ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ନବୀନଙ୍କ ଜୋରଦାର ପ୍ରଚାର । ଆଜି ସମ୍ବଲପୁରରେ ନିର୍ବାଚନୀ ପ୍ରଚାର କରିଛନ୍ତି ବିଜେଡିର ଷ୍ଟାର ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅଇଁଠାପାଲ୍ଲୀ ସ୍ଥିତ ପିଏଚଡି ପଡିଆରେ ଆୟୋଜିତ ହୋଇଥିବା ଏକ ନିର୍ବାଚନୀ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଜେଡି ନେତା ଭି.କେ ପାଣ୍ଡିଆନ ଦେଇଥିଲେ । କେନ୍ଦ୍ର ସରକାର ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶାଣିତ ଆକ୍ରମଣ କରିଛି ବିଜେଡି ।


"ଜୟ ମାଁ ସମଲେଇ" କହି ଭାଷଣ ଆରମ୍ଭ କରି ଏତେ ଖରାରେ ଆସିଛନ୍ତି ଓ ଦୂରରୁ ଆସିଛନ୍ତି ସେଥିପାଇଁ ଧନ୍ୟବାଦ ଦେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହାସହ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଯୋଜନା ଭଲ କି ? ମିଶନ ଶକ୍ତି ଭଲ କି ? ମମତା ଯୋଜନା ଭଲ କି ? ଲକ୍ଷ୍ମୀ ବସ ଭଲ କି ? ୫ଟି ସ୍କୁଲ ଭଲ କି ? କାଳିଆ ଯୋଜନା ଭଲ କି ? ମଧୁବାବୁ ପେନସନ ଯୋଜନା ଭଲ କି ? ଚାଉଳ କାର୍ଡ ଭଲ କି ? ସମଲେଇ ଯୋଜନା କାମ ଭଲ କି ? ପୁରୀ ମନ୍ଦିର କାମ ଭଲ କି ? ନବୀନ ପଟ୍ଟନାୟକ ଭଲ କି ? ଶଙ୍ଖ ଚିହ୍ନ ଭଲ କି ? ଏହିଭଳି ପ୍ରଶ୍ନ କରି ଉପସ୍ଥିତ ଜନତାଙ୍କୁ ଉତ୍ତର ମାଗିଥିଲେ ସେ ।

y: 0; --tw-translate-x: 0; --tw-translate-y: 0; --tw-rotate: 0; --tw-skew-x: 0; --tw-skew-y: 0; --tw-scale-x: 1; --tw-scale-y: 1; --tw-pan-x: ; --tw-pan-y: ; --tw-pinch-zoom: ; --tw-scroll-snap-strictness: proximity; --tw-gradient-from-position: ; --tw-gradient-via-position: ; --tw-gradient-to-position: ; --tw-ordinal: ; --tw-slashed-zero: ; --tw-numeric-figure: ; --tw-numeric-spacing: ; --tw-numeric-fraction: ; --tw-ring-inset: ; --tw-ring-offset-width: 0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; --tw-contain-size: ; --tw-contain-layout: ; --tw-contain-paint: ; --tw-contain-style: ; margin: 0px 0px 20px; float: left; clear: both; font-size: 17px; line-height: 24px; width: 360px; font-family: __Noto_Sans_4cce57, __Noto_Sans_Fallback_4cce57;">ସମ୍ବଲପୁର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ , ସମ୍ବଲପୁର ବିଧାନସଭା ପ୍ରାର୍ଥୀ ରୋହିତ ପୂଜାରୀ ଓ ରେଙ୍ଗାଲି ବିଧାନସଭା ପ୍ରାର୍ଥୀ ସୁଦର୍ଶନ ହରିପାଲ ପାଇଁ ଭୋଟ ଭିକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ବିରୋଧୀ ଦଳର ନେତା ମିଛ କଥା କହୁଛନ୍ତି ଓ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି କହି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ନିବେଦନ କରିଥିଲେ ନବୀନ ।

ସେହିପରି ଭିକେ ପାଣ୍ଡିଆନ କେନ୍ଦ୍ର ସରକାରଙ୍କୁ ଶାଣିତ ଆକ୍ରମଣ କରିଛନ୍ତି । ସେ କହିଛନ୍ତି", କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଠି ଠିଆ ହୋଇଛନ୍ତି, ମୁଁ ଗୋଟିଏ ଗୁମାସ୍ତା ବୋଲି ସେ କୁହନ୍ତି । ସେ ଆଜି ସନ୍ଧ୍ୟା ସୁଦ୍ଧା ମୋ ପ୍ରଶ୍ନର ଉତ୍ତର ରଖିବେ କି ? ଆପଣଙ୍କର ମିଠା ଭାଷା ସମ୍ବଲପୁରୀ / କୋଶଲିକୁ ସମ୍ବିଧାନରେ ଅଷ୍ଟମ ଅନୁଚ୍ଛେଦରେ ସାମିଲ ପାଇଁ ଆମେ ଚିଠି ଲେଖିଛୁ । ଆପଣ କାହିଁକି ଅଷ୍ଟମ ଅନୁଚ୍ଛେଦରେ ସାମିଲ କଲେ ନାହିଁ । ଆମେ ସମ୍ବଲପୁରୀ ମ୍ୟୁଜିୟମ କରିଛୁ । କୃଷି ଭବନ ସମ୍ବଲପୁରୀ ଛାପରେ ତିଆରି ହୋଇଛି । ସମ୍ବଲପୁରୀ ପ୍ରଚାର ପ୍ରସାର ପାଇଁ ପ୍ରୟାସ କରିଛୁ । ଆପଣ ୧୦ ବର୍ଷରେ ସମ୍ବଲପୁରୀ ଶାଢୀ ପାଇଁ କ'ଣ କରିଛନ୍ତି ? ବୁଣାକାର ପାଇଁ କ'ଣ କରିଛନ୍ତି ?"ଏହାସହ ଟେକ୍ସଟାଇଲ୍ସ ପାର୍କ, ମହାନଦୀ ଏବଂ ସମଲେଇ ମନ୍ଦିର ପ୍ରସଙ୍ଗ ଉଠାଇ କଡ଼ା ଟାର୍ଗେଟ କରିଥିଲେ ।

 

0 Comments