ଢେଂକିକୋଟ(ତପନ ବେହେରା)କେନ୍ଦୁଝର ଜିଲ୍ଲା କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ଆୟୋଜିତ ନେତୃତ୍ଵ ସମ୍ମିଳନୀ ଓ ବନ୍ଧୁ ମିଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ,ଓଡିଶା ଜୁନିଅର ଟିଚର ଆସୋସିଏସନ,ର ବ୍ଲକ ସଭାପତି ଶ୍ରୀ ପ୍ରବୀର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମିଳନୀ ଗତ ରବିବାର ଦିବା ୧୦ ଘଟିକା ସମୟରେ ସଭା ରେ ପ୍ରଥମେ କେନ୍ଦୁଝର ର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ଏବଂ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଜିଲ୍ଲା ସଭାପତି ଶ୍ରୀ ସତ୍ୟବ୍ରତ ସାହୁ ବୈଠକର ଶୁଭାରମ୍ଭ କରିଥିଲେ। ଉକ୍ତ ବୈଠକରେ ସଂଘର ସୁଦୃଢିକରଣ, ଜିଲ୍ଲା ଓ ବ୍ଲକ ନେତୃତ୍ଵଙ୍କ ମଧ୍ୟରେ ସମନ୍ୱୟ, ନିୟମିତ ହେବା ନିମନ୍ତେ ଆଗାମୀ ପଦକ୍ଷେପ ଓ ଏ ଦିଗରେ ସଂଘର ଆଭିମୁଖ୍ୟ ଉପରେ ଆଲୋଚନା ହୋଇଥିଲା। ଏହି ଅବସରରେ ଜିଲ୍ଲା ସଘଂରେ ଖାଲି ପଡିଥିବା କେତେକ ପଦପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକାରୀ ସଭାପତି ଭାବେ ବଳରାମ ସାହୁ ଓ ରୋହିତ କୁମାର ମହାନ୍ତ, କୋଷା
୍ୟକ୍ଷ ଭାବେ ଶ୍ରୀ ଅମିତ୍ ଦାସ, ସହ କୋଷାଧ୍ୟକ୍ଷ ଭାବେ ତନ୍ମୟ କୁମାର ପାଗଳ, ଜିଲ୍ଲା ସଂଯୋଜକ ଭାବେ ବିକାଶ କୁମାର ସାହୁ ଓ ଜିଲ୍ଲା ମହିଳା ସଂଯୋଜିକା ଭାବେ କଲ୍ୟାଣୀ ପତି ଏବଂ ପ୍ରତ୍ୟେକ ବ୍ଲକରୁ ଜଣେ ଲେଖାଏଁ ସଦସ୍ୟ କୋର କମିଟି ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ଅପରାହ୍ନ ୧.୩୦ ରେ ମଧ୍ୟାହ୍ନ ଭୋଜନ ଏବଂ ପରେ ବିଦ୍ୟାଳୟ ର ଅନୁସୂଚିତ ଅନ୍ତେବାସୀଙ୍କୁ ପାଠ୍ୟୋପକରଣ ବଣ୍ଟନ କରାଯାଇଥିଲା। ସର୍ବଶେଷରେ ସମ୍ପାଦକ କ୍ଷୀରୋଦ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ। ଏହି ବୈଠକରେ ଜିଲ୍ଲା ସ୍ତରୀୟ ନେତୃବୃନ୍ଦଙ୍କ ମଧ୍ୟରେ ଅକ୍ଷୟ କୁମାର ବେହେରା, ଶୁଭଶ୍ରୀ ମହାନ୍ତ, ଉର୍ମିଳା ମହାନ୍ତ, ଶୁଭଶ୍ରୀ ସାହୁ, ଶଶିକାନ୍ତ ହୋତା, ଶିବ କୁମାର ପରମାଣିକ, ବିଦ୍ୟାଧର ସାହୁ, ଶାଶ୍ଵତ ସୌମ୍ୟ ଜେନା, ପ୍ରଦ୍ୟୁମ୍ନ କୁମାର ବାରିକ, ସୁବର୍ଣ୍ଣେଶ୍ଵର ଜେନା, ରାକେଶ ରଞ୍ଜନ ମଲ୍ଲିକ, ଦେବସ୍ମିତା ମହାନ୍ତ, ପ୍ରଭାସିନୀ ନାହକ, ବିଷ୍ଣୁ ପ୍ରିୟା ବେହେରା, ସସ୍ମିତା ପ୍ରଧାନ, ସମ୍ମାନ ଖଣ୍ଡେଇ, ଚନ୍ଦ୍ରଶେଖର ପାତ୍ର ଆଦି ଉପସ୍ଥିତ ରହି ବୈଠକୁ ସାଫଲ୍ୟ ମଣ୍ଡିତ କରିଥିଲେ।