_Noto_Sans_8df048, __Noto_Sans_Fallback_8df048; font-size: 18px;">ଭୁବନେଶ୍ୱର:
ଏମ୍ସରେ ଭର୍ତ୍ତି ହେଲେ 36 ବର୍ଷୀୟା ଓଡ଼ିଆ ଗାୟକ ହ୍ୟୁମାନ ସାଗର । ଗୁରୁତର ଅବସ୍ଥାରେ ତାଙ୍କୁ ଆଜି (ଶୁକ୍ରବାର) ଦିନ 1.10ରେ ଭୁବନେଶ୍ୱର ଏମ୍ସରେ ଜରୁରୀକାଳୀନ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତାଙ୍କୁ ଆଇସିୟୁରେ ଆଡମିଟ କରାଯାଇଛି । ସେଠାରେ ତାଙ୍କର ଚିିକିତ୍ସା ଜାରି ରହିଛି । ଡାକ୍ତର ଶ୍ରୀକାନ୍ତ ବେହେରା ତାଙ୍କର ଚିକିତ୍ସା କରିଛନ୍ତି । ତାଙ୍କର ମଲ୍ଟି ଅର୍ଗାନ ଡିସଫଙ୍କସନ ସିଣ୍ଟ୍ରୋମ (MODS) ଏକାଧିକ ଅଙ୍ଗ ଖରାପ ଥିବା ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି । ତାଙ୍କର ଲିଭର, ହାର୍ଟ, କିଡନୀ, ଫୁସଫୁସ ଇନଫେକସନ ଥିବା ବେଳେ ବର୍ତ୍ତମାନ ସେ ଭେଣ୍ଟିଲେଟର ସର୍ପୋଟରେ ଅଛନ୍ତି । ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି ।
ଓଡ଼ିଆ ଜଣାଶୁଣା ଗାୟକ ହ୍ୟୁମାନ ସାଗର ଅସୁସ୍ଥ । କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ହ୍ୟୁମାନ । ରିପୋର୍ଟ ଅନୁସାରେ, କିଡନୀ ଓ ଲିଭର୍ ଜନୀତ ସମସ୍ୟାରେ ପୀଡ଼ିତ ଥିଲେ ହ୍ୟୁମାନ । ଗତ କିଛି ଦିନ ଧରି ଚିକିତ୍ସିତ ବି ହେଉଛନ୍ତି । ବର୍ତ୍ତମାନ ଅଧିକ ଚିକିତ୍ସା ଲାଗି ତାଙ୍କୁ ଭୁବନେଶ୍ଵର ଏମ୍ସକୁ ସ୍ଥାନାନ୍ତର କରାଗଲା । ସେପଟେ ଏହି ଖବର ଫ୍ୟାନ୍ସଙ୍କୁ ଚିନ୍ତିତ କରିଛି । ଫ୍ୟାନ୍ସ ତଥା ସେଲିବ୍ରିଟି ତାଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି ।