ପୁରୀ: ରଥଯାତ୍ରାକୁ ନେଇ ଆଜି ପ୍ରସ୍ତୁତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରଥଯାତ୍ରାକୁ କିପରି ସଫଳ ରୂପାୟନ କରାଯିବ, ସୁରକ୍ଷା ବ୍ୟବସ୍ଥା ଓ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାକୁ ନେଇ ବୈଠକରେ ଆଲୋଚନା ହୋଇଛି । ସୁରକ୍ଷା ପାଇଁ ନିଆଯିବ ଏଆଇର ସହାୟତା । ପୁରୀ ଜଗିବ 275ଟି ଏଆଇ କ୍ୟାମେରା । ରଥଯାତ୍ରା ପାଇଁ 5 ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ । 10 ହଜାର ସୁରକ୍ଷାକର୍ମୀ ମୁତୟନ ହେବେ ।
ଚଳିତ ବର୍ଷ ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଶ୍ରୀମନ୍ଦିର ଭିତରେ, ବାହାରେ, ରଥ ଚାରିପାଖରେ ପୋଲିସ ମୁତୟନ, ଭିଡ, ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ। ସେହିପରି ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଆଉ 4 ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରାକୁ ସଫଳ କରିବା ପାଇଁ ପ୍ରଶାସନିକ ସ୍ଥରରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ବିଶ୍ବର କୋଣଅନୁକୋଣରୁ ଆସୁଥିବା ଭକ୍ତ ମାନେ କିପରି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଏବଂ ସୁବ୍ୟବସ୍ଥିତ ଭିତରେ କେମିତି ସମସ୍ତ କାର୍ଯ୍ୟକ୍ରମକୁ ସେମାନେ କିପରି ଅନୁଭବ କରିପାରିବେ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ସୁରକ୍ଷା କାରଣରୁ ଏହି ବୈଠକ କରାଯ
ଇଛି । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସେଥି ପାଇଁ ଏଆଇର ସାହାଯ୍ୟ ନିଆଯାଇଛି । ଚଳିତ ବର୍ଷର ରଥଯାତ୍ରାକୁ ସମ୍ପର୍ଣ୍ଣ ଭାବବେ ଅଘଟଣ ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଆଗାମୀ ଦିନରେ କୌଣସି ପରିସ୍ଥିତି ଯେପରି ନଉପୁଯିବ ସେଥି ପାଇଁ ଆଗୁଆ ପ୍ରସ୍ତୁତି କରାଯାଇଛି । ସୁରକ୍ଷା ଦୃଷ୍ଟି କୋଣରୁ କେନ୍ଦ୍ରରୁ ସହାୟତା ମଗାଇଛୁ । ରଥଯାତ୍ରା ପାଇଁ ଆବଶ୍ୟକ ଠାରୁ ଅଧିକ ବ୍ୟବସ୍ଥା କରିଛୁ ।"
ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ କହିଛନ୍ତି, " ପୁରୀ-ଭୁବନେଶ୍ୱର, ପୁରୀ-କୋଣାର୍କ ରାସ୍ତା ସହିତ ପୁରୀର ବିଭିନ୍ନ ଅଞ୍ଚଳକୁ ମିଶାଇ 275 ଟି AI କ୍ୟାମେରା ଲଗାଯାଇଛି। ଏଥିପାଇଁ ସ୍ବତନ୍ତ୍ର ଇଣ୍ଟିଗ୍ରେଟେଡ କମାଣ୍ଡ କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯାଇ AI ଓ ଡ୍ରୋନ୍ କ୍ୟାମେରା ମାଧ୍ୟମରେ କଡ଼ା ନଜର ରଖାଯାଇଛି। ଭକ୍ତଙ୍କ ସୁବିଧା ପାଇଁ ପୋଲିସ ପକ୍ଷରୁ ଏକ ଚାଟ୍ ବୋର୍ଡ ଆପ୍ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ କି ପୁରୀକୁ ଆସିବାକୁ ଥିବା ଯାତ୍ରୀ, ଟ୍ରାଫିକ ବ୍ୟବସ୍ଥା, ପାର୍କିଂ, ମହାପ୍ରଭୁଙ୍କ ନୀତି କାନ୍ତି ସମ୍ପର୍କିତ ସୂଚନା ଉପଲବ୍ଧ ହେବ।
