ପାଟଣା( ବିଜୟ ମହାନ୍ତ):ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନା କରିବା ଓ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶ ରଥ ମଙ୍ଗଳବାର ଦିନ ପାଟଣା ବ୍ଲକ ମରୁସୁଆଁ ପଞ୍ଚାୟତ ପରିକ୍ରମା କରି ରାଜ୍ୟ ସରକାରଙ୍କ ବିକାଶ ମୂଳକ ଯୋଜନା ଗୁଡିକ ସମ୍ପର୍କରେ ପ୍ରଚାର ପ୍ରସାର କରିଥିବା ଦେଖିବାକୁ ମିଳିଛି। ମରୁସୁଆଁ ଗ୍ରାମ ପରିସର ମଧ୍ୟରେ ଥିବା ହାଇସ୍କୁଲ ଠାରେ ବିକାଶ ବାହନ ରଥକୁ ସ୍ୱାଗତ କରିଥିବା ଦେଖିବାକୁ ମିଳିଛି। ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ ସରପଞ୍ଚ ହରିଶଙ୍କର ଦେହୁରୀ,ସମିତି ସଭ୍ୟ ସୁଶୀଲ କୁମାର ସାହୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ ନିଶ୍ଚିତ ରାଉତ, ଡିଇଓ ମନାଲିସା ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ରେ ଏପିଓ ଦୀପକ କୁମାର ବେହେରା, ବିପିସି ସୁରେନ୍ଦ୍ର ଖଣ୍ଡା, କନିଷ୍ଠ ଯନ୍ତ୍ରୀ ମନଜ ପଣ୍ଡା ଏହି ସ୍ୱାଗତ ଉତ୍ସବରରେ ଯୋଗ ଦେଇଥିଲେ। ପଞ୍ଚାୟତର ବିଭିନ୍ନ ଗ୍ରାମର ଜନସାଧାରଣ ଙ୍କ ସହ ଆଶାକର୍ମୀ,ଏମ୍ବିକେ, ଇସି ମେମ୍ବର, ସିଆର

ପି, ପ୍ରାଣୀ ମିତ୍ର ,କୃଷି ମିତ୍ର,ସ୍ୱଂୟ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ରହିଥିଲେ। ସେହିପରି ମରୁସୁଆଁ ପଞ୍ଚାୟତ ରେ କାର୍ଯ୍ୟକ୍ରମ ସରିବା ପରେ ବିକାଶ ବାହନ ରଥ ରାଜନଗର ପଞ୍ଚାୟତ ରେ ପହଞ୍ଚିବା ପରେ ବିକାଶ ବାହନ ରଥକୁ ସ୍ୱାଗତ କରିଥିଲେ। ସରପଞ୍ଚ ସୁଧାଂଶୁ ଶେଖର ନାଏକ, ଏଡିଓ ସୁଦର୍ଶନ ପୁଷ୍ଟି ଙ୍କସହ ସମସ୍ତ ବିଭାଗର କର୍ମଚାରୀ ଯୋଗ ଦେଇଥିଲେ। ସଂମ୍ମାନୀତ ଅତିଥିଭାବେ ମହିଳା ମର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ଦସମତି ଚାତର ଓ କେନ୍ଦେଇପଶି ମଣ୍ଡଳ ସଭାପତି ଜୁଲିୟସ ସିଂହ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ସଭାରେ ଏପିଓ ଦୀପକ କୁମାର ବେହେରା, ବିପିସି ସୁରେନ୍ଦ୍ର ଖଣ୍ଡା, ବିଆରସି ଜାମାଲିନ୍ଦିନ ଖାନ୍ ,ପ୍ରମୁଖ ଉପସ୍ଥିତ ରହି ଯୋଗ୍ୟ ହିତାଧିକାରୀ ଙ୍କୁ ନୂତନ ଭାବେ ଭତ୍ତା କାର୍ଡ, ରାସନ କାର୍ଡ,ଆଦି କାର୍ଡ ବଣ୍ଟନ କରିଥିଲେ। ଏଥି ସହିତ ଖିରେଇଟାଙ୍ଗିରି ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ମହାନ୍ତ, ଓ ଫରେଷ୍ଟର ଗାର୍ଡ ଲକ୍ଷ୍ମୀପ୍ରିୟା ମହାନ୍ତ ଉପସ୍ଥିତ ରହି ଦୁଇ ପଞ୍ଚାୟତରେ ଏକ ହଜାର ରୁ ଉର୍ଦ୍ଧ୍ବ ଚାରା ବଣ୍ଟନ କରିଥିଲେ।

0 Comments