁ ଜନତା ଦଳର ଶାସନରେ ଅଫିସରମାନେ କୋଟି କୋଟି ଟଙ୍କାର ଭ୍ରଷ୍ଟାଚାର କରୁଛନ୍ତି । ଭାଜପା ଏଠାରେ ସୁଭଦ୍ରା ଯୋଜନା ଆଣି ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର କ୍ୟାସ୍ ଭାଉଚର ଦେବ । ରତ୍ନ ଭଣ୍ଡାରର ହଜି ଯାଇଥିବା ଚାବି ଫେରି ପାଇବା ପାଇଁ ଜନତା ୨୦ , ୨୫ ମଇ ଓ ୧ ଜୁନ୍ ରେ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବେ । ଜଗତ ପ୍ରକାଶ ନଡ୍ଡା ଉପସ୍ଥିତ ଜନ ସମୁଦ୍ରଙ୍କୁ ସ୍ଥାନୀୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ପ୍ରଚଣ୍ଡ ବହୁମତରେ ବିଜୟୀ କରି ଦେଶରେ ମୋଦୀ ସରକାର ଏବଂ ରାଜ୍ୟରେ ଭାଜପା ସରକାର ଆଣିବାକୁ ଆହ୍ୱାନ ଦେଇଛନ୍ତି ।



ସେ କହିଛନ୍ତି ଯେ ୧୦ ବର୍ଷ ପୂର୍ବେ ରାଜନେତାମାନେ ଧର୍ମ, ତୁଷ୍ଟିକରଣ ଏବଂ ଭୋଟ୍ ବ୍ୟାଙ୍କର ରାଜନୀତି କରୁଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୦ ବର୍ଷରେ ରାଜନୀତିର ସଂଜ୍ଞା, ରାଜନୀତିର ସଂସ୍କୃତି, ରାଜନୀତିର ପଦ୍ଧତି ଏବଂ ରାଜନୀତିର ଚିନ୍ତାଧାରାକୁ ପରିବର୍ତ୍ତନ କରି ଦେଇଛନ୍ତି । ଆଜି ରାଜନୀତି ବିକାଶବାଦର ହୋଇଯାଇଛି, ଆଜିର ରିପୋର୍ଟ କାର୍ଡର ରାଜନୀତିରେ ପରିଣତ ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମନ୍ତ୍ର ଦେଇଛନ୍ତି “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ । ”



ଶ୍ରୀ ନଡ୍ଡା କହିଛନ୍ତି ଯେ, ପୂର୍ବରୁ ଭାରତକୁ ପଛୁଆ ଦେଶ ଭାବେ ପରିଗଣତି କରାଯାଉଥିଲା । କିନ୍ତୁ ଆଜି ଭାରତ ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଆଜି ବ୍ରିଟେନକୁ ପଛରେ ପକାଇ ୧୧ ତମ ଅର୍ଥବ୍ୟବସ୍ଥାରୁ ବିଶ୍ୱର ୫ମ ସବୁଠୁ ବଡ ଅର୍ଥବ୍ୟବସ୍ଥା ହୋଇପାରିଛି । ବିଜେପିର ତୃତୀୟ କାର୍ଯ୍ୟକାଳରେ ଭାରତ ବିଶ୍ୱର ତୃତୀୟ ସବୁଠୁ ବଡ ଅର୍ଥବ୍ୟବସ୍ଥା ହେବ । ଏହି ଦେଶରେ ଟ୍ୟୁବରକ୍ଲୋସିସର ଔଷଧ ଆସିବାରେ ପ୍ରାୟ ୨୫ ବର୍ଷ ଲାଗିଯାଇଥିଲା, ଟିଟାନାସ ଔଷଧ ଆସିବାକୁ ୨୮ ବର୍ଷ ଲାଗିଯାଇଥିଲା, ଜାପାନୀ ଜ୍ୱରର ଔଷଧ ଆସିବାରେ ଶହେ ବର୍ଷ ଲାଗିଯାଇଥିଲା, ଯେତେବେଳେ କି ମୋଦି ୯ ମାସ ଭିତରେ କରୋନାର ଦୁଇଟି ଦୁଇଟି ଭ୍ୟାକ୍ସିନ ପ୍ରସ୍ତୁତ କରି ଭାରତର ୧୪୦ କୋଟି ଦେଶବାସୀଙ୍କୁ ସୁରକ୍ଷା କବଚ ଦେବାର କାମ କରିଥିଲେ ଏବଂ ଏହା ସହିତ ଅନ୍ୟ ଶହେ ଦେଶକୁ ବି ଭ୍ୟାକ୍ସିନ ସୁବିଧା ପହଂଚାଇଥିଲେ ।

x; margin: 0px; font-family: Ubuntu; color: rgb(51, 51, 51); font-size: 14px;" />

