ରାୟଗଡ଼ା: ଆତଙ୍କ ଖେଳାଉଛି ଡିପଥେରିଆ ରୋଗ । ସାମ୍ନାକୁ ଆସିଲା କାଶୀପୁରର ମୁନୁଷପଦରରେ ଗାଁରେ ବ୍ୟାପୀଥିବା ଅଜଣା ରୋଗରେ ମୃତ୍ୟୁର କାରଣ । ଏହା କୌଣସି ଅଜଣା ରୋଗ ନୁହେଁ ବରଂ ଡିପଥେରିଆ ବୋଲି କହିଛି ଭ

ବନେଶ୍ବର ଆରଏମଆରସି । ଭୁବନେଶ୍ବର ସ୍ଥିତ ଆରଏମଆରସି ସ୍ୱତନ୍ତ୍ର ଡାକ୍ତରୀ ଦଳ ମୁନୁଷପଦର ଆସି ଅକ୍ରାନ୍ତଙ୍କ ରକ୍ତ ଓ ସ୍ୱାବ ପରୀକ୍ଷା କରିବା ପରେ ଏହା ସ୍ପଷ୍ଟ ହୋଇଛି ।

ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭେଷଜ ବିଶେଷଜ୍ଞ ଡା.ସୁରେଶ ଚନ୍ଦ୍ର ଦେବ କହିଛନ୍ତି ଯେ, ଏହା ଏକ ଗଳା ସମ୍ବିନ୍ଧିତ ରୋଗ । ସାଧାରଣତଃ ଏହି ରୋଗ 5ବର୍ଷ ପିଲାଙ୍କଠାରେ ଦେଖାଯିବା ସହ 60ବର୍ଷ ପରେ ଏହି ରୋଗ ହେବାର ସମ୍ଭାବନା ରହିଛି । ଏହା ବାୟୁ ବାହିତ ସଂକ୍ରମଣ ରୋଗ । ଗୋଟିଏ ରୋଗୀଠାରୁ ଅନ୍ୟ ଏକ ରୋଗୀର ବ୍ୟବହୃତ ବସ୍ତ୍ର, ଖ୍ୟାଦ୍ୟ ପଦାର୍ଥ ଆଦିରେ ଜୀବାଣୁ ଗୋଟିଏ ଶରୀରରୁ ଅନ୍ୟ ଏକ ଶରୀର ମଧ୍ୟକୁ ପ୍ରବେଶ କରିଥାଏ । ଏହି ରୋଗ ହେଲେ ତୁରନ୍ତ ଭେକସିନ ସହିତ ଅନ୍ୟାନ୍ୟ ଚିକିତ୍ସା କରାଗଲେ ଶୀଘ୍ର ଭଲ ହୋଇପାରିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କାଶୀପୁର ବ୍ଲକର ମୁନୁଷପଦରରେ ଯେତେବେଳେ ଏହି ରୋଗ ବ୍ୟାପିଲା ସେତେବେଳେ ସେଠାକାର ଲୋକେ ଡାକ୍ତରଖାନା ନ ଯାଇ ବରଂ ଗୁଣି ଗାରେଡ଼ି ଉପରେ ବିଶ୍ବାସ କରି ଝଡା ଫୁଙ୍କା କରିଥିଲେ । ଯାହାଫଳରେ ରୋଗ ବଢିବା ଦ୍ବାରା 5ଟି ଜୀବନ ଯାଇଥିଲା ।

ଏଠାରେ ସୂଚନା ଯୋଗ୍ୟ କି, କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତର ମୁନୁଷପଦର ଗାଁରେ ଅଜଣା ରୋଗର ଆତଙ୍କ ଲାଗି ରହିଥିଲା । ଏହି ଗାଁରେ ସପ୍ତାହକ ମଧ୍ୟରେ 5 ଜଣ ଶିଶୁ ମୃତ୍ୟୁବରଣ କରିଥିଲେ । ଏବେ ବି ବହୁ ଆକ୍ରାନ୍ତ ଚିକିତ୍ସିତ ହେଉଥିବାରୁ ତୁରନ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇ ସ୍ଥିତି ଉପରେ ନିୟନ୍ତ୍ରଣ ଆଣିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ମାନୁଷପଦର ଗାଁକୁ ରାସ୍ତା ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

0 Comments