"ପୁରୀ ସହରର ସୁରକ୍ଷା ବ୍ୟବସ୍ଥା ପାଇଁ 10 ହଜାର ପୋଲିସ ସୁରକ୍ଷା କର୍ମଚାରୀ ମାନେ ନିୟୋଜିତ ହେବେ। ପୁରୀ ସହରକୁ ତିନୋଟି ଭାଗରେ ବିଭକ୍ତ କରାଯାଇଥିବା ବେଳେ 36 ଟି ପାର୍କିଂ ସ୍ଥାନ ଚିହ୍ନଟ, ଟ୍ରାଫିକ ପରିଚାଳନା ପାଇଁ 39 ଟି ଟ୍ରାଫିକ ପରିଚାଳନା କେନ୍ଦ୍ର ସ୍ଥାପନ କରାଯାଇଛି। ଯେକୌଣସି ଆକ୍ରମଣକୁ ପ୍ରତିହତ କରିବା ପାଇଁ ଆଣ୍ଟି ଟେରୋରିଷ୍ଟ ସ୍କ୍ୱାର୍ଡ ମୁତୟନ ରହିବେ। ଆମ୍ବୁଲାନ୍ସ ଯାତାୟତ ପାଇଁ ସ୍ବତନ୍ତ୍ର ଗ୍ରୀନ୍ କରିଡ଼ର ବ୍ୟବସ୍ଥା କରାଯିବ। "
ରଥଯାତ୍ରାରେ ଭକ୍ତଙ୍କୁ ସମସ୍ତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସ୍ବାସ୍ଥ୍ୟ ବିଭାଗ ସମ୍ପୁର୍ଣ୍ଣ ପ୍ରସ୍ତୁତ ଥିବା ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ବିଭିନ୍ନ ସ୍ଥାନରେ 69 ଟି ଫାଷ୍ଟ ଏଡ୍ ସେଣ୍ଟର୍, 64ଟି ଆମ୍ବୁଲାନ୍ସର ବ୍ୟବସ୍ଥା ମଧ୍ୟ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅତିରିକ୍ତ 378 ଜଣ ଅତିରିକ୍ତ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀଙ୍କୁ ନିୟୋଜିତ କରାଯିବ। ଆଇସିୟୁ, 265 ଏମର୍ଜେନ୍ସି ବେଡର ବ୍ୟବସ୍ଥା ସହିତ ରାଜ୍ୟରେ ଡାଇରିଆ ସଂକ୍ରମଣ ରୋକିବାକୁ ସରକାର ସମସ୍ତ ବ୍ୟବସ୍ଥା କରିଥିବା ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି । ପୁରୀ ସହରରେ ଡାଇରିଆ ସଂକ୍ରମଣ କିଭଳି ନବ୍ୟାପିବ ସେନେଇ ସ୍ବାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।
ରଥଯାତ୍ରା ସ୍ୱତନ୍ତ୍ର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗର ମନ୍ତ୍ରୀ , ସଚିବ, ପୁରୀର ସବୁ ନିର୍ବାଚନ ମଣ୍ଡଳୀର ବିଧାୟକ, ବୁଦ୍ଧିଜୀବୀ, ଶ୍ରୀମନ୍ଦିର ସେବୟତ ଉପସ୍ଥିତି ରହିଥିଲେ। ରଥ ନିର୍ମାଣ, ରଥ କାଠ ଯୋଗାଣ, ରଥକନା ଓ ଦଉଡ଼ି, ନୀତି ସମ୍ପାଦନା, ରଥ ଟଣା, ସ୍ବାସ୍ଥ୍ୟ ସେବା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍, ସ୍ୱରେଜ୍, ସଡ଼କ ପରିବହନ, ରେଳ ପଥ ପରିବହନ, ରାସ୍ତା ଘାଟ ମରାମତି, ଟେଲିଫୋନ ବ୍ୟବସ୍ଥା, ଶାନ୍ତି ଶୃଙ୍ଖଳା ରକ୍ଷା , ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ, ସାଂସ୍କୃତିକ କାର୍ଯ୍ୟକ୍ରମ ବିଷୟ ବୈଠକରେ ଆଲୋଚନା ହୋଇଥିଲା ।