ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀରେ ଭିକେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର । ରଘୁନାଥପାଲ୍ଲୀରେ ଆୟୋଜିତ ବିଜେଡିର ଜନସଭାକୁ ସମ୍ବୋଧନ କରି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧାସଳଖ ଟାର୍ଟେଗ କରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ଷଷ୍ଠ ଥର ପାଇଁ ସରକାରକୁ ଆସିଲେ ଶପଥ ଗ୍ରହଣ ଦିନ ଠାରୁ ହିଁ ଲୋକମାନଙ୍କୁ ମାଗଣାରେ ବିଜୁଳି ଦିଆଯିବ ବୋଲି କହିଛନ୍ତି ପାଣ୍ଡିଆନ ।

ରଘୁନାଥପାଲ୍ଲୀରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ଭିକେ ପାଣ୍ଡିଆନ କହିଛନ୍ତି ଯେ, ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ । ଜୁନ ୯ ତାରିଖ ସନ୍ଧ୍ୟା ବେଳେ ମନ୍ତ୍ରିମଣ୍ଡଳରେ ଏହି ଇସ୍ତାହାରକୁ ମୁଖ୍ୟମନ୍ତ୍ରୀ ସ୍ଵୀକୃତି ଦେବେ । ରାଜ୍ୟବାସୀଙ୍କୁ ମାଗଣା ବିଜୁଳି ପ୍ରଦାନ କରାଯିବ । ଗ୍ରାହକଙ୍କୁ ଜୁନ ମାସରୁ ହିଁ ଲୋକମାନଙ୍କୁ ବିଜୁଳି ବିଲ ଦେବାକୁ ପଡ଼ିବନି । ଏଇଟା ନବୀନଙ୍କ ଗ୍ୟାରେଣ୍ଟି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି, "କେନ୍ଦ୍ରମନ୍ତ୍ରୀ କହୁଛନ୍ତି ରାଜ୍ୟରେ ପରିବର୍ତ୍ତନର ହାୱା ଚାଲୁଛି । ମୁଁ କହୁଛି ଯଦି ମୁଖ୍ୟମନ୍ତ୍ରୀ ଏଥର ଶପଥ ନ ନିଆନ୍ତି ତେବେ ମୁଁ ରାଜନୀତି ଏବଂ ଜନସେବା ତ୍ୟାଗ କରିବି । ଧର୍ମେନ୍ଦ୍ର ପ୍ର

ଧାନ କୁହନ୍ତୁ ଯେ, ଏଥର ତାଙ୍କ ସରକାର ଯଦି ନ ଆସେ ତେବେ ସେ କଣ ରାଜନୀତି ତ୍ୟାଗ କରିବେ କି ? ଦମ ଦେଇ କୁହନ୍ତୁ ଯେ, ଏଥର ବିଜେପି ସରକାର କରିବ ବୋଲି । କେନ୍ଦ୍ର ସରକାରଙ୍କ ବିନା ସପୋର୍ଟରେ ଆପଣ କିଛି ନୁହନ୍ତି ତେଣୁ କରି କେନ୍ଦ୍ର ଯାହା ଭୁଆଁ ବୁଲାଉଛି ତାହାକୁ ଆପଣ କହୁଛନ୍ତି । ପ୍ରଧାନମନ୍ତ୍ରୀ ଏବଂ ବିଭିନ୍ନ କେନ୍ଦ୍ରମନ୍ତ୍ରୀ ଓଡିଶା ଆସି ବଡ଼ ବଡ଼ କଥା କହୁଛନ୍ତି । ସେମାନେ ଗ୍ୟାରେଣ୍ଟି ଦେବେ କି ପେଟ୍ରୋଲ ତୈଳ ଦର ହ୍ରାସ କରିବା ପାଇଁ, LPG ଗ୍ୟାସ ଦର ହ୍ରାସ କରିବେ ବୋଲି ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବେ ବୋଲି, କେନ୍ଦ୍ର ସରକାର ଏହାର ଉତ୍ତର ଦିଅନ୍ତୁ । କେବଳ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ହରାଇବା ଲାଗି ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ କେନ୍ଦ୍ରମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏଠରେ ଡେରା ପକାଇଛନ୍ତି କିନ୍ତୁ ଆମେ ଏଥର ସେମାନଙ୍କୁ କଡା ଜବାବ ଦେବୁ ଏବଂ ୯ ଜୁନରେ ଷଷ୍ଠ ଥର ପାଇଁ ଆମେ ସରକାର ଗଠନ କରିବୁ । "

ଏହି ଅବସରରେ ସୁନ୍ଦରଗଡ଼ ବିଜେଡି ସାଂସଦ ପ୍ରାର୍ଥୀ ଦିଲ୍ଲୀପ ତିର୍କୀ ଏବଂ ରଘୁନାଥପାଲ୍ଲୀ ବିଧାନସଭା ଆସନ ବିଜେଡି ବିଧାୟିକା ପ୍ରାର୍ଥିନୀ ଅର୍ଚ୍ଚନା ବେହେରାଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ପାଣ୍ଡିଆନ । ଉଭୟଙ୍କୁ ଯୋଡ଼ି ଖଙ୍ଖରେ ଭୋଟ ଦେଇ ବିଜୟୀ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ତେବେ ବିଜେଡିର ଏହି କାର୍ଯ୍ୟକ୍ରମରେ ବିଜେପିରୁ ବହୁ ସଂଖ୍ୟରେ କର୍ମୀ ଦଳ ଛାଡି ଆଜି ଭିକେ ପାଣ୍ଡିଆନଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ।

0 Comments