ଭୁବନେଶ୍ୱର: 5 ଜିଲ୍ଲାରେ ଝାଡ଼ାବାନ୍ତି ବ୍ୟାପିବା ପରେ ସମସ୍ତ ଜିଲ୍ଲାକୁ ଆଲର୍ଟ କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସମସ୍ତ ଜିଲ୍ଲାରେ ସତର୍କତାମୂଳକ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି । ଜଳ ଉତ୍ସ ଗୁଡ଼ିକୁ ସଫା ରଖିବା ସହ ବିଶୋଧନ ପାଇଁ ପଦକ୍ଷେପ ନେବାକୁ ପ୍ରୟାସ ଆରମ୍ଭ ହୋଇଛି । ହସ୍ପିଟାଲ ଗୁଡ଼ିକ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ ଅଶ୍ୱତୀ ଏସ ।
ସେ ଆହୁରି କହିଛନ୍ତି, "ଆଜି ସକାଳ ୧୦ ଟା ସୁଦ୍ଧା ୫ ଜିଲ୍ଲାରୁ ୩୦୦ ନୂଆ କେସ ଚିହ୍ନଟ ହୋଇଛି । ନୂଆ କେସର କ୍ୟାଟେଗୋରୀ ସାମାନ୍ୟ ରହୁଛି । ଡାଇରିଆ ବ୍ୟାପିବାର ଗୋଟିଏ ସୋର୍ସ ଜଣାପଡିନି। ସବୁ ସୋର୍ସକୁ ବିଶୋଧନ ପାଇଁ ବ୍ୟବସ୍ଥା ନିଆଯାଉଛି। ଲୋକଙ୍କୁ ସଚ
େତନ ପାଇଁ ଗାଁ ଗାଁ ରେ ମାଇକ ଯୋଗେ ପ୍ରଚାର ଚାଲିଛି। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଏଭଳି ପ୍ରକ୍ରିୟା ଜାରି ରଖିବାକୁ ନିର୍ଦ୍ଦେଶ ରହିଛି।"
ପ୍ରତିଦିନ ରାଜ୍ୟସ୍ତରୀୟ ସମୀକ୍ଷା କରାଯିବ । କେନ୍ଦ୍ରୀୟ ଟିମ ଏବେବି ଅଛନ୍ତି, ଅନୁଧ୍ୟାନ କରୁଛନ୍ତି । ଆସନ୍ତାକାଲି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ବୈଠକ କରିବେ । ଲୋକେ ତରବରିଆ ଭବେ ହସ୍ପିଟାଲରୁ ଡିସଚାର୍ଜ ନେଇ ଯାଉଥିଲେ । ଯେଉଁଥିପାଇଁ ଦ୍ୱିତୀୟ ଥର ହସ୍ପିଟାଲକୁ ଆସିବା ବେଲକୁ ସ୍ୱାସ୍ଥ୍ୟ ବିଗିଡି ଯାଉଥିଲା । ଯେଉଁ ବ୍ୟକ୍ତିମାନେ ହସ୍ପିଟାଲ ଆସୁଛନ୍ତି ସେମାନଙ୍କୁ ୨୪ ଘଣ୍ଟା ନିରିକ୍ଷଣରେ ରଖିବାକୁ ନିର୍ଦ୍ଦେଶ । ଯେତିକି ଟେଷ୍ଟ ହୋଇଥିଲା ସେଥିରୁ ୧୦ ପ୍ରତିଶତ କଲେରା ବାହାରିଥିଲା । ଯାଜପୁର ଡାଇରିଆ ସ୍ଥିତି ଓ ବିଭିନ୍ନ ସ୍ଥାନର ଝାଡାବାନ୍ତି ନେଇ ରାଜ୍ୟ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ସ୍ଥିତି ବାବଦରେ ମୁଖ୍ୟ ଶାସନ ସଚିବଙ୍କୁ ସବିଶେଷ ତଥ୍ୟ ରଖୁଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ," କହିଛନ୍ତି ସ୍ୱାସ୍ଥ୍ୟ ସଚିବ ।
ରାଜ୍ୟରେ ଡାଇରିଆକୁ ନେଇ ଆଜିଠାରୁ ଜୁଲାଇ 31 ତାରିଖ ପର୍ଯ୍ୟନ୍ତ ଡାଇରିଆ ନିରାକରଣ ଅଭିଯାନ ଆରମ୍ଭ ହୋଇଛି । କିଭଳି ଭାବରେ ଡାଇରିଆରୁ ଛୋଟ ପିଲାଙ୍କୁ ସୁରକ୍ଷିତ ରଖାଯିବ ସେନେଇ ହେଉଛି ଆଲୋଚନା । ଏହି ଅଭିଯାନରେ ବିଶେଷ ଭାବରେ ଆଶାକର୍ମୀ, ସ୍ୱାସ୍ଥ୍ୟ କର୍ମୀ ସମେତ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ମାନେ ସାମିଲ ହୋଇଛନ୍ତି ।
ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଅଶୋକ କୁମାର ପାଇକ ରାୟ, ପରାମର୍ଶ ଦାତା ଡାକ୍ତର କଲ୍ଲୋଳ ଦାସ, ଆଇ.ଆର.ଟି ସଦସ୍ୟ ସୁରଜିତ ଗରାବଡୁ, ଡାକ୍ତର ଅସିତ୍ କୁମାର ମହାନ୍ତି, ଡାକ୍ତର ପ୍ରଭାକର ସାହୁ ଏବଂ ପରାମର୍ଶ ଦାତା ଅନୁପ ପ୍ରମୁଖ ଏହି ଟିମମାନଙ୍କର ସଦସ୍ୟ ଅଛନ୍ତି । ଏମାନେ ଭୁବନ, ବାଙ୍କୀ, ଧର୍ମଶାଳା, ବଡ଼ଚଣା ଓ ଭଣ୍ଡାରପୋଖରୀ ଆଦି ଅଞ୍ଚଳ ଗସ୍ତ କରି କ୍ଷେତ୍ରସ୍ତରୀୟ ଡାଇରିଆ ନିରାକରଣ କର୍ଯ୍ୟାୟନର ନିରୀକ୍ଷଣ ପୂର୍ବକ କ୍ଷେତ୍ରସ୍ତରରେ କାର୍ଯ୍ୟରତ ବିଭିନ୍ନ ବିଭାଗୀୟ ଟିମମାନଙ୍କ ମଧ୍ୟରେ ସମନ୍ୱୟକୁ ଦୃଢିଭୁତ କରିବେ । ଜଳ ଉତ୍ସ ମାନଙ୍କର ବିଶୋଧନ, ଘରକୁ ଘର ଅଭିଯାନ, ଡାଇରିଆ ରୋଗୀଙ୍କୁ ପ୍ରାଥମିକ ଅବସ୍ଥାରୁ ଚିହ୍ନଟ ଓ ପ୍ରାଥମିକ ଚିକିତ୍ସା, ଘରକୁ ଘର ଔଷଧ ଓ ହଲୋଜେନ୍ ବଟିକା ବଣ୍ଟନ, ଜନ ସଚେତନତା କାର୍ଯ୍ୟକ୍ରମ ଆଦିର ନିରୀକ୍ଷଣ କରି ସେ ସବୁକୁ ଅଧିକ ଲକ୍ଷ୍ୟଭେଦୀ କରିବା ପାଇଁ ଟିମମାନଙ୍କୁ ଆବଶ୍ୟକୀୟ ପରାମର୍ଶ ଓ ସହାୟତା ଦେବେ ।