ଶ୍ରୀ ନଡ୍ଡା କହିଛନ୍ତି ଯେ, ଆଜିର ଭାରତ ମାଗୁଥିବା ବାଲା ନୁହେଁ, ବରଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଏବେ ଦେବା ବାଲା ଭାରତ ପାଲଟିଯାଇଛି । ଭାରତ ଆଜି ଔଷଧ ପ୍ରସ୍ତୁତ କରିବା କ୍ଷେତ୍ରରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ପହଂଚିଛି । ସବୁଠୁ ଶସ୍ତା ଓ ସବୁଠୁ ପ୍ରଭାବଶାଳୀ ଔଷଧ ଆଜି ଭାରତରେ ପ୍ରସ୍ତୁତ ହେଉଛି । ପେଟ୍ରୋକେମିକାଲ କ୍ଷେତ୍ରରେ ଭାରତ ଆଗକୁ ବଢିଛି । ଅଟୋମୋବାଇଲ କ୍ଷେତ୍ରରେ ଭାରତ ଜାପାନକୁ ପଛରେ ପକାଇ ତୃତୀୟ ସ୍ଥାନରେ ପହଂଚିଛି, ଇସ୍ପାତ ଉତ୍ପାଦନରେ ଭାରତ ଦ୍ୱିତୀୟ ସ୍ଥାନରେ ଅଛି । ୧୦ ବର୍ଷ ପୂର୍ବରୁ ଭାରତରେ ବ୍ୟବହାର ହେଉଥିବା ସମସ୍ତ ମୋବାଇଲ୍ ଫୋନ, କୋରିଆ, ଜାପାନ ଓ ଚୀନରେ ତିଆରି ହେଉଥିଲା, ଆଜି ପ୍ରତି ମୋବାଇଲର ନିର୍ମାଣ ବି ଭାରତରେ ହେଉଛି ।



ଶ୍ରୀ ନଡ୍ଡା କହିଛନ୍ତି ଯେ, ଆଜି ୨୫ କୋଟି ଲୋକ ଗରିବର ସୀମାରେଖାରୁ ଉପରକୁ ଉଠିଛନ୍ତି ଏବଂ ଅନ୍ତର୍ଜାତୀୟ ମୁଦ୍ରା କୋଷ ପକ୍ଷରୁ ଏହା କୁହାଯାଇଛି । ଚାଷୀଙ୍କୁ ପ୍ରତି ଚାରି ମାସରେ ୨ହଜାର ଟଙ୍କା କିଷାନ ସମ୍ମାନ ନିଧି ଅଧୀନରେ ପଠାଯାଉଛି, ଯେଉଁଥିରେ ଓଡ଼ିଶାର ୩୨ଲକ୍ଷ ଚାଷୀ ବି ଅଛନ୍ତି । ବିଜେପିର ତୃତୀୟ ଥର ବିଜୟ ପରେ ଓଡ଼ିଶା ଓ ଭାରତ ଡାଲିଜାତୀୟ ଓ ଶସ୍ୟଜାତୀୟରେ ଆତ୍ମନିର୍ଭର ହୋଇପାରିବ । ଶ୍ରୀ ଅନ୍ନ କ୍ଷେତ୍ରରେ ଭାରତ ଅନ୍ତର୍ଜାତୀୟ ହବ୍ ପାଲଟିବ ଏବଂ ଏହା ବଦଳୁଥିବା ଭାରତର ଚିତ୍ର ଅଟେ ।

ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୦ କୋଟି ଲୋକଙ୍କୁ ଉଜ୍ୱଳା ଯୋଜନାରେ ଗ୍ୟାସ ସିଲିଂଡର ଉପଲବ୍ଧ କରାଇଛନ୍ତି, ଏଥି ମଧ୍ୟରୁ ୬୦ ହଜାର ଲୋକ ବରଗଡର ଅଛନ୍ତି । ଆଗାମୀ ଦିନରେ ସିଲିଂଡର ନୁହେଁ ବରଂ ପାଇପ ଜରିଆରେ ଗ୍ୟାସ ପହଂଚାଯିବ ।

ପ୍ରଧାନମନ୍ତ୍ରୀ ରାଜ୍ୟର ଟ୍ୟାକ୍ସ ଡିବୋଲ୍ୟୁସନ୍ ୩.୫ ପ୍ରତିଶତ ବୃଦ୍ଧି କରିଛନ୍ତି , ସହାୟତା ରାଶିକୁ ମଧ୍ୟ ୩ ଗୁଣା ବଢାଯାଇଛି ଓ ସମ୍ବଲପୁରରେ ଆଇଆଇଏମ୍ କ୍ୟାମ୍ପସ୍ ସ୍ଥାପନ କରାଯାଇଛି , ରେଳ ବଜେଟକୁ ୧୨ ଗୁଣା ବଢାଯାଇଛି , ଓଡିଶାରେ ୪୩୦୦ କିଲୋମିଟରରୁ ଅଧିକ ଜାତୀୟ ରାଜମାର୍ଗର ନିର୍ମାଣ କରାଯାଇଛି , ଝାରସୁଗୁଡାରେ ବିମାନ ବନ୍ଦର କରାଯାଇଛି ଓ ଓଡିଶାରେ ମନୋହରପୁର-ରାଉରକେଲା-ଝାରସୁଗୁଡା -ଜାମଗାଁବକୁ ଯୋଡୁଥିବା ରେଲୱେର ତୃତୀୟ ଲାଇନ୍ ନିର୍ମାଣଧୀନ ଅଛି ।
ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୀ ଶ୍ରୀ ନଡ୍ଡା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରି କହିଛନ୍ତି
ଏହି କାର୍ଯ୍ୟକ୍ରମ ସମୟରେ ବିଜେପିର ବରିଷ୍ଠ ନେତା ସମୀର ମହାନ୍ତି, ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ, ସୁନ୍ଦରଗଡ ପ୍ରାର୍ଥୀ ଜୁଏଲ ଓରାମ, ବିଧାନସଭା ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ ଏବଂ ଦଳର ଅନ୍ୟ ନେତାମାନେ ମଞ୍ଚରେ ଉପସ୍ଥିତ ଥିଲେ ।

0 Comments