ସମ୍ବଲପୁର: ଚାଷୀଙ୍କୁ ନୂଆଖାଇରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଭେଟି । ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ପର୍ବ ଗଣପର୍ବ ନୂଆଖାଇ ଅବସରରେ ଶୁଭାରମ୍ଭ ହେଲା ବହୁ ପ୍ରତିକ୍ଷୀତ ସିଏମ କିଷାନ ଯୋଜନା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମ୍ବଲପୁରରେ ଏହାର ଶୁଭାରମ୍ଭ କରିଛନ୍ତି । ଚାଷୀଙ୍କୁ ସିଏମ କିଷାନ ଅର୍ଥରାଶି ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଦୁଇ ଉପମୁଖ୍ୟମନ୍ତ୍ରୀ ଭିସି ଯୋଗେ ଯୋଡି ହୋଇଥିଲେ ।

ଖରିଫ୍‌ ଓ ରବି ଫସଲ ପୂର୍ବରୁ ଯୋଗ୍ୟ ହିତାଧିକାରୀମାନେ DBT ମାଧ୍ୟମରେ ବର୍ଷକୁ 2ଟି କିସ୍ତିରେ ମୋଟ 4 ହଜାର ଟଙ୍କା ଆର୍ଥିକ ସହାୟତା ପାଇବେ । ନୂଆଖାଇ ଓ ଅକ୍ଷୟ ତୃତୀୟାରେ ଦୁଇଟି କିସ୍ତିରେ ଚାଷୀଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏଥିସହ ଭୂମିହୀନ କୃଷକ ପରିବାରଙ୍କ ପାଇଁ ବର୍ଷକୁ 12500 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାର ବ୍ୟବସ୍ଥା ରହିଛି । ବର୍ଷକୁ 3ଟି କିସ୍ତିରେ ସେମାନେ ଅର୍ଥରାଶି ପାଇବେ । ଚାଷୀଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ରାଜ୍ୟ ସରକାର 19ଶହ35 କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ।<

p>

ପୂର୍ବତନ ବିଜେଡି ସରକାର ଆଣିଥିବା କାଳିଆ ଯୋଜନାକୁ ନାମ ପରିବର୍ତ୍ତନ କରି ସିଏମ କିଷାନ ଯୋଜନା କରିଛନ୍ତି ରାଜ୍ୟ ସରକାର । ତେବେ ଯୋଗ୍ୟତା ଥାଇ ପିଏମ କିଷାନ ଯୋଜନାରେ ବାଦ ପଡିଥିବା ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସିଏମ କିଷାନର ପୋର୍ଟାଲ ଉନ୍ମୋଚନ କରିଛନ୍ତି । ଏଥିରେ ସିଏମ କିଷାନକୁ ନେଇ ଚାଷୀଙ୍କ ମନରେ ଯଦି କିଛି ପ୍ରଶ୍ନ ଥାଏ ତାହାର ଉତ୍ତର ଦେବ ସିଏମ କିଷାନ ପୋର୍ଟାଲ । ଚାଷୀ ମାନେ ସମସ୍ତ ତଥ୍ୟ ପାଇବା ସହ ପଞ୍ଜୀକରଣ ମଧ୍ୟ କରିପାରିବେ । ଏଥିପାଇଁ ସରକାରଙ୍କ ପକ୍ଷରୁ କୃଷି ହେଲ୍ପଲାଇନ ନମ୍ବର 155333 ଜାରି କରାଯାଇଛି ।

ଯେଉଁ ଚାଷୀମାନେ ପିଏମ କିଷାନ ସମ୍ମାନ ନିଧି ସହାୟତା ପାଉଛନ୍ତି ସେମାନେ ଏହି ଯୋଜନାରୁ ବାଦ ପଡିବେ ।

0 Comments