ଭୁବନେଶ୍ବର: ରାଜ୍ୟର ସବୁ ଜିଲ୍ଲାରେ ଖୋଲିବ ନୂଆ ମେଡିକାଲ କଲେଜ । ମେଡିକାଲ କକେଜରେ ଖାଲି ପଡିଥିବା 5000 ଡାକ୍ତର , 3000 ପାରା ମେଡିକାଲ ପଦବୀରେ ନିଯୁକ୍ତି ମିଳିବ । ପ୍ରତ୍ୟେକ ଜିଲ୍ଲାରେ ମେଡିକାଲ କଲେଜ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ବିଧାନସଭାରେ କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ରା

୍ୟରେ ମେଡିକାଲ କଲେଜଗୁଡିକରେ ବିଭିନ୍ନ ଡାକ୍ତରୀ ପଦବୀ ଖାଲି ପଡ଼ିଥିବା ନେଇ ଗୃହରେ ଉଦବେଗ ପରେ ଏପରି ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ।

ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, 17ଟି ଏଲୋପାଥିକ ମେଡିକାଲ କଲେଜ, 4 ଟି ହୋମିଓପାଥିକ ମେଡିକାଲ କଲେଜ ଏବଂ 4 ଟି ଆୟୁରବେଦିକ ମେଡିକାଲ କଲେଜ ଅଛି । ଓଡ଼ିଶାର ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟରେ ଖାଲି ଥିବା ପଦବୀଗୁଡିକ ପୂରଣ କରାଯିବ । OPSC ଦ୍ୱାରା ଚୟନ ପ୍ରକ୍ରିୟା ଜାରି ରହିଛି ।

ମନ୍ତ୍ରୀ କହିଛନ୍ତି, ''ବୁର୍ଲା ମେଡ଼ିକାଲ କଲେଜର ସ୍ଥିତି ଉତ୍ତରାଧିକାରୀ ସୂତ୍ରରେ ପୂର୍ବ ସରକାରଠାରୁ ପାଇଛି । ସମ୍ବଲପୁର ଭିମସାରରେ ୪୧ଟି ପ୍ରଫେସର ପଦବୀ ଥିବାବେଳେ ୨୮ ଜଣ ଡାକ୍ତର ଅଛନ୍ତି। ଆସୋସିଏଟ ପ୍ରଫେସର ପଦବୀ ୭୮ଟି ଥିବାବେଳେ ୬୪ ଜଣ କାର୍ଯ୍ୟରତ ଅଛନ୍ତି । ସେହିପରି ଆସିଷ୍ଟାଣ୍ଟ ପ୍ରଫେସର ପଦ ୧୪୯ଟି ଥିବାବେଳେ ବର୍ତ୍ତମାନ ୧୨୯ ଡାକ୍ତର କାର୍ଯ୍ୟରତ ଅଛନ୍ତି । ସରକାରକୁ ଆସିବା ପରେ, ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରତ୍ୟେକ ଜିଲ୍ଲାରେ ମେଡିକାଲ କଲେଜ ଆପଣ କରିବେ। ''

ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆହୁରି ମଧ୍ୟ କହିଛନ୍ତି, ''ରାଜ୍ୟରେ ମେଡିକାଲ କଲେଜ ଖୋଲିବା ଜରୁରୀ । ମେଡିକାଲ କଲେଜରେ ଖାଲି ପଡିଥିବା 5000 ଡାକ୍ତର ,3000 ପାରା ମେଡିକାଲ ଷ୍ଟାଫ, ପ୍ରତ୍ୟେକ ଜିଲ୍ଲାରେ ମେଡିକାଲ କଲେଜ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ଗୋଟିଏ ମେଡିକାଲରେ 100 ବେଡ୍ ପାଇଁ 300 କୋଟି ଟଙ୍କା ଖର୍ଚ୍ଚ ହେଉଛି । କେନ୍ଦ୍ର ସରକାର 60 ପ୍ରତିଶତ, ରାଜ୍ୟ ସରକାର 40 ପ୍ରତିଶତ ଦେଉଛନ୍ତି । ସୁନ୍ଦରଗଡ଼ରେ ନାଲକୋ ପକ୍ଷରୁ ଅନୁଦାନ ଦିଆଯାଇଛି । କେନ୍ଦୁଝରେ ଡିଏମଏଫ ପାଣ୍ଠିରୁ ଖର୍ଚ୍ଚ ହୋଇଛି। ''


0 Comments