ଭୁବନେଶ୍ବର: ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ଓ ଦକ୍ଷିଣ ପଶ୍ଚିମ ବାଂଲାଦେଶ ପାର୍ଶ୍ଵବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟାକାରେ ସୃଷ୍ଟ ଘୁର୍ଣ୍ଣିବାୟୁ ଲଘୁଚାପର ରୁପ ନେଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହା ତୀବ୍ର ରୂପ ନେବା ସମ୍ଭାବନା ରହିଛି । ଫଳରେ ଆଗାମୀ ଦୁଇ ତିନି ଦିନ ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ପବନ ଜାରି ରହିବ। ଏଥି ସହ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ପ୍ରବେଶ ନକରିବାକୁ ବାରଣ କରଯାଇଛି । ସାରା ଓଡ଼ିଶାକୁ ମୌସୁମି ଛୁଇଁଥିବା ବେଳେ ଆଗକୁ ପାଗ ମଧ୍ୟ ଅନୁକୁଳ ରହିଛି।

ଆସନ୍ତା ୨୪ ଘଣ୍ଟା ପାଇଁ ବଜ୍ରପାତ ଜନିତ‌ ଓ୍ବାର୍ଣ୍ଣିଂ ଜାରି ରହିଥିବା ବେଳେ ସୁନ୍ଦରଗଡ, ମୟୁରଭଞ୍ଜ ଓ କେନ୍ଦୁଝର, ଝାରୁସୁଗୁଡା ଜିଲ୍ଲାକୁ ସତର୍କ ସୂଚନା‌ ଜାରି କରାଯାଇଛି । ଏଥି ସହ ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘତି ସହ ଅତ୍ୟନ୍ତରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ। ଏଥି ସହ ଝଟକା ପବନର ବେଗ 30-40 କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବ

ନା ରହିଛି ।

ସେହିପରି ଦେଓଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, ସମ୍ବଲପୁର, ଅନୁଗୁଳ, ବରଗଡ ଏବଂ ଢେଙ୍କାନାଳ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ସୁନ୍ଦରଗଜ, ଝାରସୁଗୁଡ଼ା, ବରଗତ, ସମ୍ବଲପୁର, ବେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ,କଟକ ଝାରସୁଗୁଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଏହି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ଝଟକା ପବନର ବେଗ 30-40 କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି।

ସେହିପରି ଆସନ୍ତାକାଲି ପାଇଁ ୧୮ ତାରିଖରେ ମଧ୍ୟ ବଜ୍ରପାତ ଜନିତ ଚେତାବନୀ ନଥିଲେ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ରହିଛି। ମୟୂରଭଞ୍ଜର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ । କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ, ଯାଜପୁର ,ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ । ସେହିପରି ଅନୁଗୁଳ, ବୌଦ୍ଧ, ବରଗଡ଼, ଝାରୁସୁଗୁଡା, ଦେଓଗଡ଼ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିବ ।

0 Comments