ଭୁବନେଶ୍ୱର: ନିର୍ବାଚନରେ ଲଢ଼ିପାରିବେ ବରିଷ୍ଠ ନେତା ଦିଲୀପ ରାୟ | ଦିଲୀପଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ ଆଉ କୋର୍ଟଙ୍କ ରହିତାଦେଶ ପରେ ଦିଲୀପଙ୍କ ନିର୍ବାଚନ ଲଢ଼ିବା ବାଟ ଫିଟିଛି | ମିଳିଥିବା ସୂଚନା ମୁତାବକ ୨୦୨୦ରେ ଦିଲୀପଙ୍କୁ ତଳ କୋର୍ଟ ଦଣ୍ଡାଦେଶ କରିଥିଲେ | ୩ ବର୍ଷ ଜେଲ୍‌ ଏବଂ ୧୦ ଲକ୍ଷ ଟଙ୍କା ଜରିମାନା କରିଥିଲେ କୋର୍ଟ | ଆଉ ଦଣ୍ଡାଦେଶକୁ ଚାଲେଂଜ କରି ହାଇକୋର୍ଟ ଯାଇଥିଲେ ଦିଲୀପ |

ତେବେ କୋର୍ଟ ଆଜି ରହିତାଦେଶ ଲଗାଇଛନ୍ତି | ଉଲ୍ଲେଖ ଥାଉ କି ଝାଡ଼ଖଣ୍ଡ କୋଇଲା ଆବଣ୍ଟନ ଅନିୟମିତତା ମାମଲାରେ ତଳ କୋର୍ଟଙ୍କ ଦ୍ୱାରା ଦୋଷୀସାବ୍ୟସ୍ତ ହୋଇ ୩ ବର୍ଷ ଜେଲ ଦଣ୍ଡାଦେଶ ପାଇଥିଲେ ଦିଲୀପ | ଏହାକୁ ନେଇ ସେ ଦିଲୀ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ | ଏହାପରେ ଶୁଣାଣି ହୋଇଥିଲା | ଚଳିତ ନିର୍ବାଚନରେ ଶ୍ରୀ ରାୟ ପ୍ରତିଦ୍ବନ୍ଦିତା କରିବାକୁ ଚାହୁଁଛନ୍ତି ବୋଲି ତାଙ୍କ ଓକିଲଙ୍କ ପକ୍ଷରୁ ଶୁଣାଣି ସମୟରେ ଖଣ୍ଡପୀଠଙ୍କୁ କହିଥିଲେ |

0 Comments